Videos
|
Weather-calamities

Odisha Cyclone Alert / ବାତ୍ୟାକୁ ନେଇ ହାଇ ଆଲର୍ଟରେ ପ୍ରଶାସନ, ଆଜି ୪ଟାରେ ହେବ ଉଚ୍ଚସ୍ତରୀୟ ବୈଠକ

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
ବାତ୍ୟାକୁ ନେଇ ହାଇ ଆଲର୍ଟରେ ପ୍ରଶାସନ, ଆଜି ୪ଟାରେ ହେବ ଉଚ୍ଚସ୍ତରୀୟ ବୈଠକ
Odisha Cyclone Alert

Key Points

ବାତ୍ୟା ଆଶଙ୍କା !
୧୬ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ସରକାର
ଆଜି ୪ଟାରେ ହେବ ଉଚ୍ଚସ୍ତରୀୟ ବୈଠକ
ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ନେଇପାରେ ସାଇକ୍ଲୋନିକ ଷ୍ଟର୍ମର ରୂପ। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୮ ସକାଳେ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ତୀବ୍ରତା ବଢିବା ସହ ପବନର ବେଗ ବଢିବ । ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବା ବାରଣ କଲା IMD ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ମ ୪ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ଏଥିରେ ରାଜସ୍ୱ ବିଭାଗ, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଏହାସହ ୧୬ଟି ଜିଲ୍ଲାର ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ବୈଠକରେ ସାମିଲ ହେବେ ।

ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ଏହାର ପ୍ରଭାବକୁ ନେଇ ଏବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ଜାରି ରହିଛି । ବଙ୍ଗୋପସାଗରର ଆଣ୍ଡାମାନ ଦ୍ୱୀପପୁଞ୍ଜ ନିକଟବର୍ତ୍ତୀ ଦକ୍ଷିଣ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ…୨୬ ବେଳକୁ ନେଇପାରେ ବାତ୍ୟାର ରୂପ


ପ୍ରାଥମିକ ଆକଳନ ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ କିମ୍ବା ଓଡ଼ିଶାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆଲୋଚନା ହେଉଛି । ତେବେ ଏନେଇ ପାଣିପାଗ ବିଭାଗର ଚୂଡ଼ାନ୍ତ ଆକଳନକୁ ଅପେକ୍ଷା କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଥିବା କୁହାଯାଇଛି । ଏହାସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇପାରେ। ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ଏହି ପରିସ୍ଥିତିରେ ଲୋକଙ୍କୁ ଭୟଭୀତ ନହେବାକୁ ଏବଂ ଆତଙ୍କିତ ନହେବାକୁ ଅନୁରୋଧ କରାଯାଇଛି। ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି। ତେବେ ଲୋକମାନେ ପାଣିପାଗ ବିଭାଗ ଓ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସରକାରୀ ସୂଚନା ଓ ସତର୍କତା ନିର୍ଦ୍ଦେଶକୁ ଅନୁସରଣ କରିବା ଉଚିତ ।