Cold Wave / ଥଣ୍ଡାର ରେକର୍ଡ ବ୍ରେକ୍; ଝାରସୁଗୁଡ଼ା ଓ ଭୁବନେଶ୍ଵରରେ ବାଘୁଆ ଜାଡ଼

Key Points
ବାଘୁଆ ଜାଡ
— usd (@usd0705) January 10, 2026
ଭାଙ୍ଗିବ ସଭିଙ୍କ ପଞ୍ଜରା ହାଡ଼
ଆଜି ରେକର୍ଡ ପ୍ରମୁଖ ରାତ୍ରି ତାପମାତ୍ରା
ରାଉରକେଲା ୪.୧ °C
ଝାରସୁଗୁଡା ୪.୫°C
କେନ୍ଦୁଝର ୭.୪ °C
ଭୁବନେଶ୍ୱର ୯.୨°C
ସମ୍ବଲପୁର ୯.୪°C
ହୀରାକୁଦ ୯.୯°C
ବାଲେଶ୍ୱର ୯.୯°C pic.twitter.com/eJx2s92SN0
ଆଜି ରାଉରକେଲାରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୪.୧ ଡିଗ୍ରୀ ରହିଛି । ସେହିଭଳି ଝାରସୁଗୁଡ଼ାରେ ୪.୫ ଡିଗ୍ରୀ, କେନ୍ଦୁଝରରେ ୭.୪ ଡିଗ୍ରୀ, ଭୁବନେଶ୍ୱର ୯.୨ ଡିଗ୍ରୀ, ସମ୍ବଲପୁର ୯.୪ ଡିଗ୍ରୀ, ହୀରାକୁଦ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଭୀଷଣ ଶୀତରେ ଥରୁଛି ଓଡ଼ିଶା; ପିଲାଙ୍କ ସ୍କୁଲ୍ ସମୟ ପରିବର୍ତ୍ତନ କଲା ପ୍ରଶାସନ
ଚଳିତ ଶୀତ ଋତୁରେ ପୂର୍ବରୁ ଦୁଇ ଥର ସର୍ବକାଳୀନ ରେକର୍ଡ ଭାଙ୍ଗିଥିବା ଝାରସୁଗୁଡ଼ା ନୂଆ ରେକର୍ଡ କରିଛି । ପୁଣି ଆଉ ଥରେ ଗତକାଲିର ରେକର୍ଡ ଆଜି ଭାଙ୍ଗିଛି ଝାରସୁଗୁଡ଼ା । ୧୯୫୩ ଠାରୁ ୭୩ ବର୍ଷର ରେକର୍ଡ ଭାଙ୍ଗି ଆଜି ଝାରସୁଗୁଡ଼ାରେ ସବୁଠାରୁ ଥଣ୍ଡା ରାତି ଅନୁଭୂତ ହୋଇଛି ।
#Jharsuguda 4.5°C
— usd (@usd0705) January 10, 2026
ଚଳିତ ଶୀତ ଋତୁରେ ପୂର୍ବରୁ ଦୁଇ ଥର ସର୍ବକାଳୀନ ରେକର୍ଡ ଭାଙ୍ଗିତଥିବା ବେଳେ
ପୁଣି ଆଉଥରେ ଗତ କାଲିର ରେକର୍ଡ ଭାଙ୍ଗି ଆଜି, ୭୩ ବର୍ଷରେ (୧୯୫୩ ଠାରୁ )ଆଜି ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି
୭ Jan ୨୦୧୩: ୫.୬°C (ପୂର୍ବ ରେକର୍ଡ)
୬ Jan ୨୦୨୬: ୫.୧°C
୯ Jan ୨୦୨୬: ୪.୬°C
୧୦ Jan ୨୦୨୬ (#ଆଜି): ୪.୫°C pic.twitter.com/e2r3TdPnda
ଝାରସୁଗୁଡ଼ାରେ ୨୦୧୩ ଜାନୁଆରୀ ୭ରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରହିଥିବା ବେଳେ ୨୦୨୬ ଜାନୁଆରୀ ୭ରେ ୫.୧ ଡିଗ୍ରୀ, ଜାନୁଆରୀ ୯ରେ ୪.୬ ଡିଗ୍ରୀ ଏବଂ ଆଜି ଜାନୁଆରୀ ୧୦ରେ ପାରଦ ସର୍ବନିମ୍ନ ୪.୬ ଡିଗ୍ରୀ ରହିଛି ।
ସେହିଭଳି ଭୁବନେଶ୍ୱରରେ ମଧ୍ୟ ୨୨ବର୍ଷ ରେକର୍ଡ କରିଛି ଥଣ୍ତା । ୨୦୦୪ରୁ ଏଯାବତ୍ ସବୁଠାରୁ ଥଣ୍ଡା ରାତି ହୋଇଛି ଜାନୁଆରୀ ୧୦ । ୨୦୦୪ ଠାରୁ ଏତେ ଥଣ୍ଡା ରାଜଧାନୀରେ କେବେବି ଅନୁଭୂତ ହୋଇ ନଥିଲା । ଜାନୁଆରୀ ମାସରେ ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା ଆଜି ରେକର୍ଡ ହୋଇଛି । ଭୁବନେଶ୍ଵରରେ ଆଜି ସର୍ବନିମ୍ନ ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ କରାଯାଇଛି ।
୧୦ ଜାନୁଆରୀ ୨୦୨୬ (#ଆଜି)
— usd (@usd0705) January 10, 2026
ଭୁବନେଶ୍ୱର #୨୨ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠାରୁ ଥଣ୍ଡା ରାତ୍ରି (୨୦୦୪ ରୁ ଏଯାବତ ) | ୨୦୦୪ ଠାରୁ ଏତେ ଥଣ୍ଡା ରାଜଧାନୀରେ କେବେବି ଅନୁଭୂତ ହୋଇନଥିଲା #ଜାନୁଆରୀ ମାସରେ #ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା
ଆଜି ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୨ ଡ଼ିଗ୍ରୀ ରେକର୍ଡ pic.twitter.com/P8RQU1Bb2h
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ଶୀତ ଲହରୀ ଲଗି ରହିବ । ଏହି ୪ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ
ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୪ ଘଣ୍ଟାରେ ରାତି ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।