Videos
|
Odisha

Leaders 25 Days Stay / ଏଥର ବଦଳିବ ନେତାଙ୍କ ଠିକଣା; ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ

Debashree Debasmita Sahoo
Browse all articles by Debashree Debasmita Sahoo
·Published on: 28 Nov 2026, 20:13:09 IST·2 min read
ଏଥର ବଦଳିବ ନେତାଙ୍କ ଠିକଣା; ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ
Odisha BJP's New Strategy

Key Points

ଏଥର ବଦଳିବ ନେତାଙ୍କ ଠିକଣା
ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ
ସରକାରୀ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବେ
ଭୁବନେଶ୍ଵର: ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିବାକୁ ଯାଉଛି 'ସେବା ଦୂତ' ଅଭିଯାନ । ଏହି ଅଭିଯାନରେ ଦଳୀୟ ନେତା ଓ ବିଧାୟକମାନେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ଧରି ପ୍ରବାସ କରିବେ । ସରକାରୀ ଯୋଜନାର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜଭୁତ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ଅଭିଯାନ କେତେ ପ୍ରଭାବଶାଳୀ ହେବ, ତାହା ଉପରେ ରହିଛି ନଜର ।

୨୫ ଦିନ ପ୍ରବାସ କରିବେ ନେତା
ଡିସେମ୍ବର ୧ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ବିଜେପିର 'ସେବା ଦୂତ' ଅଭିଯାନ । ୨୫ ଦିନିଆ ଏହି ଅଭିଯାନରେ ବିଜେପି ନେତାମାନେ ଦେଶର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ସମୟ ଧରି ରହିବେ । ସେମାନେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିତା ଯାଞ୍ଚ କରିବା ସହ ସାଧାରଣ ଜନତାଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ କରିବେ । କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । ବିଶେଷ କରି ପଞ୍ଜାବ, ଉତ୍ତରପ୍ରଦେଶ ଭଳି ନିର୍ବାଚନୀ ରାଜ୍ୟରେ ଏହି ଅଭିଯାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ବୁଥ୍ ସ୍ତରରୁ ସଂଗଠନକୁ ମଜଭୁତ କରିବାକୁ ନୂଆ ଯୋଜନା
ଓଡ଼ିଶାରେ ବି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ 'ସେବା ଦୂତ' ଅଭିଯାନକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛି ବିଜେପି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ବିଧାୟକଙ୍କୁ ଡକାଯାଇ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି । ତେବେ କେଉଁ ବିଧାୟକଙ୍କୁ କେଉଁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ ।

ପଢନ୍ତୁ ଏହି ଖବର: ବଢ଼ିବ ଆସନ, ବଦଳିଯିବ ଓଡ଼ିଶାର ରାଜନୈତିକ ମାନଚିତ୍ର; କ’ଣ ହେବ ଓଡ଼ିଶାର ନୂଆ ରୂପ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନକୁ ମୁଖ୍ୟ ଅସ୍ତ୍ର କରିଛି ଶାସକ ଦଳ। ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଂଗଠନକୁ ସୁଦୃଢ଼ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।