Chit Fund Scam / ୧୨ ବର୍ଷ ପରେ କେତେ ଆଗେଇଛି ଚିଟ୍ଫଣ୍ଡ ତଦନ୍ତ ? ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
·18 mins ago·3 min read

Key Points
ଚିଟ୍ଫଣ୍ଡ ଠକେଇ ମାମଲାରେ ଏବେ ବି ତଦନ୍ତ ଜାରି ରହିଛି । ନୂତନ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଏଯାବତ୍ ୨ ଲକ୍ଷ ୩୯ ହଜାର ୪୬୧ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମୋଟ ୯୩ କୋଟି ଟଙ୍କା ଫେରସ୍ତ କରାଯାଇଛି ।
ଭୁବନେଶ୍ଵର: ୨୦୧୪ରେ ପଦାକୁ ଆସିଥିଲା ଚିଟ୍ଫଣ୍ଡ ସ୍କାମ୍ । ଆଉ ସ୍କାମ୍କୁ ଏବେ ୧୨ ବର୍ଷ ବିତିଲାଣି । ତଥାପି ଜମାକାରୀ ସେମାନଙ୍କ ଜମା ପୁଞ୍ଜି ଫେରି ପାଇ ନାହାନ୍ତି । ଏକାଧିକ ଚିଟ୍ଫଣ୍ଡ ଠକେଇ ମାମଲାରେ ଏବେ ବି ତଦନ୍ତ ଜାରି ରହିଥିବା ବେଳେ ବିଧାନସଭାରେ ଏକ ତାରକା ପ୍ରଶ୍ନରେ ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗୃହରେ ମୁଖ୍ୟମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ, ରାଜ୍ୟରେ ଚିଟ୍ଫଣ୍ଡ ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସେମାନଙ୍କର ଜମା ଅର୍ଥ ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଛି । ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।
ନୂତନ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଏଯାବତ୍ ୨ ଲକ୍ଷ ୩୯ ହଜାର ୪୬୧ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମୋଟ ୯୩ କୋଟି ଟଙ୍କା ଫେରସ୍ତ କରାଯାଇଛି । ଅବଶିଷ୍ଟ ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଅର୍ଥ ଫେରସ୍ତ କରାଯିବା ପ୍ରକ୍ରିୟା ଚାଲୁ ରହିଛି ।
ଏଥିସହ ପଢ଼ନ୍ତୁ: ଦୁର୍ନୀତି ବିରୋଧରେ ବଡ଼ ଆକ୍ସନ,ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ କର୍ମଚାରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରିନି ଠକେଇ ଅର୍ଥର ଆକଳନ
ବର୍ତ୍ତମାନ ମଧ୍ୟ ଚିଟ୍ଫଣ୍ଡ ତଦନ୍ତ ପ୍ରକ୍ରିୟା କ୍ରିୟା ଚାଲୁ ରହିଛି । ତଦନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ, ରାଜ୍ୟରେ ଚିଟଫଣ୍ଡ ଠକେଇରେ ସମ୍ପୃକ୍ତ କମ୍ପାନୀଗୁଡ଼ିକର ନାମ ଓ ସେମାନଙ୍କ ଦ୍ଵାରା ଠକେଇ ହୋଇଥିବା ଅର୍ଥର ପରିମାଣ ଆକଳନ ହୋଇନାହିଁ ।
ରାଜ୍ୟ ସରକାର , OPID (in Financial Establishment) Act, 2011, OPID (in Financial Establishment) Rules, 2013, OPID (in Financial Establishment) Amendment Act, 2016 ଅନୁପାଳନ କରି ଏବେ ସୁଦ୍ଧା ୬୯ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ନିମନ୍ତେ ୯୧ଟି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ଅନ୍ତରୀଣ କୋରଖ ଆଦେଶ (Ad-interim attachment order) ପ୍ରଦାନ କରିଛନ୍ତି । ସେଥିରୁ ନିର୍ଦ୍ଧାରିତ ନ୍ୟାୟାଳୟମାନେ (Designated Court) ୪୨ଟି ମାମଲାରେ ସରକାରଙ୍କ ଅନ୍ତରୀଣ କୋରଖ ଆଦେଶକୁ କାଏମ (Absolute) କରିଛନ୍ତି ।
OPID Act, 2011 ଅନୁଯାୟୀ ପଦନାମିତ ନାମିତ ନ୍ୟାୟାଳୟଙ୍କ ଅନ୍ତିମ ଆଦେଶ ପ୍ରାପ୍ତି ପରେ ଅର୍ଥ ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଅନୁପାଳନ ଓ ତଦସଂପୃକ୍ତ ନ୍ୟାୟିକ ପ୍ରକ୍ରିୟା ଚୁଡାନ୍ତ ହେବା ପରେ, ରାଜ୍ୟ ସରକାର ଅବଶିଷ୍ଟ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବେ ।
ଜମାକାରୀଙ୍କୁ ଫେରସ୍ତ ପ୍ରକ୍ରିୟା ଜାରି
ନିର୍ଦ୍ଧାରିତ ନ୍ୟାୟାଳୟଙ୍କ ଆଦେଶ ମୁତାବକ, ୩ ଗୋଟି ବେଆଇନ ଆର୍ଥିକ ପ୍ରତିଷ୍ଠାନ ସମ୍ପତ୍ତି ନିଲାମ ଏବଂ ବ୍ୟାଙ୍କ ଜମା ଜବତ ଅର୍ଥରୁ ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପ୍ରକ୍ରିୟା ଚାଲୁଅଛି ।

ଏଥିସହ ପଢ଼ନ୍ତୁ: ଖାକିରେ କଳଙ୍କ, ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଅସଦାଚରଣ ଅଭିଯୋଗ
ଅର୍ଥ ଫେରସ୍ତ ଲାଗି ଆସିବ ନୂଆ ଆପ୍
ଚିଟ୍ଫଣ୍ଡ କମିଶନଙ୍କ ଦ୍ଵାରା ସୁପାରିସ୍ କରାଯାଇଥିବା ଓ ଫେରସ୍ତ ପାଇ ନଥିବା କ୍ଷୁଦ୍ର ଜମାକାରୀ ମାନଙ୍କ ଅର୍ଥ ଫେରସ୍ତ ପାଇଁ ସରକାର ଏକ ନୂତନ ମୋବାଇଲ୍ ଆପ୍/ପୋର୍ଟାଲ୍ ଜରିଆରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ ବ୍ୟବସ୍ଥା କରିବାକୁ ପ୍ରୟାସ କରୁଛନ୍ତି । ଏହା ଫଳରେ ଅବଶିଷ୍ଟ କ୍ଷୁଦ୍ର ଜମାକାରୀ ସେମାନଙ୍କର ଅର୍ଥ ଫେରସ୍ତ ପ୍ରକ୍ରିୟା ସହଜ ହେବ ।
ଏବେ ସୁଦ୍ଧା ଗୋଲ୍ଡେନ ଲ୍ୟାଣ୍ଡ କମ୍ପାନୀର ୨ ଲକ୍ଷ ୧୬ ହଜାରରୁ ଅଧିକ ଜମକାରୀଙ୍କୁ ୭୮ କୋଟିରୁ ଅଧିକ ଟଙ୍କା ଫେରସ୍ତ ହୋଇଛି । ଏଥିସହ ହାଇଟେକ୍ର ୬୧୩ ଜଣ ଜମାକାରୀଙ୍କୁ ୪ କୋଟି ୯୯ ଲକ୍ଷ ୪୮ ହଜାର ୭୮୦ ଟଙ୍କା ଫେରସ୍ତ ହୋଇଛି । ରୋଜ୍ ଭ୍ୟାଲିର ୩ ହଜାର ୬୨୨ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୧ କୋଟି ୨୬ ଲକ୍ଷ ୭୩ ହଜାର ୯୯୭ ଟଙ୍କା ଫେରସ୍ତ କରାଯାଇଛି ।

Related Topics
Explore more stories