Congress Fund Drive / ରାଜ୍ୟ କଂଗ୍ରେସକୁ ପାଣ୍ଠି ଚିନ୍ତା, ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ଟଙ୍କା ମାଗିବ କଂଗ୍ରେସ
·1 hour ago·2 min read

Key Points
ରାଜ୍ୟ କଂଗ୍ରେସକୁ ଚାନ୍ଦା ଭରସା!
ଲୋକଙ୍କୁ ୧୦୦ ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ କଂଗ୍ରେସର ଅଭିଯାନ
ଦଳକୁ ସଂଗଠିତ କରିବା ପାଇଁ ସୃଷ୍ଟି କରିବ ୧୫ ଲକ୍ଷ କ୍ୟାଡର

ରାଜ୍ୟ କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ସଜବାଜ ହେଉଥିବା ବେଳେ ପୁଞ୍ଜିର ଅଭାବ ଯୋଗୁଁ ଏବେ ଲୋକଙ୍କୁ ଅର୍ଥ ମାଗିବ କଂଗ୍ରେସ । ଦଳକୁ ସଂଗଠିତ କରିବା ପାଇଁ ଦଳ ସୃଷ୍ଟି କରିବ ୧୫ ଲକ୍ଷ କ୍ୟାଡର । ଏହି କ୍ୟାଡରଙ୍କ ହାତରେ ରହିବ ନିର୍ବାଚନ ଭାର । ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ୧୦୦ ଟଙ୍କା ଲେଖାଏଁ ଅର୍ଥକୁ ସଂଗଠିତ କରି ଦଳ ନିର୍ବାଚନ ଖର୍ଚ୍ଚ କରିବାକୁ ରଖିଛି ଲକ୍ଷ୍ୟ ।
ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ୩ ଦଳ ସଜବାଜ ହେଉଥିବା ବେଳେ ରାଜ୍ୟ କଂଗ୍ରେସକୁ ଘାରିଛି ଏବେ ଦଳୀୟ ପାଣ୍ଠି ଚିନ୍ତା । ଦଳରେ ପୁଞ୍ଜିର ଅଭାବ ଦେଖା ଦେଇଥିବାରୁ ଏବେ ଲୋକଙ୍କୁ ଅର୍ଥ ମାଗିବ କଂଗ୍ରେସ । ନିର୍ବାଚନରେ ଦଳକୁ ସଂଗଠିତ ପାଇଁ ଦଳ ସୃଷ୍ଟି କରିବ ୧୫ ଲକ୍ଷ କ୍ୟାଡର । ଏହି କ୍ୟାଡରଙ୍କ ହାତରେ ନିର୍ବାଚନ ଭାର ରହିବା ସହ ଏମାନେ ଅର୍ଥ ସଂଗ୍ରହ ଦାୟିତ୍ୱରେ ରହିବେ । ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ୧୦୦ ଟଙ୍କା ଲେଖାଏଁ ଅର୍ଥକୁ ସଂଗଠିତ କରି ଦଳ ନିର୍ବାଚନରେ ଏହି ପାଣ୍ଠି ଖର୍ଚ୍ଚ କରିବ ।
ଅଧିକ ପଢ଼ନ୍ତୁ: ସ୍ୱାଧୀନତା ଦିବସରେ ସ୍କୁଲରେ ଶୋକ, ପତାକା ବାନ୍ଧୁଥିବାବେଳେ ଟଳିପଡ଼ିଲେ ଶିକ୍ଷକ
କଂଗ୍ରେସରେ ପାଣ୍ଠି ଅଭାବ ନୂଆ କଥା ନୁହେଁ । ୨୦୨୪ରେ ବି ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ଦଳୀୟ ପାଣ୍ଠିକୁ ଦେବାକୁ କହିଥିଲେ ତତ୍କାଳୀନ ପିସିସି ସଭାପତି । ଏଭଳି ସ୍ଥିତିରେ କେବଳ କର୍ମୀ ନୁହେଁ ଦଳ ବିଧାୟକ, ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ବି ପାଣ୍ଠି ଦିଅନ୍ତୁ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା । ସେପଟେ ପାଣ୍ଠି ଯୋଗାଡ଼ ଭିତରେ ଲୋକଙ୍କୁ ଦଳ ସହ ଯୋଡିବା ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।
ରାଜ୍ୟରେ କଂଗ୍ରେସ ୨୬ ବର୍ଷ ହେଲା ସରକାରରେ ନାହିଁ । କେନ୍ଦ୍ରରେ ବି ୨୦୧୪ ଠାରୁ ଶାସନ ବାହାରେ । ଏହାରି ଭିତରେ ଦଳର ପାଣ୍ଠି ଅଭାବକୁ ସଭାପତିଙ୍କ ନୂଆ ଫର୍ମୁଲା କେତେ ଶକ୍ତି ଦେଉଛି ତାହା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories