Videos
|
Odisha

Cyclone Akvan / ଜିରୋ କାଜୁଆଲିଟିକୁ ଗୁରୁତ୍ଵ; ୬୦ ଟି ଓଡ଼୍ରାଫ୍ ଟିମ୍, ୧୪ NDRF ଟିମ୍ ପ୍ରସ୍ତୁତ

Sushanta Sahoo
Browse all articles by Sushanta Sahoo
·26 mins ago·2 min read
ଜିରୋ କାଜୁଆଲିଟିକୁ ଗୁରୁତ୍ଵ; ୬୦ ଟି ଓଡ଼୍ରାଫ୍ ଟିମ୍, ୧୪ NDRF ଟିମ୍ ପ୍ରସ୍ତୁତ
Odisha Begins Mass Evacuation Preparations

Key Points

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଜଗତସିଂହପୁର ଜିଲ୍ଲାର ୧୧ ହଜାର ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ।
ଭୁବନେଶ୍ଵର: ଭୀଷଣ ବାତ୍ୟା 'ଅକଭାନ'କୁ ସରକାର ବଡ଼ ଧରଣର ପ୍ରସ୍ତୁତି ବୈଠକ କରିଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଭୀଷଣ ବାତ୍ୟା 'ଅକଭାନ' ନର୍ସାପୁର-ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ପବନ ୧୦୦ ବେଗ ପର୍ଯ୍ୟନ୍ତ ରହିପାରେ । ରାଜ୍ୟ ସରକାର ସଠିକ୍ ମୁକାବିଲା କରିବାକୁ ସବୁ ପଦକ୍ଷେପ ନେଉଛନ୍ତି ।"

ବିଶେଷକରି ଲୋକଙ୍କୁ ସ୍ଥାନାନ୍ତରଣ କରିବା ଦିଗରେ ସରକାର ଫୋକସ କରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଜଗତସିଂହପୁର ଜିଲ୍ଲାର ୧୧ ହଜାର ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଆଜି ରାତି ଓ କାଲି ସୁଦ୍ଧା ସେମାନଙ୍କୁ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ କରାଯିବ ।

ଏଥିସହ ପଢ଼ନ୍ତୁ: 'ଅକଭାନ' କିଏ ? ରାକ୍ଷସ ନାଁରେ କାହିଁକି ରଖାଗଲା ବାତ୍ୟାର ନାଁ ? 

ଗର୍ଭବତୀ ମହିଳା ଓ ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ସ୍ଥାନାନ୍ତରଣ ପାଇଁ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ୬୦ ଟି ଓଡ଼୍ରାଫ୍ ଟିମ୍, ୧୪ NDRF ଟିମ୍ ପ୍ରସ୍ତୁତ ରହିଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସବୁ ଫଣ୍ଡ୍ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାପ କାମୁଡ଼ା ପାଇଁ ଆଣ୍ଟି ଭେନମ ଇଞ୍ଜେକସନ ମହଜୁଦ ରଖାଯାଇଛି । ପାଣି ଓ ପାନୀୟ ଜଳ ବ୍ୟବସ୍ଥା ସଠିକ୍ ରୂପେ କରାଯାଇଛି । ବିଦ୍ୟୁତ୍ କଟିଲେ ଅତ୍ୟାବଶ୍ୟକୀୟ ସେବା ଜାରି ରଖିବାକୁ ସଠିକ୍ ସମୟରେ ଜେନେରେଟର ପହଞ୍ଚାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇ ସାରିଛି ।

ଏହାଛଡ଼ା ଡ୍ୟାମ୍ ଥିବା ଥିବା ସ୍ଥାନମାନଙ୍କୁ ଇଞ୍ଜିନିୟର ମାନଙ୍କୁ ପଠା ଯାଇଛି । ଓଡ଼ିଶା ବନ୍ୟା ଓ ବାତ୍ୟାକୁ ସାମ୍ନା କରୁଛି, ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛୁ । ପରିଚାଳନା ସହିତ କେମିତି ଠିକ୍ ନିଷ୍ପତ୍ତି ନିଆଯିବ ସେଥିପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାତି ସାରା ଖୋଲା ରହିବ SRC ଅଫିସ୍ କଣ୍ଟ୍ରୋଲ ରୁମ୍ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢୀ ରାତି ସାରା SRC କଣ୍ଟ୍ରୋଲ ରୁମ୍‌ରୁ ସବୁ ସ୍ଥାନର ସ୍ଥିତି ଉପରେ ନଜର ରଖିବେ । ୨୪ ଘଣ୍ଟିଆ ଏହା ଖୋଲା ରହିବ। କଣ୍ଟ୍ରୋଲ ରୁମ୍‌ରୁ ପୂରା ସ୍ଥିତିର ମନିଟରିଂ କରାଯିବ ।

ଏଥିସହ ପଢ଼ନ୍ତୁ: ବାତ୍ୟା 'ଅକଭାନ'କୁ ନେଇ ଆଗୁଆ ପ୍ରସ୍ତୁତି, ଜିଲ୍ଲାପାଳଙ୍କୁ ଜାରି ହେଲା ଜରୁରୀ ନିର୍ଦ୍ଦେଶ 

ପାହାଡ଼ିଆ ଲୋକଙ୍କୁ ସ୍ଥାନାନ୍ତରଣ

ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ବା ପାହାଡ଼ ତଳେ ରହୁଥିବା ଲୋକଙ୍କ ସ୍ଥାନାନ୍ତରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି । ଅଧିକାଂଶ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଛି । ଜଣେ ବି ବ୍ୟକ୍ତି ପାହାଡ଼ ତଳେ ରହିବେ ନାହିଁ । ସେ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ଗଜପତିରେ ୧୫ ହଜାର ଓ କନ୍ଧମାଳରେ ୧୦ ହଜାର ୨୪୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ସୁରକ୍ଷିତ ଅନ୍ୟତ୍ର ନେବାକୁ ଗୁରୁତ୍ଵ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ SRCଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ୧୦ରୁ ଅଧିକ ବିଭାଗର ଅତିରିକ୍ତ ସଚିବଙ୍କ ସହ ପ୍ରମୁଖ ସଚିବ ଉପସ୍ଥିତ ଥିଲେ । IMD ଭୁବନେଶ୍ବର ନିର୍ଦ୍ଦେଶିକା, ପୋଲିସ ADG ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।