Suresh Pujari / ୬ ମାସରେ ସମାଧାନ ହେବ ରାଜସ୍ଵ ବିଭାଗର ସବୁ ମାମଲା, ମନ୍ତ୍ରୀ ଦେଲେ ନିର୍ଦ୍ଦେଶ
·4 months ago·2 min read

Key Points
ଆଖି କାନ ଖୋଲା ରଖ । ନାକ ତଳେ କ'ଣ ହେଉଛି ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ । ଏହାସହ ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ।
ଭୁବନେଶ୍ଵର: ରାଜ୍ୟରେ କେହି ରହିବେନି ଭୂମିହୀନ । ୬ ମାସ ଭିତରେ ସମାଧାନ ହେବ ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନରେ ଏକଥା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲାର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଲୋକେ ସବୁଠୁ ଅଧିକ ସମସ୍ୟା ନେଇ ରାଜସ୍ଵ ବିଭାଗକୁ ଆସନ୍ତି । ଆମେ ପ୍ରୟାସ କରିବା ଆଗକୁ ଯେମିତି ରାଜସ୍ଵ ବିଭାଗର ଅଭିଯୋଗ ସଂଖ୍ୟା କମି କମି ଯିବ । ଲୋକଙ୍କୁ କିଭଳି ବନ୍ଧୁତ୍ଵପୂର୍ଣ୍ଣ ସରକାରୀ ସେବା ମିଳିବ ସେନେଇ ପ୍ରୟାସ କରିବା ।"
ଏଥିସହ ପଢ଼ନ୍ତୁ: ରାଜ୍ୟରେ ରହିବେନି ଭୂମିହୀନ, ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର
୫ ବର୍ଷରେ ଓଡ଼ିଶାରେ ଜଣେ ବି ଭୂମିହୀନ ରହିବେ ନାହିଁ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ । ଆମ ସରକାର ୨୪ ହଜାର ଶିକ୍ଷନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି । ୨୫ ହଜାର ଭୂମିହୀନଙ୍କୁ ଜମି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।
ଏଥିସସହ ଜନଗଣନା ପୂର୍ବରୁ ସମସ୍ତ ରାଜସ୍ଵ ଗ୍ରାମ ଆବେଦନକୁ ସୁପାରିସ୍ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । କହିଛନ୍ତି, "ଲୋକ ଟିଏ ଜମି ପାଇଁ ଆମ ପାଖକୁ ନ ଆସୁ । ଆମେ ସର୍ଭେ କରି ସେମାନଙ୍କୁ ସେବା ଯୋଗାଇ ଦେବା ।"
ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜସ୍ଵ ମନ୍ତ୍ରୀ । କହିଛନ୍ତି, "ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର । ମଧ୍ୟସ୍ଥି ବ୍ୟବସ୍ଥା (Middle Man System) ହଟିବା ଦରକାର । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ଶାସନ । କିନ୍ତୁ ଯେବେ ଖବରକାଗଜ ପଢ଼ିଲେ ଭିଜିଲାନ୍ସ ରେଡ୍ । ମୃତ ଲୋକ ଜୀବିତ ହେଇ ଯାଉଛନ୍ତି ।"
ଏଥିସହ ପଢ଼ନ୍ତୁ: OAS ଓ ORS ଅଧିକାରୀଙ୍କୁ ରାଜସ୍ଵ ବିଭାଗର ତାଗିଦ୍, କାରଣ ନ ଥାଇ ଷ୍ଟେସନ୍ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ
ଅନ୍ୟ ଲୋକଙ୍କୁ ଠିଆ କରି ଜମି ପଞ୍ଜିକରଣ ହୋଇଯାଉଛି । ଆଖି କାନ ଖୋଲା ରଖ । ନାକ ତଳେ କ'ଣ ହେଉଛି ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ । ଏହାସହ ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକାରୀ ମାନଙ୍କୁ ପ୍ରଂଶସା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି, "ଏକ ଉତ୍ତଦାୟୀ, ସମ୍ବେଦନଶୀଳ, ଦୁର୍ନୀତିମୁକ୍ତ ପ୍ରଶାସନ ହେଉଛି ସରକାରଙ୍କ ଲକ୍ଷ୍ୟ । ଏଠି କିଏ ବଡ଼ କିମ୍ବା ଛୋଟ ଅଧିକାରୀ ନୁହନ୍ତି । ସମସ୍ତଙ୍କ ଦାୟିତ୍ଵ ଭିନ୍ନ । ଆମ ସମସ୍ତଙ୍କ ଗୋଟିଏ ଉଦ୍ଦେଶ୍ଯ, ଓଡ଼ିଶାକୁ ବିକାଶର ଉଚ୍ଚ ସୋପାନରେ ପହଞ୍ଚାଇବା ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories