Cyber Crime / ସାଇବର ଠକଙ୍କୁ ଆଉ ତ୍ରାହି ନାହିଁ; ପୋଲିସ ସ୍କାନରରେ ସନ୍ଦିଗ୍ଧ ବ୍ୟାଙ୍କ କର୍ମଚାରୀ ଓ ସିମ୍ ଦୋକାନୀ
·4 months ago·2 min read

Key Points
ମ୍ୟୁଲ୍ ଆକାଉଣ୍ଟ ଓ ଫେକ୍ ସିମ୍ ନେଟୱାର୍କର ଚେର ଉପାଡ଼ିବା ପାଇଁ ଆରମ୍ଭ ହୋଇଛି 'ଅପରେସନ ସାଇବର କବଚ' । ମାସକ ମଧ୍ୟରେ ରାଜ୍ୟରେ ଶହ ଶହ ସାଇବର ଠକଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ସ୍କାନରରେ ଅଛନ୍ତି ସନ୍ଦିଗ୍ଧ ବ୍ୟାଙ୍କ କର୍ମଚାରୀ ଓ ସିମ୍ ଦୋକାନୀ ।
ଭୁବନେଶ୍ଵର: ଓଡ଼ିଶାରେ ସାଇବର ଅପରାଧ ବିରୋଧରେ ପୋଲିସର 'ଶୂନ୍ୟ ସହନଶିଳତା' ନୀତି । ମ୍ୟୁଲ୍ ଆକାଉଣ୍ଟ ଓ ଫେକ୍ ସିମ୍ ନେଟୱାର୍କର ଚେର ଉପାଡ଼ିବା ପାଇଁ ଆରମ୍ଭ ହୋଇଛି 'ଅପରେସନ ସାଇବର କବଚ' । ଜନସାଧାରଣଙ୍କ କଷ୍ଟ ଅର୍ଜିତ ଧନକୁ ସୁରକ୍ଷା ଦେବା ପାଇଁ ପୋଲିସ ଏବେ ଆକ୍ସନ ମୋଡ୍ରେ ।
ମାସକ ମଧ୍ୟରେ ରାଜ୍ୟରେ ଶହ ଶହ ସାଇବର ଠକଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ସ୍କାନରରେ ଅଛନ୍ତି ସନ୍ଦିଗ୍ଧ ବ୍ୟାଙ୍କ କର୍ମଚାରୀ ଓ ସିମ୍ ଦୋକାନୀ । ରାଜ୍ୟରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଓଡ଼ିଶା ପୋଲିସର ବଡ଼ ଧରଣର ଅଭିଯାନ କରିଛି ।
ଏଥିସହ ପଢ଼ନ୍ତୁ: ହାଇକୋର୍ଟରେ ପହଞ୍ଚିଲା ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ, ନିରପେକ୍ଷ ତଦନ୍ତ ଦାବି
ଗତ ଫେବ୍ରୁଆରୀ ୧୧ ତାରିଖରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସାରା ରାଜ୍ୟରେ ଆରମ୍ଭ ହୋଇଛି 'ଅପରେସନ ସାଇବର କବଚ' । ଗତ ଏକ ମାସ ମଧ୍ୟରେ ଓଡ଼ିଶା ପୋଲିସ ୩୯ ହଜାର ୭୧୪ଟି ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ କରିଥିବା ବେଳେ ୩୭୯ ଜଣଙ୍କୁ ଗିରଫ କରାଯାଇଛି । କେବଳ ସେତିକି ନୁହେଁ ୭୫୪୯ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀଙ୍କୁ ମଧ୍ୟ ନୋଟିସ ଜାରି କରିଛି ପୋଲିସ ।
ଝାରସୁଗୁଡ଼ାରୁ ଜୟପୁର ପର୍ଯ୍ୟନ୍ତ ସବୁଠି ସାଇବର ଠକଙ୍କ ଉପରେ ଚାଲିଛି ପୋଲିସର ବୁଲଡୋଜର। ଝାରସୁଗୁଡ଼ାରେ ପ୍ରାୟ ୧୭.୨୫ କୋଟି ଟଙ୍କାର ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଯେଉଁଥିରେ ଜଣେ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ବ୍ଲାକ୍ରେ ବିକ୍ରି କରୁଥିଲେ ଗ୍ୟାସ୍; ୩୦ଟି ସିଲିଣ୍ଡର ଜବତ ପର ଦୋକାନ ସିଲ୍
ଭୁବନେଶ୍ୱରରେ ଜାଲ୍ KYC ଓ ସିମ୍ ବ୍ୟବହାର କରୁଥିବା ସିଣ୍ଡିକେଟ୍ର ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିଳାସପୂର୍ଣ୍ଣ କାର୍ ଓ ମ୍ୟାକ୍ବୁକ୍ ଜବତ ହୋଇଛି । କଟକରେ ୨୯.୩୩ କୋଟି ଟଙ୍କାର ବିଶାଳ ମ୍ୟୁଲ୍ ଆକାଉଣ୍ଟ ନେଟୱାର୍କକୁ ଧ୍ୱସ୍ତ କରିଛି ପୋଲିସ ।
ସେହିଭଳି ଗଞ୍ଜାମରେ କ୍ରିପ୍ଟୋ କରେନ୍ସି ଓ ଅନଲାଇନ୍ ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ଏକାଧିକ ଗିରଫଦାରୀ ହୋଇଛି । ସମ୍ବଲପୁର, ରାଉରକେଲା, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର ଓ ପୁରୀ ଭଳି ଜିଲ୍ଲାରେ ହାୱାଲା କାରବାର ଓ ସେକ୍ସଟର୍ସନ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories