System vs Humanity / ସୀମା ଟପିଲା ସମ୍ବେଦନହୀନତା; ଶେଷରେ ଟଙ୍କା ଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ
·1 day ago·2 min read

Key Points
କେନ୍ଦୁଝରକୁ ଲଜ୍ଜିତ କରିଥିବା ଏତେ ବଡ଼ ଘଟଣା ପାଇଁ ଦାୟୀ କିଏ ? ପାଠ ପଢ଼ି ନଥିବା ନିରୀହ ଆଦିବାସୀ ଜିତୁ ମୁଣ୍ଡା ନା ବ୍ୟବସ୍ଥା ? ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କର ନିୟମ ବିଷୟରେ ବୁଝାଇବାରେ କାହିଁକି ବିଫଳ ହେଲେ କର୍ତ୍ତୃପକ୍ଷ ?
ପାଟଣା (କେନ୍ଦୁଝର): ମରିଗଲା ମଣିଷପଣିଆ । ସବୁ ସୀମା ଟପିଲା ସମ୍ବେଦନହୀନତା । କେନ୍ଦୁଝର ପାଟଣା ବ୍ଲକରେ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ଭାଇ ପହଞ୍ଚିବା ମାମଲା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସ୍ପଷ୍ଟୀକରଣ ରଖିଛି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ।
ସୋମବାର ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପାଟଣା ବ୍ଲକର ଜିତୁ ମୁଣ୍ଡାଙ୍କ ଖବର ଆସିଥିଲା । ବ୍ୟାଙ୍କରେ ମୃତ ଭଉଣୀଙ୍କ ନାଁରେ ଜମା ଟଙ୍କା ଉଠାଇ ନ ପାରିବା ପରେ ଜିତୁ ତାଙ୍କ ଭଉଣୀର ଗଳିତ ମୃତଦେହକୁ ନେଇ ମଲ୍ଲୀପଶିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପହଞ୍ଚିଥିଲେ । ଆଉ ଯାହାକୁ ନେଇ ଚତିକ ହୋଇ ଯାଇଥିଲେ ସମସ୍ତେ ।
ଏଥିସହ ପଢ଼ନ୍ତୁ: ଭୋଜି ଖାଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୩ ଶିଶୁ ମୃତ, ୩ ଗୁରୁତର
ଏହି ଘଟଣା ସବୁଠି ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସ୍ପଷ୍ଟୀକରଣ ରଖିଛି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ । କର୍ତ୍ତୃପକ୍ଷ କହିଛନ୍ତି, "୨୭ ତାରିଖ ସୋମବାର ଦିନ ୧୧ଟା ବେଳେ ଜିତୁ ମୁଣ୍ଡା ନାମକ ବ୍ୟକ୍ତି ମଲ୍ଲୀପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଆସିଥିଲେ । ନିଶାସକ୍ତ ଅବସ୍ଥାରେ ଆସିବା ସହ ତାଙ୍କ ଭଉଣୀ କଲରା ମୁଣ୍ଡାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇବାକୁ ଦାବି କରିଥିଲେ ।"
ଯାହାପରେ ଶାଖା ପରିଚାଳକ କହିଥିଲେ, ଆକାଉଣ୍ଟ ଅନ୍ୟ ଜଣଙ୍କ ନାଁରେ ଥିବାରୁ ଟଙ୍କା ଉଠାଇ ପାରିବେ ନାହିଁ । ଯାହା ପରେ ଜିତୁ ପାଟିତୁଣ୍ଡ କରିଥିଲେ । ବ୍ଯାଙ୍କ କର୍ତ୍ତୃପକ୍ଷ କହିଥିଲେ, ଯାହା ନାଁରେ ଆକାଉଣ୍ଟ ଅଛି ଟଙ୍କା ଉଠାଣ ଲାଗି ତାଙ୍କୁ ଆସିବାକୁ ପଡ଼ିବ । ହେଲେ ଶୁଣିନଥିଲେ ଜିତୁ ମୁଣ୍ଡା । ବ୍ୟାଙ୍କରୁ ପଳାଇ ଯାଇଥିଲେ ।
ଆଉ କିଛି ସମୟ ପରେ ବ୍ୟାଙ୍କକୁ ଭଉଣୀର ଗଳିତ ଶବ ନେଇ ପହଞ୍ଚିଥିଲେ । ବ୍ୟାଙ୍କ ସମ୍ମୁଖରେ ଗଳିତ ମୃତଦେହ ରଖି ଟଙ୍କା ଦାବି କରିଥିଲେ । ଏହା ଦେଖୁ ଶାଖା ପରିଚାଳକ ତୁରନ୍ତ ପାଟଣା ପୋଲିସକୁ ଖବର ଦେଇଥିଲେ । ପୋଲିସର ହସ୍ତକ୍ଷେପ ପରେ ଜିତୁ ମୃତଦେହ ନେଇ ସତ୍କାର କରିଛନ୍ତି ।
ଏଥିସହ ପଢ଼ନ୍ତୁ: SCBରୁ କୁଆଡେ ଗଲେ ୧୬ ଜଣ ନବଜାତ ଶିଶୁ ?
ଏହି ଘଟଣା ସବୁଠି ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଓ ପ୍ରଶାସନ ତତ୍ପର ହୋଇଛି । କଲରା ମୁଣ୍ଡାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ସହ ଅନ୍ୟ କାଗଜପତ୍ର କରାଯାଇ ମୃତକଙ୍କ ପରିବାରକୁ ଜମା ଟଙ୍କା ପ୍ରଦାନ କରାଯାଇଛି ।
ହେଲେ କେନ୍ଦୁଝରକୁ ଲଜ୍ଜିତ କରିଥିବା ଏତେ ବଡ଼ ଘଟଣା ପାଇଁ ଦାୟୀ କିଏ ? ପାଠ ପଢ଼ି ନଥିବା ନିରୀହ ଆଦିବାସୀ ଜିତୁ ମୁଣ୍ଡା ନା ବ୍ୟବସ୍ଥା ? ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କର ନିୟମ ବିଷୟରେ ବୁଝାଇବାରେ କାହିଁକି ବିଫଳ ହେଲେ କର୍ତ୍ତୃପକ୍ଷ ? ନା ଜିତୁ ମୁଣ୍ଡା କିଛି ବୁଝିବା ସ୍ଥିତିରେ ନଥିଲେ ? ସେ ଯାହା ବି ହେଉ… ଏ ଘଟଣା, ସମ୍ବେଦନହୀନତାର ସବୁ ସୀମା ଟପି ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories