Odisha Shock / ୫ ବର୍ଷର ପୁଅକୁ ଜଙ୍ଗଲରେ ଅନାଥ କରିଦେଲେ ଦମ୍ପତି
·3 months ago·2 min read

Key Points
ଜଙ୍ଗଲରେ ପଡ଼ିଥିବା କୀଟନାଶକ ଆଣି ୫ ବର୍ଷର ପୁଅ ଆଗରେ ପିଇ ଦେଇଥିଲେ ଦମ୍ପତି । ଜଙ୍ଗଲରେ ଘନ ଅନ୍ଧକାର ଭିତରେ ଏଭଳି ଘଟିଥିଲା ।
ଦେବଗଡ଼: ଘଞ୍ଚ ଜଙ୍ଗଲ, ଘନ ଅନ୍ଧାର, ପ୍ରବଳ ଜାଡ଼ । ବାଇକ୍ ନେଇ ପୁଅ ସହ ଜଙ୍ଗଲ ରାସ୍ତାରେ ବାହାରି ଥିଲେ ଦମ୍ପତି । ବାପଘରୁ ସ୍ଵାମୀଙ୍କ ସହ ଘରକୁ ଫେରୁଥିଲେ ଦମ୍ପତି । ହେଲେ ଜଙ୍ଗଲ ଭିତରେ ହଠାତ୍ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଲା ।
ଆଉ ଜଙ୍ଗଲ ଭିତରେ ଗାଡ଼ି ଅଟକାଇ ସ୍ଵାମୀ, ସ୍ତ୍ରୀ ଉଭୟ ବିଷ ପିଇଦେଲେ । ଜଙ୍ଗଲରେ ପଡ଼ିଥିବା କୀଟନାଶକ ଆଣି ୫ ବର୍ଷର ପୁଅ ଆଗରେ ପିଇ ଦେଇଥିଲେ ଦମ୍ପତି । ଜଙ୍ଗଲରେ ଘନ ଅନ୍ଧକାର ଭିତରେ ଏଭଳି ଘଟିଥିଲା ଶନିବାର ସନ୍ଧ୍ୟାରେ ।
ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପରେ ମାନିଲେ ବିଦେଶ ମନ୍ତ୍ରୀ; ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଏୟାରବେସ୍ ଉପରେ ହୋଇଥିଲା ଆଟାକ୍
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅଞ୍ଚଳରେ ଏହି ଅଘଟଣ ଘଟିଛି । ବିଷ ପିଇ କୁଣ୍ଢେଇଗୋଲା ଥାନା ପଳସମା ପଞ୍ଚାୟତ ଜିନ୍ତାପାଲି ଗାଁର ଦୁଷ୍ମନ୍ତ ମାଝୀ (୩୪), ସ୍ତ୍ରୀ ରିଙ୍କି ମାଝୀ (୨୮)ଙ୍କ ମୃତ୍ୟୁ ହୋଇଛି । ବାପାମାଆ ଜୀବନ ହାରିଥିବା ବେଳେ କୁନି ପୁଅ ରାତି ତମାମ ମୃତଦେହକୁ ଜଙ୍ଗଲରେ ଜଗି ରହିଥିଲା ।
ରବିବାର ସକାଳେ କୁନି ପୁଅ ସାହସ ବାନ୍ଧି ରାସ୍ତା ଉପରକୁ ଆସି ଲୋକଙ୍କୁ ଅଟକାଇଥିଲା । ଦେବଗଡ଼ ଅତିରିକ୍ତ ଏସ୍ପି ଧୀରଜ ଚୋପଦାର କହିଛନ୍ତି, "ଦମ୍ପତି ନିଜେ ବିଷ ପିଇବା ସହ ପୁଅକୁ ବି ବିଷ ପିଆଇ ଦେଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲୁ ।"
ଏଥିସହ ପଢ଼ନ୍ତୁ: ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ରେ ନିଆଁ, ଜୀବନ୍ତ ଜଳିଗଲେ ଯାତ୍ରୀ
ମେଡିକାଲ୍ରେ ଡାକ୍ତର ଦୁଷ୍ମନ୍ତକୁ ମୃତ ଘୋଷଣା କରିଥିଲେ । ସ୍ତ୍ରୀ ରିଙ୍କିକୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା । ରିଙ୍କିଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି । ୫ ବର୍ଷର ପୁଅର ସ୍ଵାସ୍ଥ୍ୟ ବିଗିଡ଼ାବରୁ ତାକୁ ଅନୁଗୁଳରୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଛି ।
ଏଭଳି ଘଟଣା ଖାଲି ଦେବଗଡ଼ ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ା ହେଲା ସ୍ପଷ୍ଟ ହୋଇ ନାହିଁ । ପାରିବାରିକ କଳହକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: