Videos
|
Odisha

Odisha Cabinet Meeting / କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ
Cabinet Meeting

Key Points

କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ
୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ
କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ସଚିବ
ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ଆଇନ ବିଭାଗର ୩ଟି, ଶକ୍ତି ବିଭାଗର ୨ଟି, ଏଭଳି ମୋଟ ୭ଟି ବିଭାଗର ୧୦ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: କିଏ ହେବ ଓଡ଼ିଶାର ପୋଲିସର ନୂଆ ମୁଖିଆ, ଚର୍ଚ୍ଚାରେ ସୁଧାଂଶୁ ଓ ଆରପି କୋଚେଙ୍କ ନାଁ


ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ମେରିନ୍ ଫିସିଂ ରେଗୁଲେସନ୍ ୧୯୮୨ ରିପ୍ଲେସ୍ - ନୂଆ ‘ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ୨୦୨୬’ ଆସିବ । ମତ୍ସ୍ୟଜୀବୀ ସୁରକ୍ଷା ପ୍ରାଥମିକତା, ସମୁଦ୍ରରେ ସୁରକ୍ଷା ଓ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଓ ବେଆଇନ୍ ମାଛଧରା ବନ୍ଦ ହେବ । ସେହିପରି ଇଲିଗାଲ୍ ଫିସିଂ ଆକ୍ଟିଭିଟି ଉପରେ କଡା ରୋକ ଲାଗିବ ।

ସେହିପରି କୋର୍ଟ ମ୍ୟାନେଜର ପଦବୀ ନିୟମିତ ହେବ - ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ହେବ । ପ୍ରତ୍ନତତ୍ୱ ନିର୍ଦ୍ଦେଶାଳୟ - ଅଲଗା ଡାଇରେକ୍ଟୋରେଟ୍ ଗଠନ, ଷ୍ଟାଫ୍ ଓ ଟେକ୍ନିକାଲ୍ ପୋଷ୍ଟ୍ ପୂରଣ ହେବ । ସେହିପରି ମେଡିକାଲ୍ କଲେଜ୍, ହସ୍ପିଟାଲ୍‌ରେ 24x7 ବିଜୁଳି ସୁନିଶ୍ଚିତ କରାଯିବ । ପାୱାର୍ ପ୍ଲାଣ୍ଟରେ ପରିବେଶ ନିୟମ କଡ଼ାକଡ଼ି ପାଳନ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Cabinet Approves 10 Proposals Across 7 Departments | Argus News