Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେନ୍ଦୁପତ୍ର ତୋଳାଳି, ବନ୍ଧାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ବଢ଼ିଲା ପ୍ରୋତ୍ସାହନ ରାଶି

Odisha

Kendu Leaf / କେନ୍ଦୁପତ୍ର ତୋଳାଳି, ବନ୍ଧାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ବଢ଼ିଲା ପ୍ରୋତ୍ସାହନ ରାଶି

Sushanta Sahoo
Browse all articles by Sushanta Sahoo
·4 hours ago·2 min read
କେନ୍ଦୁପତ୍ର ତୋଳାଳି, ବନ୍ଧାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ବଢ଼ିଲା ପ୍ରୋତ୍ସାହନ ରାଶି
Odisha Government Raises Kendu Leaf Prices

Key Points

କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା ବୃଦ୍ଧି କଲେ ରାଜ୍ୟ ସରକାର । ଫାଳ ପିଛା ବଢ଼ିଲା ୨୦ ପଇସା । କେନ୍ଦୁପତ୍ର ତୋଳାଳିମାନଙ୍କୁ ମିଳିବ ୨୫ ପ୍ରତିଶତ ବୋନସ୍ ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି । ଉପକୃତ ହେବେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳି । କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା ବୃଦ୍ଧି କଲେ ରାଜ୍ୟ ସରକାର । ଫାଳ ପିଛା ବଢ଼ିଲା ୨୦ ପଇସା । କେନ୍ଦୁପତ୍ର ତୋଳାଳିମାନଙ୍କୁ ମିଳିବ ୨୫ ପ୍ରତିଶତ ବୋନସ୍ । ବନ୍ଧାଳି ଓ ସିଜିନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ପାଇଁ ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହା ସହିତ କେରି ଓ ଫାଳର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ ପାଠ୍ୟ ପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୋସେସ ଏରିଆରେ କେନ୍ଦୁପତ୍ର କେରି (୨୦ଟି) ପିଛା ମୂଲ୍ୟ ୧୦ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଫାଳ (୪୦ଟି) ପିଛା ମୂଲ୍ୟ ୨୦ ପଇସା ବୃଦ୍ଧି କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ।

ସେହିପରି କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବନ୍ଧାଳି ଓ ସିଜିନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ବହନ କରିବେ । ସମୁଦାୟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଏହା ପୂର୍ବରୁ ୨୦୨୫ ଅକ୍ଟୋବରରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବଡ଼ ଭେଟି ଦେଇଥିଲେ । ୫୦ କୋଟି ଟଙ୍କା ମଞ୍ଜୁର କରିଥିଲା ଜଙ୍ଗଲ ଓ ପରିବେଶ ବିଭାଗ । ଏହାଦ୍ଵାରା ରାଜ୍ୟର ୨୨ ଜିଲ୍ଲାରେ ଥିବା ୯ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ବୋଲି କୁହାଯାଇଥିଲା ।

ଏଥିସହ ପଢ଼ନ୍ତୁ: ଆପାର୍ଟମେଣ୍ଟରୁ ମୃତଦେହ ମିଳିବା ଘଟଣାରେ ଟ୍ଵିଷ୍ଟ; ପ୍ରେମିକା ଏକୁଟିଆ ଥିବାରୁ ଭେଟିବାକୁ ଆସିଥିଲା ପ୍ରେମିକ 

କେନ୍ଦୁ ପତ୍ର ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ନେଇଥିଲେ ପଦକ୍ଷେପ । କେରି ମୂଲ୍ୟ ବୃଦ୍ଧି, ଶ୍ରମ ମୂଲ୍ୟ ବୃଦ୍ଧି, କେନ୍ଦୁପତ୍ରର ଉତ୍ପାଦନ ହ୍ରାସ ଏବଂ ଜଳଭଣ୍ଡାର ହ୍ରାସ ଭଳି ବିଭିନ୍ନ କାରଣ ଯୋଗୁଁ ବର୍ଷ ବର୍ଷ ଧରି ବାଣିଜ୍ୟ ବଳକା ହ୍ରାସ ପାଉଛି ।

ଓଡ଼ିଶାର କେନ୍ଦୁ ପତ୍ର ବିକାଶ ବୋର୍ଡ (KLDB) ଏହି ବାଣିଜ୍ୟ ବଳକାରୁ କେନ୍ଦୁ ପତ୍ର ହିତାଧ୍ୟାକାରୀମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ପ୍ରଦାନ କରୁଛି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ 'ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର କଲ୍ୟାଣ ପାଣ୍ଠି'ର ଆର୍ଥିକ ଖର୍ଚ୍ଚ କମିଟି (EFC) ଅନୁମୋଦନ ପାଇଁ ପ୍ରସ୍ତାବକୁ ନଜରରେ ରଖି ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored