Odisha News / ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଯିବେ ମୁଖ୍ୟମନ୍ତ୍ରୀ; ଗ୍ରାଉଣ୍ଡରେ ବୁଲି ଦେଖିବେ କ୍ଷୟକ୍ଷତି
·1 hour ago·2 min read

Key Points
ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା 'ଅକଭାନ' ବର୍ଷାରେ ଜଳମଗ୍ନ ହୋଇଥିବା ବିଭିନ୍ନ ଚାଷଜମିର ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିବେ ।
ବ୍ରହ୍ମପୁର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା 'ଅକଭାନ' ବର୍ଷାରେ ଜଳମଗ୍ନ ହୋଇଥିବା ବିଭିନ୍ନ ଚାଷଜମିର ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପୁରୁଷୋତ୍ତମପୁର ଏବଂ ଛତ୍ରପୁର ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବାତ୍ୟା ଅର୍ଣ୍ଣବ ଏବଂ ଅକଭାନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ସମୟରେ ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଚାଷଜମିର କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ରହି ଆନ୍ଧ୍ର ଗୁଣଗାନ ; କୋଟିଆରେ ପୁଣି ମୁହାଁମୁହିଁ ହେବେ କି ଆନ୍ଧ୍ର-ଓଡ଼ିଶା?
ମୁଖ୍ୟମନ୍ତ୍ରୀ ସକାଳ ୮ଟା ୩୦ରେ ହେଲିକପ୍ଟର ଯୋଗେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଅଭିମୁଖେ ଯାତ୍ରା କରିବେ । ସକାଳ ୯ଟା ୧୫ରେ ସେଠାରେ ପହଞ୍ଚିବା ପରେ ସଡ଼କ ପଥରେ ପୁରୁଷୋତ୍ତମପୁର ବ୍ଲକ୍ର ହାଣ୍ଡିଘରା ଗାଁକୁ ଯିବେ । ସକାଳ ୧୦ଟା ୫ରେ ହାଣ୍ଡିଘରାରେ ପହଞ୍ଚି ବାତ୍ୟା 'ଅର୍ଣ୍ଣବ' ଯୋଗୁଁ ଫସଲ ଜମିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ସକାଳ ୧୦ଟା ୨୫ରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବାଲୁଗାଁ ଗ୍ରାମକୁ ଯାତ୍ରା କରି ୧୦ଟା ୫୦ରେ ପହଞ୍ଚିବେ । ସେଠାରେ 'ଅର୍ଣ୍ଣବ' ଏବଂ 'ଅକଭାନ' ବାତ୍ୟା ଯୋଗୁଁ ଚାଷଜମିରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ । ପରବର୍ତ୍ତୀ କାର୍ଯ୍ୟକ୍ରମରେ ସକାଳ ୧୧ଟା ୧୦ରେ ବାଲୁଗାଁରୁ ବାହାରି ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ୧୧ଟା ୨୫ରେ ପହଞ୍ଚିବେ ।
ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି; ବାଲିଯାତ୍ରାରେ ସାଦା ପୋଷାକରେ ମୁତୟନ ରହିବେ ପୋଲିସ
ସେଠାରେ ବାତ୍ୟା 'ଅର୍ଣ୍ଣବ' ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ । ଏହାପରେ ଦିନ ୧୨ଟା ୨୫ରେ ସମ୍ମିଳନୀ କକ୍ଷରୁ ବାହାରି ୧୨ଟା ୪୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ । ଦିନ ୧୨ଟା ୪୫ରେ ହେଲିକପ୍ଟର ଯୋଗେ ସେଠାରୁ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି ।
ମାତ୍ର ଗୋଟିଏ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ଦୁଇ ଦୁଇଟି ବାତ୍ୟା ବ୍ୟାପକ କ୍ଷତି ପହଞ୍ଚାଇଛି । ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଫସଲ ବୁଡ଼ିଯିବା ସହ ଲୋକେ ସର୍ବସ୍ଵ ହରାଇଥିଲେ । ଆଉ ଏବେ ବାତ୍ୟା 'ଅକଭାନ୍' ପୁଣି ଥରେ ଫସଲକୁ ନଷ୍ଟ କରି ଦେଇଛି ।