Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Bomb Threat / ଉଡ଼ାଇ ଦେବାକୁ ଧମକ ଦେଇ ୩ ଘଣ୍ଟା ଅଚଳ କରିଦେଲେ କୋର୍ଟ କାର୍ଯ୍ୟ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଉଡ଼ାଇ ଦେବାକୁ ଧମକ ଦେଇ ୩ ଘଣ୍ଟା ଅଚଳ କରିଦେଲେ କୋର୍ଟ କାର୍ଯ୍ୟ
Bomb Threat to 3 Odisha Courts

Key Points

  • ତିନିଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
  • ସମ୍ବଲପୁର, ଦେବଗଡ଼ ଓ କଟକ କୋର୍ଟରେ ଧାଁ ଦଉଡ଼
  • ଧମକପୂର୍ଣ୍ଣ ଇ-ମେଲ୍ ପରେ ଜୋରଦାର ଯାଞ୍ଚ
ଭୁବନେଶ୍ଵର: ରାଜ୍ୟରେ ପ୍ରଥମଥର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଇ-ମେଲ ପାଇବା ପରେ ଆରମ୍ଭ ହେଲା ତନାଘନା ଯାଞ୍ଚ । ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚି ଖାନତଲାସୀ କଲେ । ଅବଶ୍ୟ ବୋମା କିମ୍ବା ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ ।

ତଥାପି ମେଲ୍ ଆସିଥିବା ସୋର୍ସର ମିଳିତ ତଦନ୍ତ କରିବେ ପୋଲିସ ଓ କ୍ରାଇମବ୍ରାଞ୍ଚ । ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସନ୍ଧ୍ୟାରେ ବସିଛି ଗୁରୁତ୍ଵପୂର୍ଣ୍ଣ ବୈଠକ ।

ଧମକପୂର୍ଣ୍ଣ ଇ-ମେଲ ପରେ କୋର୍ଟ ପରିସରରେ ବମ୍ ଓ ଡଗ୍ ସ୍କ୍ଵାଡ୍ । ବିଭିନ୍ନ ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । ପ୍ରଥମେ ବିଚାରପତିମାନଙ୍କୁ କୋର୍ଟ ପରିସରରୁ ସୁରକ୍ଷିତ ବାହାର କରିବା ସହ ଓକିଲ ମାନଙ୍କୁ ମଧ୍ୟ କ୍ୟାମ୍ପସ ଛାଡ଼ିବାକୁ କୁହାଗଲା । ବାହାରେ ପ୍ରସ୍ତୁତ ହୋଇ ରହିଲା ଅଗ୍ନିଶମ ବାହିନୀ । କ୍ୟାମ୍ପସରେ ସର୍ଚ୍ଚ କଲେ ସନ୍ଧନୀ କୁକୁର । ମେଟାଲ ଡିଟେକ୍ଟର ସହାୟତାରେ ଖୋଜାଗଲା ବୋମା । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପାଇ ସମ୍ବଲପୁର କୋର୍ଟ ପରିସରରେ ବି ପହଞ୍ଚିଲେ ଉତ୍ତରାଞ୍ଚଳ ଆଇଜି ।

ଏଥିସହ ପଢ଼ନ୍ତୁ: ଭୟରେ ଓଡ଼ିଶାବାସୀ: ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ...ଖାଲି ହେଲା ଅଦାଲତ

ସାମନ ଧଣରର ଧମକ ଦେବଗଡ଼ କୋର୍ଟ ରେଜିଷ୍ଟରକୁ ଆସିବା ପରେ ଜିଲ୍ଲା କୋର୍ଟ ପରିସରରେ ଆରମ୍ଭ ହୋଇଥିଲା ଧାଁ ଦଉଡ଼ । କୋର୍ଟ ପରିସରରେ ସୁରକ୍ଷାକୁ ସୁନିଶ୍ଚିତ କରିବା ଥିଲା ପ୍ରାଥମିକତା । ଅପରାହ୍ଣ ୨ଟା ୩୫ରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଥିଲା । କେଉଁଠି ଖଞ୍ଜାଯାଇଛି ବୋମା ? କାହାକୁ ଟାର୍ଗେଟ କରିବେ ଅପରାଧୀ ? ଏଭଳି ଆଶଙ୍କା ଭିତରେ କୋର୍ଟ ପରିସର ଖାଲି କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ ।

କଟକ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜୋରଦାର ହୋଇଥିଲା ସର୍ଚ୍ଚ ଅପରେସନ୍ । କୋର୍ଟ ପରିସରରୁ ଓକିଲ, ମହକିଲ ଓ କର୍ମଚାରୀଙ୍କୁ ଖାଲି କରାଗଲା । ସ୍ପେଶାଲ ଟାକଟିକାଲ ଗ୍ରୁପ, ସେଣ୍ଟ୍ରାଲ ଫୋର୍ସ ଓ ସଶସ୍ତ୍ର ବାହିନୀ ପହଞ୍ଚି ଯାଞ୍ଚକୁ ଜୋରଦାର କଲେ ।

ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟ ପରିସରରେ ମଧ୍ୟ ଖାନତଲାସୀ କରାଗଲା । ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କ ନିର୍ଦ୍ଦେଶରେ କଟକ କୋର୍ଟ ପରିସରରେ ପହଞ୍ଚିଥିଲେ ପୋଲିସ ଡିଜି ଓ କମିଶନର । ପ୍ରାୟ ୩ ଘଣ୍ଟା ପରେ କୋର୍ଟ କାର୍ଯ୍ୟ ସ୍ଵାଭାବିକ ହୋଇଥିଲା । କୌଣସି ବୋମା ମିଳିନଥିବା ବେଳେ, ଲୋକେ ଆତଙ୍କିତ ନହେବାକୁ କହିଛନ୍ତି ଆଇନ୍ ମନ୍ତ୍ରୀ ଓ ପୋଲିସ ଡିଜି ।

ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି

ଅରୁଣ୍ଡେଲା କୁମାର ନାମକ ବ୍ୟକ୍ତିଙ୍କ ହଟମେଲ ଆକାଉଣ୍ଟରୁ ଧମକପୂର୍ଣ୍ଣ କୋର୍ଟକୁ ଆସିଛି । ତାମିଲନାଡୁରେ କନେଷ୍ଟବଳମାନଙ୍କୁ ରାଜନେତାଙ୍କ ପୋଷାକ ଓ ମଇଳା ବାସନ ସଫା କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏଥିରେ ଧମକ ଦିଆଯାଇଛି । ପୋଲିସ ଏହାର ଯାଞ୍ଚ କରୁଥିବାବେଳେ, ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୋଲିସ ସହ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଏହାର ତଦନ୍ତ କରିବ ବୋଲି ପୋଲିସ କମିଶନର କହିଛନ୍ତି । କୋର୍ଟକୁ ଆସିଥିବା ଇ-ମେଲର ସୋର୍ସକୁ ଖୋଜି ବାହାର କରାଯିବ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା କୋର୍ଟକୁ ଏଭଳି ଧମକ ଆସିଥିବା ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bomb Threat Halts Court Work for 3 Hours in Odisha | Argus News | Argus News