Mohan Majhi / ଦୁର୍ନୀତିରେ ସରକାର ବଦ୍ନାମ ହେଲେ ବରଦାସ୍ତ କରାଯିବନି: ମୁଖ୍ୟମନ୍ତ୍ରୀ
·7 months ago·2 min read

Key Points
ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ । IAS ଅଧିକାରୀଙ୍କ ଠାରୁ ନେଇ ଚତୁର୍ଥ ଶ୍ରେଣୀ ଅଧିକାରୀ ସମସ୍ତଙ୍କ କ୍ଷେତ୍ରରେ ଦୁର୍ନୀତି ଓ ଅନିୟମିତତା କଲେ ତାଙ୍କୁ ଧରାଯିବ । ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ ।
ଭୁବନେଶ୍ଵର: ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଲୋକକୈନ୍ଦ୍ରିକ ଶାସନ ପ୍ରତିଷ୍ଠା କରି ଜନ ସାଧାରଣଙ୍କୁ ଉତ୍ତମ ନାଗରିକ ସେବା ପ୍ରଦାନ ସହ ବିକଶିତ ଓଡ଼ିଶା ୨୦୩୬ ଗଠନ ପାଇଁ ଦୃଢ଼ ସଂକଳ୍ପର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥିସହ ପଢ଼ନ୍ତୁ: ୬ ମାସରେ ସମାଧାନ ହେବ ରାଜସ୍ଵ ବିଭାଗର ସବୁ ମାମଲା, ମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୯ ପରାମର୍ଶ ଦେଇଛନ୍ତି । ସେ ଗୁଡ଼ିକ ହେଲା-
୧) ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଦୁର୍ନୀତିରେ ସରକାର ବଦ୍ନାମ ହେଲେ ବରଦାସ୍ତ କରାଯିବନି ।
୨) ଅଧିକ କ୍ଷେତ୍ର ପରିଦର୍ଶନ କର ।
୩) ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର । ରିୟଲ ଟାଇମ୍ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କର ।
୪) ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣ ।
୫) ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର । ସରକାରୀ ନୋଟିସ୍, ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ।
୬) ସୋସିଆଲ୍ ମିଡିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ ।
୭) ଆଉଟସୋର୍ସିଂ କମାଅ, ରାଜ୍ୟ ସ୍ତରରେ PMU ଏବଂ ଜିଲ୍ଲା ସ୍ତରରେ ଆଉଟ ସୋର୍ସ କରାଯାଉଛି । ଏ ଅଭ୍ୟାସକୁ ସମୀକ୍ଷା କରି ଛାଡ଼ନ୍ତୁ ।
୮) ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ।
୯) ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମେ ଭିତ୍ତିଭୂମିକୁ ଗୁରୁତ୍ଵ ଦେଉଛୁ । ଭିତ୍ତିଭୂମି ବଢ଼ିଲେ ଶିଳ୍ପ, କୃଷି, ସ୍ଵାସ୍ଥ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହେବ । ଶିଳ୍ପାୟନରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବ । ଓଡ଼ିଶା ଜନସଂଖ୍ୟାର ୬୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ବିଭିଧ ଚାଷ କରି ଆମେ ଅର୍ଥନୀତିକୁ ଆଗକୁ ନେଇ ପାରିବା ।"
ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ । IAS ଅଧିକାରୀଙ୍କ ଠାରୁ ନେଇ ଚତୁର୍ଥ ଶ୍ରେଣୀ ଅଧିକାରୀ ସମସ୍ତଙ୍କ କ୍ଷେତ୍ରରେ ଦୁର୍ନୀତି ଓ ଅନିୟମିତତା କଲେ ତାଙ୍କୁ ଧରାଯିବ । ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ । ସରକାର କଠୋର ହେବାକୁ କେବେ ପଛାଇବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍ମା ନିହତ; ସୁକ୍ମା ଏନ୍କାଉଣ୍ଟରରେ ୬ ନକ୍ସଲ ସଫା
ବାଲି ଚୋରି ଏବଂ ଚୋରା ମଦ କାରବାର ରୋକିବାକୁ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ କରୁଥିବା ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଚୋରା ମଦ କାରବାର ରୋକିବାକୁ ନିୟମିତ ଚଢ଼ାଉ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories