Videos
|
Odisha

ବ୍ରେନଷ୍ଟ୍ରୋକରେ ସବୁଠୁ ଆଗରେ ଓଡିଶା, ଆସିଲା ସର୍ଭେ ରିପୋର୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବ୍ରେନଷ୍ଟ୍ରୋକରେ ସବୁଠୁ ଆଗରେ ଓଡିଶା, ଆସିଲା ସର୍ଭେ ରିପୋର୍ଟ

ଅର୍ଗସ ବ୍ୟୁରୋ : ରାଜ୍ୟରେ ପ୍ରତି ୭ ଜଣରୁ ଜଣଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ବିପଦ । ସର୍ଭେ ରିପୋର୍ଟରୁ ଏହି ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି ।  ମସ୍ତିଷ୍କାଘାତରେ ଓଡ଼ିଶା ଜାତୀୟ ହାର ଠାରୁ ମଧ୍ୟ ଆଗରେ ରହିଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ ହାର ଅଧିକ ଥିବା ଗବେଷଣାମୂଳକ ରିପୋର୍ଟ ପ୍ରକାଶ କରିଛି ପ୍ରସିଦ୍ଧ ପତ୍ରିକା ଦ ଲାନସେଟ୍ । ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ବିପଦକୁ ସାମ୍ନା କରୁଛନ୍ତି । ଭାରତରେ ମସ୍ତିଷ୍କାଘାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିବର୍ଷ ବଢିବାରେ ଲାଗିଛି । ଏମ୍ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗରେ ପ୍ରତି ମାସରେ ପାଞ୍ଚ ଶହରୁ ଅଧିକ ମସ୍ତିଷ୍କାଘାତ ରୋଗୀଙ୍କ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି । ପୂର୍ବରୁ ମସ୍ତିଷ୍କାଘାତ କେବଳ ବୟସ୍କଙ୍କଠାରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଏହି ରୋଗ ଅଧିକ ପ୍ରଭାବିତ କରୁଛି। ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ମାନସିକ ଚାପ ସ୍ତର ବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃଦ୍ଧି ହେତୁ ଏପରି ସଙ୍କଟ ଉପୁଜିଥିବା ବିଶେଷଜ୍ଞମାନେ କହିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଏମ୍ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଦ୍ଵାରା ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜି କନଫରେନ୍ସରେ ଏସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। କୋଡ୍ ଷ୍ଟ୍ରୋକ ଟୁ ଷ୍ଟ୍ରୋକ ଇଣ୍ଟରଭେନସନ୍” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ୍ ଚିହ୍ନଟ, ଚିକିତ୍ସା ଅଗ୍ରଗତି ଏବଂ ଷ୍ଟ୍ରୋକ୍ ପ୍ରତିରୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ ଓ ପ୍ରସିଦ୍ଧ ସ୍ନାୟୁବିଜ୍ଞାନୀମାନେ ଅଂଶଗ୍ରହଣ କରିଥିଲେ।
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: