Videos
|
Odisha

Landslide / ଭୂସ୍ଖଳନ ଆଁରେ ଦକ୍ଷିଣ ଓଡ଼ିଶା; ବାତ୍ୟା 'ଅର୍ଣ୍ଣବ'ରେ ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ

Sushanta Sahoo
Browse all articles by Sushanta Sahoo
·12 mins ago·2 min read
ଭୂସ୍ଖଳନ ଆଁରେ ଦକ୍ଷିଣ ଓଡ଼ିଶା; ବାତ୍ୟା 'ଅର୍ଣ୍ଣବ'ରେ ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ
17 Dead Across 92 Locations in Six Districts

Key Points

ମାତ୍ର ମାସକ ମଧ୍ୟରେ ବଙ୍ଗୋପସଗାରରେ ୩ଟି ବାତ୍ୟା ଆସିଥିବା ବେଳେ ବଡ଼ ବିପଦ ଭାବେ ଉଭା ହୋଇଛି ଭୂସ୍ଖଳନ । ରାଜ୍ୟରେ ଚଳିତବର୍ଷ 'ଅର୍ଣ୍ଣବ' ବାତ୍ୟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆସିଥିବା ବନ୍ୟାରେ ୩୦ ଜିଲ୍ଲାର ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।
ଭୁବନେଶ୍ଵର: ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ମାତ୍ର ମାସକ ମଧ୍ୟରେ ବଙ୍ଗୋପସଗାରରେ ୩ଟି ବାତ୍ୟା ଆସିଥିବା ବେଳେ ବଡ଼ ବିପଦ ଭାବେ ଉଭା ହୋଇଛି ଭୂସ୍ଖଳନ । ବିଧାନସଭାରେ ବିଧାୟକ ଚକ୍ରମଣି କହଁର ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା କ୍ଷତିଗ୍ରସ୍ତଙ୍କ ବାବଦରେ ପ୍ରଶ୍ନ କରିଛନ୍ତି । ଯାହାର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଚଳିତବର୍ଷ 'ଅର୍ଣ୍ଣବ' ବାତ୍ୟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆସିଥିବା ବନ୍ୟାରେ ୩୦ ଜିଲ୍ଲାର ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ସମୟରେ ୪୨ ହଜାର ୬୧ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୮ ଲକ୍ଷ ୩୧ ହଜାର ୪୯୬ ଜଣଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି । ୬ ଜଣ ନିଖୋଜ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ବାତ୍ୟା ଭୟ; ଛତ୍ରବଜାରରେ ଜମିଲା ଭିଡ଼, ଆଗୁଆ ସାମଗ୍ରୀ କିଣିନେଲେ ଲୋକେ 

ଗଞ୍ଜାମ ଜିଲ୍ଲାର ଗୋଟିଏ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ କେନ୍ଦୁଝରର ୬ଟି, କୋରାପୁଟର ୧୨ଟି, ଗଜପତିର ୧୩ଟି, କନ୍ଧମାଳରେ ସର୍ବାଧିକ ୫୯ଟି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଭଳି ଭାବେ ମୋଟ ୯୨ଟି ସ୍ଥାନରେ ଭୂସ୍ଖଳନରେ ମୋଟ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା

ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF)ର ନିୟମାବଲୀ ଅନୁଯାୟୀ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି । ଏଥିସହ କ୍ଷତିଗ୍ରସ୍ତ ହୋଇଥିବା ଘର ନିର୍ମାଣ ପାଇଁ ସହାୟତା, କ୍ଷତିଗ୍ରସ୍ତ ଫସଲ ଲାଗି ସହାୟତା, ପିଲିଥିନ ଏବ ଅନ୍ୟାନ୍ୟ ଜରୁରୀକାଳୀନ ସହାୟତା ୨୮ ଲକ୍ଷ ୩୧ ହଜାର ୪୯୬ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ବିପର୍ଯ୍ୟୟ ପୂର୍ବରୁ ଓ ବିପର୍ଯ୍ୟୟ ସମୟରେ ତଳିଆ ଅଞ୍ଚଳରୁ ୧୩ ଲକ୍ଷ ୪୦ ହଜାର ୫୧୮ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସ୍ଥିତି ଅନୁଯାୟୀ ସେମାନଙ୍କୁ ଗୋଟିଏ ଦିନରୁ ନେଇ ୧୪ ଦିନ ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀରେ ରଖା ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବାତ୍ୟା ବେଳେ ଗ୍ରାଉଣ୍ଡରେ ଅଫିସର୍; 'ଆମ ପାଇଁ ଜୀବନ ବଡ଼' 

ଏହି ସମୟ ଅବଧିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । କନ୍ଧମାଳରେ ୩ ଜଣ, କେନ୍ଦୁଝରରେ ୪ ଜଣ, ବାଲେଶ୍ଵରରେ ଜଣେ, ଢେଙ୍କାନାଳରେ ଜଣେ ଓ ଯାଜପୁରରେ ଜଣେ ଏଭଳି ଭାବେ ମୋଟ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।