Odisha Budget / SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି; ପୁରୀ, ବୁର୍ଲା କୋରାପୁଟ ଓ ବ୍ରହ୍ମପୁରରେ ବର୍ଣ୍ଣ ୟୁନିଟ୍
·4 months ago·2 min read

Key Points
ସରକାରୀ ମେଡିକାଲ୍ରେ ସରକାର ଶଯ୍ୟା ସଂଖ୍ୟା ବଢ଼ାଇବେ । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୫ ହଜାର ଆନ୍ତଃ ବିଭାଗ ଶଯ୍ୟା ଯୋଡ଼ାଯିବ ।
ଭୁବନେଶ୍ଵର: ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନିମନ୍ତେ ବଜେଟ୍ରେ ୨୩ ହଜାର ୧ ଶହ ୮୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା ରହିଛି । ସ୍ଵାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ମୋଟ ବଜେଟ୍ ଆକାରର ୭.୫ ପ୍ରତିଶତରୁ ଅଧିକ ଅଟେ ।
ବିଭିନ୍ନ ସରକାରୀ ମେଡିକାଲ୍ରେ ସରକାର ଶଯ୍ୟା ସଂଖ୍ୟା ବଢ଼ାଇବେ । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୫ ହଜାର ଆନ୍ତଃ ବିଭାଗ ଶଯ୍ୟା ଯୋଡ଼ାଯିବ । SCB ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ୧ ହଜାର ୮ ଶହ IPD ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ।
ଏଥିସହ ପଢ଼ନ୍ତୁ: ଗ୍ରାମାଞ୍ଚଳର ବିକାଶ ପାଇଁ ବଜେଟ୍ ବଢ଼ାଇଲେ ସରକାର; ରାସ୍ତା ପାଇଁ ଖର୍ଚ୍ଚ ହେବ ୩, ୪୯୧ କୋଟି
ଗୁରୁତର ରୋଗୀଙ୍କ ଜୀବନ ରକ୍ଷାକାରୀ ଉପକରଣ ଭେଣ୍ଟିଲେଟର ଏବଂ ୧ ହଜାର ଉନ୍ନତ ଆଇସିୟୁ ଏବଂ ୫ ଶହ ହାଇ ଡିପେଣ୍ଡେନ୍ସି ୟୁନିଟ୍ (HDU) ଶଯ୍ଯା ସ୍ଥାପନ କରାଯିବ । ଭିତ୍ତିଭୂମି ବୃଦ୍ଧି ସହ ଆବଶ୍ୟକ ବିଶେଷଜ୍ଞ ଡାକ୍ତର, ନର୍ସ ଏବଂ ଟେକ୍ନିସିଆନ୍ ନିଯୁକ୍ତ ହେବେ । ଏଥିନିମନ୍ତେ ନୂତନ ଡାଏଲିସିସ୍ ୟୁନିଟ୍ ଓ ଅତ୍ୟାଧୁନିକ ବାୟୋମେଡିକାଲ୍ ଉପକରଣ ସଂଗ୍ରହ କରାଯାଉଛି ।
ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୨୦୨୬-୨୭ ବର୍ଷରେ ୪ ହଜାର ୨ ଶହ ୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାତୀୟ ସ୍ଵାସ୍ଥ୍ୟ ମିଶନ ପାଇଁ ୧ ହଜାର ୯ ଶହ ୫୮ କୋଟି ଟଙ୍କା ଏବଂ ନିରାମୟ ପାଇଁ ୭୮୬ କୋଟି ଦିଆଯାଇଛି ।
ନିଦାନ ପାଇଁ ୩୭୧ କୋଟି, ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି, ଆଶାକର୍ମୀଙ୍କ କଲ୍ୟାଣ ପାଇଁ ସ୍ଵାସ୍ଥ୍ୟ ସହାୟ ଯୋଜନା ପାଇଁ ୧୮୩ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ପାଇଁ ୫ ହଜାର ୮ କୋଟି ଟଙ୍କା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ବଜେଟ୍ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା
କଟକ ଏସସିବି ମେଡିକାଲ୍ କଲେଜର ପୁନର୍ବିକାଶ ପାଇଁ ୧ ହଜାର କୋଟି ଟଙ୍କା ଏବଂ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲଜ ଓ ବୁର୍ଲା ଭିମସାରର ପୁନର୍ବିକାଶ ପାଇଁ ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ
ଗୁଣାତ୍ମକ ଚିକିତ୍ସା ଶିକ୍ଷାର ସମ୍ପ୍ରସାରଣ ଏବଂ ଆୟୁଷ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ୍ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୧୪୦ କୋଟି ପ୍ରସ୍ତାବ ଦିଆଯାଇଛି ।
୫ଟି ବର୍ଣ୍ଣ ୟୁନିଟ୍
ପ୍ରାଥମିକ ସ୍ଵାସ୍ଥ୍ୟସେବା ପ୍ରସାରକୁ ସୁଦୃଢ଼ କରାଯିବ । ସାରା ରାଜ୍ୟରେ ୧ ହଜାର ୮୦୭ଟି ଅତିରିକ୍ତ ଉପ-କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୧୭୬ କୋଟି ଟଙ୍କାର ପ୍ରସ୍ତାବ ରହିଛି । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂ କ୍ୟାପିଟାଲ ହସ୍ପିଟାଲରେ ଉତ୍ସର୍ଗୀକୃତ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ପାଇଁ ୨ ଶହ କୋଟି ବ୍ୟୟ ବରାଦ କରାଯାଇଛି । ଅଗ୍ନି ନିରାପତ୍ତା ଏବଂ ସୌର ଶକ୍ତି ସ୍ଥାପନ ପାଇଁ ୪୭୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories