Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ, ୧୬୩ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୮ ହଜାର ୩ ଶହ କୋଟି

Odisha

Odisha Coastal Highway / ଓଡ଼ିଶାରେ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ, ୧୬୩ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୮ ହଜାର ୩ ଶହ କୋଟି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଓଡ଼ିଶାରେ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ, ୧୬୩ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୮ ହଜାର ୩ ଶହ କୋଟି
Coastal Highway

Key Points

୮୩୦୦ କୋଟିର ମେଗା ପ୍ରକଳ୍ପ
ବଦଳିବ ଓଡ଼ିଶାର ଚେହେରା
କୋଷ୍ଟାଲ ହାଇୱେକୁ କ୍ୟାବିନେଟ୍ ମଞ୍ଜୁରୀ

ଓଡ଼ିଶା ବିକାଶ ଗାଥାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟର ଅର୍ଥନୀତି ଓ ପର୍ଯ୍ୟଟନର ଚେହେରା ବଦଳାଇବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ଐତିହାସିକ ନିଷ୍ପତ୍ତି । ଦିଲ୍ଲୀରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାର ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ମିଳିଛି ସବୁଜ ସଙ୍କେତ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାର ରାମେଶ୍ୱରରୁ ଜଗତସିଂହପୁରର ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହେବ ଏହି ଭବ୍ୟ କୋଷ୍ଟାଲ ହାଇୱେ । ଏହାର ମୋଟ ଲମ୍ବ ରହିବ ୧୬୩.୧୮୦ କିଲୋମିଟର । ୮ ହଜାର ୩୦୦ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହେବ ଏହି କୋଷ୍ଟାଲ ହାଇୱେ । ଏହା ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଭଳି ପ୍ରମୁଖ ଉପକୂଳ ଜିଲ୍ଲାକୁ ସଂଯୋଗ କରିବ । ଏହି ପ୍ରକଳ୍ପ ଓଡ଼ିଶାର ବାଣିଜ୍ୟ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ । ବିଶେଷ କରି ପାରାଦୀପ ବନ୍ଦର ସହ ସଂଯୋଗୀକରଣ ସହଜ ହେବା ସହ ଗମନାଗମନ ସମୟ ପ୍ରାୟ ଅଢେଇ ଘଣ୍ଟା କମିଯିବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ହାଇୱେ ଆଗାମୀ ଦିନରେ ଓଡ଼ିଶାର ପ୍ରଗତିର ଲାଇଫଲାଇନ୍ ସାଜିବ ।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜୁନ୍ ତୃତୀୟ ସପ୍ତାହରେ ଆସିବେ ଓଡ଼ିଶା


ସେପଟେ ଓଡ଼ିଶାର ବିକାଶରେ ‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର । ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ୧୬୦.୧୮ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ ହଜାର ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଥମ ପର୍ଯ୍ୟାୟରେ ଏହି ମେଗା ପ୍ରକଳ୍ପକୁ ଦୁଇଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇଛି । ପ୍ୟାକେଜ୍-୧ ଅଧୀନରେ ରାମେଶ୍ୱର ଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪ ଲେନ୍ ବିଶିଷ୍ଟ ହାଇୱେ କରାଯିବ ଏବଂ ପ୍ୟାକେଜ୍-୨ ଅଧୀନରେ କାକଟପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରୋଡକୁ ୨ ଲେନ୍ ବିଶିଷ୍ଟ କରାଯିବ ।



ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ । ରାଜ୍ୟର Blue Economy, ଉପକୂଳବର୍ତ୍ତୀ ପର୍ଯ୍ୟଟନ ଓ ଶିଳ୍ପାୟନକୁ ନୂତନ ଗତି ଦେବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ରୋଜଗାର ଓ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cabinet Approves ₹8,300 Crore Odisha Coastal Highway Project | Argus News