Odisha No Gift Policy / ସରକାରୀ ଅର୍ଥରେ ଗିଫ୍ଟ କିଣା ମନା, ‘ନୋ ଗିଫ୍ଟ ପଲିସି’ ଲାଗୁ କଲେ ରାଜ୍ୟ ସରକାର
·47 mins ago·1 min read

Key Points
ପର୍ବପର୍ବାଣୀରେ ଗିଫ୍ଟ କିଣା ମନା
ରାଜ୍ୟ ସରକାର ଲାଗୁ କଲେ ‘ନୋ ଗିଫ୍ଟ ପଲିସି’
ସରକାରୀ ଅର୍ଥରେ ଆଉ କିଣିହେବନି ଗିଫ୍ଟ
ରାଜ୍ୟ ସରକାର ଲାଗୁ କଲେ ‘ନୋ ଗିଫ୍ଟ ପଲିସି’
ସରକାରୀ ଅର୍ଥରେ ଆଉ କିଣିହେବନି ଗିଫ୍ଟ
ପର୍ବପର୍ବାଣୀରେ ସରକାରୀ ଅର୍ଥରେ ଉପହାର କିଣାକୁ ନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ‘ନୋ ଗିଫ୍ଟ ପଲିସି’କୁ ଅନୁସରଣ କରି ଏଣିକି ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସରକାରୀ ପାଣ୍ଠିରୁ ଉପହାର କିଣା ଉପରେ ରୋକ୍ ଲଗାଯାଇଛି ।
ଦୀପାବଳି ସମେତ ବର୍ଷର ସମସ୍ତ ପର୍ବପର୍ବାଣୀ ଅବସରରେ ଉପହାର କିମ୍ବା ଅନ୍ୟାନ୍ୟ ସାମଗ୍ରୀ କିଣିବା ବାବଦରେ ସରକାରୀ ଅର୍ଥ ଖର୍ଚ୍ଚ କରିବାକୁ ଆଉ ଅନୁମତି ମିଳିବ ନାହିଁ । ଏନେଇ ରାଜ୍ୟ ସରକାର ତୁରନ୍ତ କଟକଣା ଲାଗୁ କରିଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଗତବର୍ଷ ଜାରି କରିଥିବା ନିର୍ଦ୍ଦେଶନାମାକୁ ଆଧାର କରି ରାଜ୍ୟ ସରକାର ନିଜର ସମସ୍ତ କାର୍ଯ୍ୟାଳୟ ପାଇଁ ଏହି ‘ନୋ ଗିଫ୍ଟ ପଲିସି’ ଲାଗୁ କରିଛନ୍ତି । ଏହାଦ୍ୱାରା ପର୍ବପର୍ବାଣୀ ନାଁରେ ସରକାରୀ ରାଜକୋଷରୁ ହେଉଥିବା ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲାଗିବ ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏଣିକି କୌଣସି ବିଭାଗ କିମ୍ବା ସରକାରୀ ଅଫିସ୍ ପର୍ବପର୍ବାଣୀ ଅବସରରେ ଉପହାର କିଣିବା ପାଇଁ ସରକାରୀ ପାଣ୍ଠି ବ୍ୟବହାର କରିପାରିବେ ନାହିଁ । ସରକାରୀ ଖର୍ଚ୍ଚରେ ଶୃଙ୍ଖଳା ଆଣିବା ଏବଂ ଅନାବଶ୍ୟକ ବ୍ୟୟକୁ ରୋକିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories