|
logo
Live

Argus News - କାଲି ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ, ସକାଳ ୬ରୁ ୨ଟା ଯାଏଁ ଚକ-ଅଖ ବନ୍ଦ

Odisha

Odisha Bandh / କାଲି ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ, ସକାଳ ୬ରୁ ୨ଟା ଯାଏଁ ଚକ-ଅଖ ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
କାଲି ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ, ସକାଳ ୬ରୁ ୨ଟା ଯାଏଁ ଚକ-ଅଖ ବନ୍ଦ
Odisha Bandh

Key Points

କାଲି ଓଡିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ
ସକାଳ ୬ ରୁ ଦିନ ୨ ଟା ଯାଏଁ ବନ୍ଦ ରହିବ ଚକ - ଅଖ
ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ, ବିଜେଡି କଲା ସ୍ଵାଗତ
ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ସକାଳ ୬ ଟାରୁ ୨ଟା ଯ।ଏଁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବିଜେଡି ଓ କଂଗ୍ରେସ ସ୍ବାଗତ କରିଥିବା ବେଳେ କଟାକ୍ଷ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: PUCC ନ ଥିଲେ ପେଟ୍ରୋଲ୍‌ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ, ସମସ୍ତ ଚାଲାଣ ଭରିବାକୁ କରିପାରିବେନି ବାଧ୍ୟ


କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ତେବେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ । ଏହା ସହ ଏହି ବନ୍ଦ ଡାକରାକୁ ସିପିଆଇ ପକ୍ଷରୁ ସମର୍ଥନ କରାଯାଇଛି । ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ପରୋକ୍ଷରେ ସମର୍ଥନ ଜଣାଇଛି । 

ଅନ୍ୟପଟେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛି ବିଜେପି । କଟାକ୍ଷ କରି କହିଛି ଆଉ ଶକ୍ତି ନଥିବାରୁ ସେମାନଙ୍କ କାନ୍ଧ ଉପରେ ଲାଉ ହେଉଛି କଂଗ୍ରେସ ।

ଅଧିକ ପଢ଼ନ୍ତୁ: ଟି-୨୦ ବିଶ୍ବକପ୍‌ ପୂର୍ବରୁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜିତିଲେ ଯିବେ ସିଧା ସେମିଫାଇନାଲ


ସକାଳ ୬ ଟାରୁ ୨ଟା ପର୍ଯ୍ୟନ୍ତ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା । ନବ ନିର୍ମାଣ କୃଷକ ସଂଗଠନ ସହ ନବ ନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍‌ପି ଏବଂ ଇନ୍‌ପୁଟ ସବ୍‌ସିଡି ମିଶାଇ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ କିଣାଯାଉ, ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଉ, ଟୋକେନ୍ ଓ ମଣ୍ଡି ବ୍ୟବସ୍ଥାରେ ଥିବା ଅବ୍ୟବସ୍ଥା ଦୂର କରିବା ପରେ ଚାଷୀଙ୍କ ଦାବି ସହ, ପ୍ରଦୂଷଣ ସାର୍ଟିଫିକେଟ ଓ ଟାଟା ପାୱାର ଯନ୍ତ୍ରଣାକୁ ବି ପ୍ରସଙ୍ଗ କରିଛି ନବ ନିର୍ମାଣ କୃଷକ ସଂଗଠନ । ତେବେ କାଲି ଓଡ଼ିଶା ବନ୍ଦ ଡାକରାକୁ ଲୋକ କେତେ ସମର୍ଥନ ଦେଉଛନ୍ତି ଓ ବନ୍ଦ ସଫଳ ହେବ କି ନାହିଁ । ତା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Bandh: କାଲି ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ, ସକାଳ ୬ରୁ ୨ଟା ଯାଏଁ ଚକ-ଅଖ ବନ୍ଦ | Argus News