Weather Update Today / ଶୀତରେ ଥରୁଛି ସାରା ଓଡ଼ିଶା: ୧୦ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା
·8 months ago·2 min read

Key Points
- ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ଓଡ଼ିଶା
- ୧୦ ଡିଗ୍ରୀ ତଳେ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା ରହିଛି
- ଗତ ୨୪ ଘଣ୍ଟାରେ କନ୍ଧମାଳର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର
ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ଓଡ଼ିଶା । ଜାଡ଼ର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା ରହିଛି। ୫.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଗତ ୨୪ ଘଣ୍ଟାରେ କନ୍ଧମାଳର ଜି.ଉଦୟଗିରି ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି । ଚଳିତ ଶୀତ ଋତୁରେ ଏହା ସବୁଠୁ କମ୍ ତାପମାତ୍ରା । ହାଡ଼ଭଙ୍ଗା ଶୀତ ଯୋଗୁ ଏଠାରେଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ସାଙ୍ଗକୁ କାଲୁଆ ପବନରେ ଲୋକେ ନାକେଦମ୍ ହୋଇଛନ୍ତି।
ଏଥିସହ ପଢ଼ନ୍ତୁ: ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ
କୋରାପୁଟ ସେମିଳିଗୁଡ଼ାରେ ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ପାରଦ ୮ ଡିଗ୍ରୀ ରେକର୍ଡ । ୧୨ ଡିଗ୍ରୀ ତଳେ ୧୩ ସହରରେ ତାପମାତ୍ରା ରହିଛି । ଲଗାତାର୍ ୪ ଦିନ ହେଲା ଭୁବନେଶ୍ବର ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି। ଆଜି ସକାଳ ୫ଟା ୩୦ରେ ରାଜଧାନୀରେ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ। ସେହିପରି ୧୫ ତାରିଖରେ ୧୫ ଡିଗ୍ରୀ ଓ ୧୬ ତାରିଖରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଦେହ, ହାତ ଥରାଇ ଦେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ। ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ଏବେ ପାଇଁ ଶୀତ କମିବାର ସମ୍ଭାବନା ନାହିଁ ।
ଏହାସହ ପଢ଼ନ୍ତୁ: ଓଡ଼ିଶାରେ ଘନ କୁହୁଡ଼ି; ୬ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା
ରାଜ୍ୟରେ ଶୀତର ରାଜୁତି । ପାହାନ୍ତିଆରେ ଘନ କୁହୁଡ଼ି, ରାତିରେ ହାଡ଼ଭଙ୍ଗା ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଆଜି ରାତି ବି ଶୀତ ପଡ଼ିବ । ଏନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଆଜି ରାତି ପାଇଁ ୬ ଜିଲ୍ଲା କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories