Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - SCBରୁ କୁଆଡେ ଗଲେ ୧୬ ଜଣ ନବଜାତ ଶିଶୁ ?

Odisha

Newborn Missing Case / SCBରୁ କୁଆଡେ ଗଲେ ୧୬ ଜଣ ନବଜାତ ଶିଶୁ ?

Santosh Kumar Sahoo
Browse all articles by Santosh Kumar Sahoo
·3 days ago·2 min read
SCBରୁ କୁଆଡେ ଗଲେ ୧୬ ଜଣ ନବଜାତ ଶିଶୁ ?
SCB medical

Key Points

କଟକ SCBରୁ ୧୬ ଜଣ ନବଜାତ ଶିଶୁ ନିଖୋଜ !
ଘଟଣାକୁ ଗୁରୁତ୍ୱର ସହ ନେଲେ କେନ୍ଦ୍ରାଞ୍ଚଳ ଆରଡିସି
ଅସହାୟ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଶିଶୁଙ୍କୁ ବିକ୍ରି ସନ୍ଦେହ
କଟକ SCB ମେଡିକାଲରୁ ଶିଶୁ ନିଖୋଜ ! ଗତ ୬ ବର୍ଷ ମଧ୍ୟରେ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ପ୍ରାୟ ୧୬ ଜଣ ନବଜାତ ଶିଶୁ ନିଖୋଜ ଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଉଛି, ଏହି ଶିଶୁମାନଙ୍କ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ । ଏହି ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ପଛରେ ଏକ ବଡ଼ ଧରଣର ଶିଶୁ ଚୋରା ଚାଲାଣ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

ଏସସିବିରୁ କୁଆଡେ ଗଲେ ୧୬ ଜଣ ନବଜାତ ଶିଶୁ ? ସେମାନେ ଚୋରି ହୋଇଛନ୍ତି ନା ସେମାନଙ୍କୁ ବିକ୍ରି କରାଯାଇଛି ? ଏହି ଗୁରୁତର ପ୍ରଶ୍ନ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି କେନ୍ଦ୍ରାଞ୍ଚଳ ଆରଡିସି, ଏସସିବି ଅଧୀକ୍ଷକଙ୍କୁ ଚିଠି ଲେଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ଅସହାୟ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସନ୍ତାନମାନଙ୍କୁ ବିକ୍ରି କରାଯାଇଛି । ଆରଡିସିଙ୍କ ଚିଠିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଅଧିକ ପଢ଼ନ୍ତୁ: ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ



୨୦୧୯ରୁ ୨୦୨୫, ଅର୍ଥାତ୍ ଦୀର୍ଘ ୬ ବର୍ଷ ଧରି ଏହି କଳା କାରନାମା ଚାଲିଥିବା ସନ୍ଦେହ କରାଯାଉଛି । ଏହି ସମୟ ମଧ୍ୟରେ ୧୬ ଜଣ ଶିଶୁ ଗାୟବ ହୋଇଥିବା ବେଳେ ସେମାନଙ୍କର କୌଣସି ରେକର୍ଡ ଏସସିବି କିମ୍ବା କଟକ ମହାନଗର ନିଗମ (CMC) ପାଖରେ ନାହିଁ । ସୂଚନା ଅଧିକାର କର୍ମୀ ଅଚ୍ୟୁତ ସାହୁ ଏହି ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ଜୁଭେନାଇଲ ଜଷ୍ଟିସ ଏକ୍ଟ-୨୦୧୫ ଅନୁସାରେ, ଅସହାୟ ମହିଳାଙ୍କ ଶିଶୁମାନେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ତତ୍ତ୍ୱାବଧାନରେ ରହିବା କଥା, କିନ୍ତୁ ଏସସିବି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଛନ୍ତି । ଏହି ଘଟଣା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ଅଭିଯୋଗ କରି ଅଚ୍ୟୁତ ସାହୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗକୁ ଚିଠି ଲେଖିଛନ୍ତି ।

ଏସସିବି ଭଳି ଏକ ସମ୍ବେଦନଶୀଳ ସ୍ଥାନରୁ ଏତେ ସଂଖ୍ୟକ ଶିଶୁ ନିଖୋଜ ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ଯେ ଶିଶୁମାନେ ପ୍ରକୃତରେ ଗଲେ କୁଆଡେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
16 Newborns Missing from SCB Medical College and Hospital | Shocking Allegations | Argus News