Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Cabinet Meeting / କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଏଥର ଚାଷୀଙ୍କଠାରୁ କିଣାଯିବ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଏଥର ଚାଷୀଙ୍କଠାରୁ କିଣାଯିବ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ

Key Points

କ୍ୟାବିନେଟ୍‌ ବୈଠକରେ ମୋଟ ୧୫ ପ୍ରସ୍ତାବକୁ ଅନୁମୋଦନ । ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ-୨୦୨୫କୁ ମଞ୍ଜୁରି । ଜିଲ୍ଲା ଓ ଦେୱାନୀ କୋର୍ଟର ବିଚାର ବିଭାଗୀୟ କର୍ମଚାରୀ ସେବା ନିୟମରେ ସଂଶୋଧନ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ ପ୍ରସ୍ତାବକୁ ଅନୁମୋଦନ । ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ-୨୦୨୫ ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ସେହିପରି ଜିଲ୍ଲା ଓ ଦେୱାନୀ କୋର୍ଟର ବିଚାର ବିଭାଗୀୟ କର୍ମଚାରୀ ସେବା ନିୟମରେ ସଂଶୋଧନ ହୋଇଛି । ବୃହତ୍ ଉଠା ଜଳସେଚନ ଯୋଜନାରେ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି ।


ସେହିପରି ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନରେ ୪ ହଜାର ୮୬୨ ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ଏହା ସହିତ ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ଯୋଜନାରେ ଅଧିକ ବ୍ୟୟ ଅଟକଳ ହୋଇଛି । ସ୍ଵଚ୍ଛ ଓଡ଼ିଶା ନୂତନ ରାଜ୍ୟ ଯୋଜନାରେ ୫ ବର୍ଷ ପାଇଁ ୧୬୦୦ କୋଟି ମଞ୍ଜୁରୀ ହୋଇଛି । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧ୍ୟାଦେଶ-୨୦୨୫କୁ ମଞ୍ଜୁରି ସହ କାରଖାନା (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୫କୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଉଥିଲେ ଛତିଶଗଡ଼ ଯୁବକ, ଧରିଲା ପୋଲିସ


ସେହିପରି ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟ ସରକାର ସମସ୍ତ ବର୍ଗର ବିଦ୍ୟାଳୟ ଯଥା ସରକାରୀ, ଘରୋଇ ଏବଂ ଅଣସହାୟତାପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜାତୀୟକରଣ ପୁସ୍ତକ ଯୋଗାଇଦେବେ । ଏଥିପାଇଁ ଯେଉଁ ବହି ଛପାଯିବ ସେଥିପାଇଁ କାଗଜ କିଣା ବାବଦକୁ ୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସମ୍ପର୍କିତ କାଗଜ କିଣା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୮୫୦୦ ମେଟ୍ରିକ ଟନ୍ (ଟିବିପିଏଏମ୍ ପାଇଁ ୧୬୫୦୦ ମେଟ୍ରିକ ଟନ୍ ଏବଂ ବିଏସ୍ଇ ପାଇଁ ୨ ହଜାର ମେଟ୍ରିକ ଟନ୍) ୭୦ ଜିଏସ୍‌ଏମ୍ ମାପଲିଥୋ ରିଲ୍ ପେପର ଏବଂ ୧୩୦୦ ମେଟ୍ରିକ ଟନ୍ (ଟିବିପିଏମ୍‌ ପାଇଁ ୧୧୦୦ ମେଟ୍ରିକ ଟନ୍ ଏବଂ ବିଏସ୍‌ଇ ପାଇଁ ୨୦୦ ମେଟ୍ରିକ ଟନ୍ ) ୧୭୦ ଜିଏସ୍‌ଏମ୍ ଗ୍ଲସି ଆର୍ଟ କଭର୍ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କାଗଜ ସବୁ ପଞ୍ଜାବର ‌ସାଥିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ନୂଆଦିଲ୍ଲୀର ଶ୍ରେୟାନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ରାୟଗଡ଼ାର ଜେ.କେ ପେପର ଲିମିଟେଡ୍‌ଠାରୁ କିଣାଯିବ।


ସେହିପରି ଚାଷୀଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପ୍ରୋତ୍ସାହନ । ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବେ ରାଜ୍ୟ ସରକାର । ଖରିଫ୍ ଋତୁରେ ୭୩ ଲକ୍ଷ, ରବି ଋତୁରେ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବେ । ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ଯାଏଁ ଖରିଫ୍ ଧାନ କିଣିବେ । ୨୦୨୬ ମେ' ଓ ଜୁନ୍‌ ମାସରେ ରବି ଧାନ କିଣିବେ ସରକାର । କେବଳ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ମଣ୍ଡିକୁ ଧାର୍ଯ୍ୟଠାରୁ ଅଧିକ ଧାନ ଆସିଲେ ବି ସରକାର କିଣିବେ । ଧାନ କିଣିବା ପାଇଁ ଆଧାର ହେବ ଏକମାତ୍ର ପରିଚୟପତ୍ର ।

Related Topics

Explore more stories

Sponsored
Odisha Cabinet Takes Major Decisions; Approves 15 Key Proposals | Argus News