COVID Returns / କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ; ସଂଗରୋଧ ୱାର୍ଡ ସହ ଆବଶ୍ୟକ ଔଷଧ ମହଜୁଦ୍ ପାଇଁ ନିର୍ଦ୍ଦେଶ
·6 hours ago·2 min read

Key Points
ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବଢିବା ପରେ ଗଞ୍ଜାମ ଜିଲ୍ଲାରେ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଜିଲ୍ଲା ସମସ୍ତ ଉପଖଣ୍ଡ ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଆଲର୍ଟ କରାଯାଇଛି ।
ଭୁବନେଶ୍ଵର: ୪ ବର୍ଷ ପରେ ପୁଣି ଫେରିଛି କରୋନା । ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଗୋଟିଏ ସପ୍ତାହରେ ୨ ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି । YSR କଡ଼ପ୍ପା ଜିଲ୍ଲାରେ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ପଡ଼ୋଶୀ ରାଜ୍ୟକୁ କରୋନା ଫେରିବା ପରେ ସତର୍କ ହୋଇଛି ଓଡ଼ିଶା । ଓଡ଼ିଶା ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆଲର୍ଟ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିରହିଛି ଓଡ଼ିଶାର ୭ଟି ଜିଲ୍ଲା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର CDMO ମାନଙ୍କୁ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହ, କୋଭିଡ ଲକ୍ଷଣ ଦେଖାଗଲେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।
ଏଥିସହ ପଢ଼ନ୍ତୁ: ପୁଣି ଫେରିଲା କରୋନା, ଆନ୍ଧ୍ରାରେ ୨ ମୃତ ୪ ଆକ୍ରାନ୍ତ, ଓଡ଼ିଶାକୁ ଚିନ୍ତା
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ବର୍ତ୍ତମାନ ଏଣ୍ଡାମିକ ସ୍ଥିତିରେ ରହିଛି । ତେଣୁ ଭୟ ନକରି କୋମର୍ବିଡିଟି ବା ଏକାଧିକ ରୋର ଥିବା ବ୍ୟକ୍ତି, କୋଭିଡ ଲକ୍ଷ୍ୟଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରି ଚିକିତ୍ସା କରାଇବାକୁ କୁହାଯାଇଛି । ଏଥିସହ କୋଭିଡ ସତର୍କତା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବଢିବା ପରେ ଗଞ୍ଜାମ ଜିଲ୍ଲାରେ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଜିଲ୍ଲା ସମସ୍ତ ଉପଖଣ୍ଡ ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଆଲର୍ଟ କରାଯାଇଛି । ଗୁରୁତର ଶ୍ଵାସକ୍ରିୟା ସଂକ୍ରମଣ (SARI) ରୋଗୀଙ୍କ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।
ସେହିଭଳି ଫ୍ଲୁ ଲକ୍ଷଣ ଥିବା ରୋଗୀଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ନମୁନା ପରୀକ୍ଷଣ ଲାଗି ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୋଲେସନ ୱାର୍ଡ ସହ ଅକ୍ସିଜେନ ବେଡ୍, ଅକ୍ସିଜେନ ପ୍ଲାଣ୍ଟ, ସିଲିଣ୍ଡର ଓ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ଆଶା ଓ ଏଏନଏମ୍ କର୍ମୀ ନିଜ ଅଞ୍ଚଳରେ ଜ୍ୱର କିମ୍ବା ଶ୍ୱାସକଷ୍ଟ ରୋଗୀଙ୍କୁ ଚିହ୍ନଟ କରି ସଚେତନତା ସୃଷ୍ଟି କରିବେ ।
ଏଥିସହ ପଢ଼ନ୍ତୁ: କେନ୍ଦୁପତ୍ର ତୋଳାଳି, ବନ୍ଧାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ବଢ଼ିଲା ପ୍ରୋତ୍ସାହନ ରାଶି
ORS, ପାରାସିଟାମଲ, ଜିଙ୍କ୍, ଭିଟାମିନ-A, ଶ୍ୱାସ ଔଷଧ, ଆଜିଥ୍ରୋମାଇସିନ୍ ଆଦି ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ମହଜୁଦ୍ ରଖିବାକୁ କୁହାଯାଇଛି । ପ୍ରତିଦିନ କୋଭିଡ୍ ପରୀକ୍ଷା, ହସ୍ପିଟାଲ ପ୍ରସ୍ତୁତି ଓ ଔଷଧ ମହଜୁଦ ସମ୍ପର୍କିତ ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories