Odisha News / ଓଡ଼ିଶାରେ ଭିତ୍ତିଭୂମି ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ‘ସିଏମ୍-ପ୍ରଗତି’ ଗଠିତ; ପ୍ରତି ମାସରେ ହେବ ସମୀକ୍ଷା
·2 hours ago·3 min read

Key Points
ଅଟକି ରହିଥିବା ପ୍ରକଳ୍ପ ଆଗେଇବ । ଗୁରୁତ୍ଵପୂର୍ଣ୍ଣ ଯୋଜନାର ରୂପାୟନକୁ ତ୍ଵରାନ୍ଵିତ ହେବ । ଏହି ଲକ୍ଷ୍ୟରେ ରାଜ୍ୟ ସରକାର ‘ସିଏମ୍-ପ୍ରଗତି’ ନାମରେ ଏକ ଉଚ୍ଚସ୍ତରୀୟ ଶାସନ ବ୍ୟବସ୍ଥା ଗଠନ କରିଛନ୍ତି ।
ଭୁବନେଶ୍ଵର: ଆଉ ବିଳମ୍ବ ହେବନି ପ୍ରକଳ୍ପ, ଅଟକିବନି କାମ । ବିକାଶ ପ୍ରକଳ୍ପର ସିଧାସଳଖ ତଦାରଖ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିକାଶମୂଳକ ପ୍ରକଳ୍ପର ମନ୍ଥର ଗତି ଓ ପ୍ରଶାସନିକ ସମନ୍ୱୟ ଅଭାବରୁ ଦେଖାଦେଉଥିବା ବିଳମ୍ବ ଉପରେ ଏଣିକି ସିଧାସଳଖ ନଜର ରଖିବେ ମୁଖ୍ୟମନ୍ତ୍ରୀ ।
ଅଟକି ରହିଥିବା ପ୍ରକଳ୍ପର ବାଧା ଦୂର କରିବା ଏବଂ ଗୁରୁତ୍ଵପୂର୍ଣ୍ଣ ଯୋଜନାର ରୂପାୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ସିଏମ୍-ପ୍ରଗତି’ (CM-PRAGATI) ନାମରେ ଏକ ଉଚ୍ଚସ୍ତରୀୟ ଶାସନ ବ୍ୟବସ୍ଥା ଗଠନ କରିଛନ୍ତି । ଏହାର ଅଧ୍ୟକ୍ଷ ରହିବେ ନିଜେ ମୁଖ୍ୟମନ୍ତ୍ରୀ । ପ୍ରତି ମାସରେ ଏହି କମିଟି ବୈଠକ କରି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ସମସ୍ୟାର ସମୀକ୍ଷା କରିବ ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାକୁ ନେଇ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ
ଯୋଜନା ଓ ସମନ୍ଵୟ ବିଭାଗ ପକ୍ଷରୁ ନଭେମ୍ବର ୬ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଲୁ ରହିଥିବା ପ୍ରମୁଖ ପ୍ରକଳ୍ପ ସହ ରଣନୈତିକ ଗୁରୁତ୍ଵ ବହନ କରୁଥିବା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଏହି କମିଟିର ସମୀକ୍ଷା ପରିସରକୁ ଆସିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶେଷକରି ଦୀର୍ଘଦିନ ଧରି ଅଟକି ରହିଥିବା ପ୍ରକଳ୍ପ, ବିଭାଗୀୟ ସମନ୍ଵୟର ଅଭାବ, ନୀତିଗତ ନିଷ୍ପତ୍ତିରେ ବିଳମ୍ବ ଏବଂ ଅନ୍ୟାନ୍ୟ ପ୍ରଶାସନିକ ବାଧା ଦୂର କରିବା ଉପରେ କମିଟି ଗୁରୁତ୍ଵ ଦେବ । ଆବଶ୍ୟକ ସ୍ଥଳେ ଉଚ୍ଚସ୍ତରରେ ତ୍ଵରିତ ନିଷ୍ପତ୍ତି ନେଇ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ଗତିଶୀଳ କରାଯିବ ।
କମିଟିରେ କିଏ କିଏ ?
କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଅର୍ଥ, ଜଙ୍ଗଲ ଓ ପରିବେଶ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ସଚିବମାନେ ସଦସ୍ୟ ରହିବେ। ଏସ୍ଆଇଟିଆଇ-ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସଦସ୍ୟ ଆବାହକ ଭାବେ କାର୍ଯ୍ୟ କରିବେ ।
ଏହି ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ଦିଗ ହେଉଛି ଡିଜିଟାଲ୍ ମନିଟରିଂ । ପ୍ରକଳ୍ପର ଅଗ୍ରଗତି, ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ଏବଂ ଅସମାଧିତ ସମସ୍ୟାଗୁଡ଼ିକର ସ୍ଥିତି ଜାଣିବା ପାଇଁ ଏକ ଆଇଟି ଆଧାରିତ ଡ୍ୟାସ୍ବୋର୍ଡ କାର୍ଯ୍ୟକ୍ଷମ ହେବ । ଏହା ଜରିଆରେ ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ଓ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଉପରେ ନଜର ରଖାଯିବ ।
କେଉଁ କେଉଁ ବିଭାଗ ହେବ ଅନ୍ତର୍ଭୁକ୍ତ ?
କେବଳ ଭିତ୍ତିଭୂମି କ୍ଷେତ୍ର ନୁହେଁ, ବିଭିନ୍ନ ବିଭାଗର ବଡ଼ ପ୍ରକଳ୍ପ ମଧ୍ୟ ଏହାର ସମୀକ୍ଷା ପରିସରକୁ ଆସିବ । ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ଇଏସ୍ଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଓ ଗଣଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଇସ୍ପାତ ଓ ଖଣି, ଜଳସମ୍ପଦ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପକୁ ଏହି ବ୍ୟବସ୍ଥାରେ ବିଚାର ପାଇଁ ନିଆଯିବ ।

ପ୍ରକଳ୍ପ ଚୟନ କ୍ଷେତ୍ରରେ ଏହାର ରଣନୈତିକ ଗୁରୁତ୍ଵୱ, ଜରୁରୀ କାଳୀନ ଆବଶ୍ୟକତା, ଦୀର୍ଘଦିନର ବିଳମ୍ବ, କାର୍ଯ୍ୟାନ୍ୱୟନରେ ଥିବା ବାଧା ଏବଂ ଜନସାଧାରଣଙ୍କ ସ୍ଵାର୍ଥକୁ ପ୍ରାଥମିକତା ଦିଆଯିବ । ଏଥିସହ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ମନିଟରିଂ ଗ୍ରୁପ୍ (ପିଏମ୍ଜି)ରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକ ମଧ୍ୟ ଏହାର ବିଚାର ପରିସରକୁ ଆସିବ ।
ଏଥିସହ ପଢ଼ନ୍ତୁ: ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ମଧୁବାବୁ ପେନସନ ଯୋଜନାରେ ସାମିଲ୍; ଆଜି ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ସମ୍ପୃକ୍ତ ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ପ୍ରକଳ୍ପ ସମ୍ପର୍କିତ ସଠିକ୍ ଓ ଅଦ୍ୟତନ ତଥ୍ୟ, ଅଗ୍ରଗତି ରିପୋର୍ଟ ଏବଂ ନିଆଯାଇଥିବା ପଦକ୍ଷେପର ବିବରଣୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଏସ୍ଆଇଟିଆଇ-ଓଡ଼ିଶାକୁ ପ୍ରଦାନ କରିବାକୁ ପଡ଼ିବ । ଏହି ସଂସ୍ଥା କମିଟିକୁ ସଚିବାଳୟ ଓ ବୈଷୟିକ ସହାୟତା ଯୋଗାଇବ । ଓଡ଼ିଶା ଗେଜେଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ‘ସିଏମ୍-ପ୍ରଗତି’ କାର୍ଯ୍ୟକାରୀ ହେବ ।
ଏହି ନୂଆ ବ୍ୟବସ୍ଥା ଜରିଆରେ ପ୍ରକଳ୍ପ ସମୀକ୍ଷାକୁ ନିୟମିତ ଓ ଫଳାଫଳ ଭିତ୍ତିକ କରିବା ସହ ବିଭାଗୀୟ ଉତ୍ତରଦାୟିତ୍ଵ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।