Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିଏ ହେବ ଓଡ଼ିଶାର ପୋଲିସର ନୂଆ ମୁଖିଆ, ଚର୍ଚ୍ଚାରେ ସୁଧାଂଶୁ ଓ ଆରପି କୋଚେଙ୍କ ନାଁ

Odisha

Odisha New DGP / କିଏ ହେବ ଓଡ଼ିଶାର ପୋଲିସର ନୂଆ ମୁଖିଆ, ଚର୍ଚ୍ଚାରେ ସୁଧାଂଶୁ ଓ ଆରପି କୋଚେଙ୍କ ନାଁ

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
କିଏ ହେବ ଓଡ଼ିଶାର ପୋଲିସର ନୂଆ ମୁଖିଆ, ଚର୍ଚ୍ଚାରେ ସୁଧାଂଶୁ ଓ ଆରପି କୋଚେଙ୍କ ନାଁ
New DGP

Key Points

ନୂଆ ଡିଜି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା
ଦିଲ୍ଲୀକୁ ପଠାଇଲେ ୧୧ ଆଇପିଏସ ଅଧିକାରୀଙ୍କ ନାଁ
ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟକୁ ମିଳିପାରେ ନୂଆ ପୋଲିସ ଡିଜି

ନୂଆ ଡିଜି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ଦିଲ୍ଲୀକୁ ପଠାଇଲେ ୧୧ ଆଇପିଏସ ଅଧିକାରୀଙ୍କ ନାଁ । ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟକୁ ମିଳିପାରେ ନୂଆ ପୋଲିସ ଡିଜି । ଚର୍ଚ୍ଚାରେ ସୁଧାଂଶୁ, ସୁଶାନ୍ତ ଏବଂ ଆରପି କୋଚେଙ୍କ ନାଁ । ରାଜ୍ୟରେ ବିଗିଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବାକୁ କାହା ଉପରେ ଭରସା କରିବେ ସରକାର, ତା'ଉପରେ ସମସ୍ତଙ୍କ ନଜର ।

କିଏ ହେବ ଓଡ଼ିଶାର ପୋଲିସର ନୂଆ ମୁଖିଆ । କାହା ନାଁରେ ବାଜିବ ମୋହର । କେନ୍ଦ୍ରକୁ ରାଜ୍ୟ ପଠାଇଲା ୧୧ ଆଇପିଏସ ଅଫିସରଙ୍କ ନାଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଘଡିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଜୋର ଧରିଛି ନୂଆ ଡିଜିପି ଚର୍ଚ୍ଚା । କାହିଁକି ନା ଅଗଷ୍ଟ ୩୧ରେ ସରୁଛି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ । ତାଙ୍କ ପଛକୁ ଚର୍ଚ୍ଚାରେ ଆଗରେ ୩ ଆଇପିଏସଙ୍କ ନାଁ ରହିଛି । ୧୯୯୦ ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଷଡଙ୍ଗୀ, ୧୯୯୩ ବ୍ୟାଚର ସୁଶାନ୍ତ ନାଥ ଏବଂ ଆର.ପି କୋଚେ । ଅଗ୍ନିଶମ ଡିଜି ସୁଧାଂଷୁ ଷଡଙ୍ଗୀଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୮ ପର୍ଯ୍ୟନ୍ତ ରହିଛି ।

ଅଧିକ ପଢ଼ନ୍ତୁ: ବାଲିଅନ୍ତା ବର୍ବରତା ପରେ ଚେତିଲା ପୋଲିସ; ନାରୀ ସୁରକ୍ଷା ପାଇଁ ଆସିଲା 'ଉଇ କେୟାର୍ ସାଥୀ' ଆପ୍


ସେହିପରି ଭିଜିଲାନ୍ସ ଡିଜି ଆରପି କୋଚେଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ଥିବା ବେଳେ ଜେଲ ଡିଜି ସୁଶାନ୍ତ ନାଥଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୭ ପର୍ଯ୍ୟନ୍ତ ରହିଛି । କିନ୍ତୁ ଏସଆଇ କେଳେଙ୍କାରୀ ଘଟଣାରେ ବିବାଦୀୟ ଅଛନ୍ତି ଆଇପିଏସ ସୁଶାନ୍ତ ନାଥ । ତେଣୁ ସୁଧାଂଶୁ ଏବଂ କୋଚେଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ବଡ଼ କଥା ହେଉଛି ଡିଜି ରାଙ୍କର ଏହି ୩ ଅଧିକାରୀ ବାଦ ଆଉ ୮ ଏଡିଜି ରାଙ୍କର IPS ଅଫିସରଙ୍କ ନାଁ ବି ଦିଲ୍ଲୀ ପଠାଇଛନ୍ତି ରାଜ୍ୟ ସରକାର । ୯୪ ବ୍ୟାଚର ଆଇପିଏସ୍‌ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଯେଠୱା, ୧୯୯୫ ବ୍ୟାଚର ଆଇପିଏସ ଋତୁ ଆରୋରା, ପୋଲିସ ଆଧୁନିକୀକରଣ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ ରଣପିସେ, ଏସଏପଏସଏଲ ନିର୍ଦ୍ଦେଶକ ସନ୍ତୋଷ ବାଲା, ୯୬ ବ୍ୟାଚର ରେଳ ଏବଂ ଉପକୂଳ ଏଡିଜି ଅରୁଣ ବୋଥ୍ରା, ସୁନିତା କକ୍ରନ । ଏମାନଙ୍କ ଭିତରୁ ୩ ଆଇପିଏସ ଅଧିକାରୀ ଋତୁ, ରଣପିସେ ଏବଂ ସୁନୀତା କକ୍ରନ ଏବେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ଯଦିଓ ଏମାନଙ୍କ ନାଁ ପଠାଯାଇଛି ତଥାପି ଡିଜିପି ପାହ୍ୟାକୁ ଏମାନେ ପଦୋନ୍ନତି ପାଇ ନ ଥିବାରୁ ନୂଆ ଡିଜିପି ହେବା ସମ୍ଭାବନା କମ୍‌ ରହିଛି ।

ରାଜ୍ୟ ସରକାର ପଠାଇଥିବା ଏହି ନାଁରୁ ୩ଟି ନାମ ସର୍ଟଲିଷ୍ଟ କରି ପଠାଇବ ୟୁପିଏସସି । ଆଉ ସେଥିରୁ ଜଣଙ୍କୁ ଡିଜି ଭାବେ ଦାୟିତ୍ଵ ଦେବେ ରାଜ୍ୟ ସରକାର । ଅଗଷ୍ଟ ୩୧ରେ ଖୁରାନିଆଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ରାଜ୍ୟ ସରକାର ନିର୍ଦ୍ଧାରିତ ଅବଧି ଭିତରେ ତାଲିକା ଦାଖଲ କରିଥିବାରୁ ମାସ ଶେଷ ସୁଦ୍ଧା ରାଜ୍ୟକୁ ନୂଆ ପୋଲିସ ମୁଖିଆ ମିଳିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who Will Be Odisha’s New Police DGP? | Argus News