Cancer Treatment / କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଗାଁକୁ ଗଡ଼ିବ କ୍ୟାନସର କେୟାର୍ ଭ୍ୟାନ
·38 mins ago·2 min read

Key Points
କେବଳ ବଡ଼ ସହରରେ ସୀମିତ ରହିବ ନାହିଁ କ୍ୟାନସର ଚିକିତ୍ସା । ଏଣିକି ଜିଲ୍ଲା ହସ୍ପିଟାଲରେ ଦିଆଯିବ । ଗାଁ ଦୁଆରେ ପହଞ୍ଚିବ କ୍ୟାନସର କେୟାର ଭ୍ୟାନ୍ ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍ । କେବଳ ବଡ଼ ସହରରେ ସୀମିତ ରହିବ ନାହିଁ କ୍ୟାନସର ଚିକିତ୍ସା । ଏଣିକି ଜିଲ୍ଲା ହସ୍ପିଟାଲରେ ଦିଆଯିବ । ଗାଁ ଦୁଆରେ ପହଞ୍ଚିବ କ୍ୟାନସର କେୟାର ଭ୍ୟାନ୍ ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "କ୍ୟାନସର ଚିକିତ୍ସାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ରୋଗୀଙ୍କ ନିକଟରେ ପହଞ୍ଚାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବ୍ଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନସର କେୟାର ଭ୍ୟାନ୍ । ଏହାର ଖୁବଶୀଘ୍ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିବେ । କ୍ୟାନସର କେୟାର କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି ।
ଏଥିସହ ପଢ଼ନ୍ତୁ: କେଉଁଠୁ ଆସିଲେ ୫ ଓରାଙ୍ଗଉଟାନ? ଚୋରାଚାଲାଣର ଚେର କାଢ଼ିବ STF
ସେ ଆହୁରି କହିଛନ୍ତି, "ରାଜ୍ୟର ୩୨ଟି ଜିଲ୍ଲା ହସ୍ପିଟାଲରେ ଡେ-କେୟାର ସିଷ୍ଟମ୍ ଲାଗୁ କରାଯିବ । ଏହାଦ୍ୱାରା କ୍ୟାନସର ରୋଗୀଙ୍କୁ ଦୂର ଜିଲ୍ଲା କିମ୍ବା କଟକ ଯିବାକୁ ପଡ଼ିବ ନାହିଁ । କ୍ୟାନସର ଚିହ୍ନଟ ପରେ ରୋଗୀ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ପ୍ରଥମ କେମୋ ଥେରାପି ନେବେ । ଏହାପରେ ଆବଶ୍ୟକ ଥିବା ପରବର୍ତ୍ତୀ କେମୋଥେରାପିଗୁଡ଼ିକ ନିଜ ଜିଲ୍ଲା ହସ୍ପିଟାଲରେ ନେଇପାରିବେ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାଦ୍ଵାରା ରୋଗୀ ଓ ପରିବାର ଉପରେ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚର ବୋଝ କମିବ । ଏହାସହ କ୍ୟାନସର ଚିହ୍ନଟ ହେଲେ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ କ୍ୟାନସର ଚିକିତ୍ସା
ଆୟୁଷ୍ମାନ ଭାରତ ଯୋଜନାରେ କ୍ୟାନସର ପ୍ୟାକେଜ୍ ନଥିବା ବେଳେ ରାଜ୍ୟ ସରକାର ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଏହାକୁ ସାମିଲ୍ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପାଖାପାଖି ୯୨ଟି ପ୍ୟାକେଜ୍ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ସାମିଲ୍ କରାଯାଇଥିବା କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ।
କ୍ୟାନସରର ହଟସ୍ପଟ୍ ଓଡ଼ିଶା
ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନସର ରୋଗୀ । ଡାଇଗ୍ନୋସିସ୍ ପରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର କ୍ୟାନସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, UAEରେ ଓଡ଼ିଶାର ନିବେଶ ପ୍ରଚାର ଆରମ୍ଭ
୨୦୨୫-୨୬ରେ ଜାନୁଆରୀ ସୁଦ୍ଧା ୨୩, ୧୩୧ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ସବୁଠୁ ଅଧିକ କଟକରେ ୪, ୭୭୯ ଜଣ କ୍ୟାନସର ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୭୮, ଯାଜପୁରରେ ୧୧୫୩, ଜଗତସିଂହପୁରରେ ୧୮୨୨, ବାଲେଶ୍ଵରରେ ୧୫୪୬ ଓ ଭଦ୍ରକରେ ୧୪୩୨ ଜଣଙ୍କ ଠାରେ କ୍ୟାନସର ଚିହ୍ନଟ କରାଯାଇଛି ।

Related Topics
Explore more stories