Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bomb Threat / ବୋମା ଆତଙ୍କରେ ଥରୁଛି ଓଡ଼ିଶା, କିଏ ପଠାଉଛି ଧମକ...ଖୋଜୁଛି ପୋଲିସ୍‌

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ବୋମା ଆତଙ୍କରେ ଥରୁଛି ଓଡ଼ିଶା, କିଏ ପଠାଉଛି ଧମକ...ଖୋଜୁଛି ପୋଲିସ୍‌
Bomb Threat

Key Points

ବୋମା ଆତଙ୍କରେ ଥରୁଛି ଓଡ଼ିଶା
ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉଡ଼ାଇ ଦେବାକୁ ମିଳୁଛି ଧମକ
ପାସପୋର୍ଟ ଅଫିସ୍ ପରେ ଏବେ ଟାର୍ଗେଟରେ କୋର୍ଟ ଓ ବିମାନବନ୍ଦର
ସାରା ରାଜ୍ୟରେ ବୋମା ଗୁଜବ I ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ବହୁବାର ଇ-ମେଲରେ ମିଳୁଛି ଧମକ I ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସାଇବର ସେଲ୍‌ I ସେପଟେ ଗତ ବୁଧବାର ଭୁବନେଶ୍ଵର ପାସପୋର୍ଟ ଅଫିସକୁ ବମ୍‌ରେ ଉଡ଼ାଇ ଦେବା ପାଇଁ ଧମକ ମିଳିବା ପରେ ସକ୍ରିୟ ହୋଇଛି ରାଜ୍ୟ ପୋଲିସ । କିନ୍ତୁ କେଉଁଠୁ ଆସୁଛି ଏଭଳି ଆତଙ୍କ ସୃଷ୍ଟି କରୁଥିବା ମେଲ୍‌ ତା'ର ମିଳୁନି କିଛି ସୁରାଗ I

ସାଇବର କ୍ରିମିନାଲଙ୍କ ଟାର୍ଗେଟରୁ ବର୍ତ୍ତିଲାନି ନ୍ୟାୟାଳୟ । ଚାରିଆଡେ କୋକୁଆ ଭୟ । ଅଜଣା ମେଲ୍ ପଠାଇ ପୋଲିସକୁ ଘାଇଲା କରୁଛନ୍ତି ଦୁର୍ବୃତ୍ତ । ସମୟ ଦିନ ୨ଟା, ଭୁବନେଶ୍ୱର ପାସପୋର୍ଟ ଅଫିସରେ ଦେଖିବାକୁ ମିଳିଲା ଧାଁ ଦୌଡ଼ ସହିତ କୋକୁଆ ଭୟ । ବିଲ୍ଡିଂ ଭିତରେ କୁଆଡେ ବୋମା ଅଛି ! ଆଉ ଏଭଳି ଖବର ପାଇବା ପରେ ବମ୍‌ ସ୍କ୍ୱାର୍ଡଠାରୁ ଆରମ୍ଭ କରି ଡଗ୍ ସ୍କ୍ୱାର୍ଡ, ସଭିଙ୍କ ଭିତରେ ଦେଖାଗଲା ତତ୍ପରତା ।

ଗତ କିଛି ମାସ ଧରି ରାଜ୍ୟରେ ଥିବା ଏକାଧିକ କୋର୍ଟ, ବିମାନବନ୍ଦର ଓ ପାସପୋର୍ଟ ଅଫିସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ତେବେ ଭୁବନେଶ୍ୱର ପାସପୋର୍ଟ ଅଫିସକୁ ବୋମାରେ ଉଡାଇ ଦେବାକୁ ନେଇ ଧମକ ମିଳିବା ପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ୍‌ । ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ବିଲଡିଂକୁ ତନତନ କରି ଯାଞ୍ଚ କରିଥିଲା । ହେଲେ ଆସିଥିବା ମେଲ୍ ଆଇଡିର ନଥିଲା କିଛି ସତ୍ୟତା, ଯାହାକୁ ନେଇ ଚିନ୍ତାରେ ପୋଲିସ । କିଏ ଆଉ କାହିଁକି ଏଭଳି ବାରବାର ଧମକପୂର୍ଣ୍ଣ ମେଲ୍ କରୁଛି, ତାକୁ ନେଇ ଖୋଳତାଡ଼ ଜାରି ରହିଛି ।

ସେମିତି କିଛି ମାସ ଧରି ଲଗାତାର ସାରା ରାଜ୍ୟକୁ ମିଳୁଛି ଧମକପୂର୍ଣ୍ଣ ମେଲ୍ । ଜାନୁଆରୀ ୨୦୨୬ ମସିହାରେ ରାଜ୍ୟର ବିଭିନ୍ନ କୋର୍ଟକୁ ମଧ୍ୟ ମିଳିଥିଲା ବମ୍ ଧମକ । ହାଇକୋର୍ଟଠାରୁ ଆରମ୍ଭ କରି ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ଉଡ଼ାଇ ଦେବା ପାଇଁ ଆସିଥିଲା ମେଲ୍ । ଯାଞ୍ଚ ପରେ ଏହା ଫେକ୍ ବୋଲି ଜଣାପଡିଥିଲେ ବି କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା ।

ହେଲେ ପ୍ରଶ୍ନ ଉଠୁଛି, କିଏ ସେହି ମେଲ୍ ଧାରୀ ? ଯିଏ ବାରମ୍ବାର ଏଭଳି ମେଲ୍ କରିବା ପରେ ବି ତା' ପାଖରେ ପହଞ୍ଚି ପାରୁନି ରାଜ୍ୟ ପୋଲିସ । ଅନ୍ଧାରରେ ବାଡ଼ି ବୁଲାଉଛି କି ପୋଲିସ ? ବୁଧବାର ପାସପୋର୍ଟ ଅଫିସକୁ ଆସିଥିବା ମେଲ୍ ସତେ ଯେମିତି ପୋଲିସକୁ ଏକ ଖୋଲା ଚ୍ୟାଲେଞ୍ଜ । ସେପଟେ ସାଇବର ଏକ୍ସପର୍ଟଙ୍କ କହିବା କଥା, ବିଭିନ୍ନ ଫେକ୍ ଆଇଡି ଓ ଭିନ୍ନ ଭିନ୍ନ ଆଇପି (IP) ଠିକଣା ବ୍ୟବହାର କରି ଏହି ଠକମାନେ ପୋଲିସକୁ ଚକମା ଦେଉଛନ୍ତି ।

ଏଥିସହ ପଢ଼ନ୍ତୁ: ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ପହଞ୍ଚିଲା ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb Threat Panic in Odisha: Police Probe Fake Emails | Argus News