Videos
|
Odisha

Cyclone Alert / ସମ୍ଭାବ୍ୟ ବାତ୍ୟା 'ମୁରାସୁ' ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଫୋକସ୍‌ରେ ଦକ୍ଷିଣ ଓଡ଼ିଶା

Sushanta Sahoo
Browse all articles by Sushanta Sahoo
·30 mins ago·2 min read
ସମ୍ଭାବ୍ୟ ବାତ୍ୟା 'ମୁରାସୁ' ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଫୋକସ୍‌ରେ ଦକ୍ଷିଣ ଓଡ଼ିଶା
South Odisha on Alert, CM Reviews Preparations

Key Points

ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଭଳି ସମ୍ଭାବ୍ୟ ବାତ୍ୟା 'ମୁରାସୁ' ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେବେ, ସମ୍ଭାବ୍ୟ ବାତ୍ୟା 'ମୁରାସୁ'ର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ?
ଭୁବନେଶ୍ଵର: ଗୋଟିଏ ବାତ୍ୟା ଯାଇନି ଆଉ ଗୋଟିଏ ବାତ୍ୟା ଆସିଲାଣି । ଯାହାକୁ ନେଇ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର । ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଭଳି ସମ୍ଭାବ୍ୟ ବାତ୍ୟା 'ମୁରାସୁ' ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ, ସମ୍ଭାବ୍ୟ ବାତ୍ୟା 'ମୁରାସୁ'ର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ? କେତେ ପ୍ରଭାବିତ ହେବ ଆନ୍ଧ୍ରକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିସା ? ବର୍ତ୍ତମାନର ସ୍ଥିତି କଣ ? ସେନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ବୈଠକ କରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ; ୨ ତାରିଖ ସନ୍ଧ୍ୟାରେ ମାଡ଼ ହୋଇପାରେ ବାତ୍ୟା 

ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ଠାରୁ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଆଗୁଆ ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗର ଆକଳନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଫୋକସରେ ଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ସହ ଗଜପତି ଜିଲ୍ଲା । ତେଣୁ ଦକ୍ଷିଣ ଓଡ଼ିଶା ଉପରେ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସମ୍ଭାବ୍ୟ ବାତ୍ୟା 'ମୁରାସୁ'କୁ ନେଇ ରାଜୀବ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭାଗୀୟ ସଚିବ ଅରବିନ୍ଦ ପାଢୀ, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଭାକର ପାଟିଲ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ସାମିଲ୍ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ବାତ୍ୟା 'ଅର୍ଣ୍ଣବ' ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା, ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଜରୁରୀ ସେବାଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ବିଭାଗ ଅଧିକାରୀମାନେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରୁଛନ୍ତି । ଯାହାଫଳରେ ଲୋକଙ୍କୁ ଯଥାଶୀଘ୍ର ସ୍ୱାଭାବିକ ସେବା ଯୋଗାଇ ଦିଆଯାଇପାରିବ ।

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ସୁଧୁରୁଛି ସ୍ଥିତି, ଏବେ ପାଣି ଘେରରେ ୩ ଗାଁ; ୨ ପର୍ଯ୍ୟନ୍ତ ସବୁ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ 

ଏହାସହିତ ଆଗାମୀ ସମ୍ଭାବ୍ୟ ବାତ୍ୟା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି, ବିପଦସଙ୍କୁଳ ଅଞ୍ଚଳରୁ ଆଗୁଆ ସ୍ଥାନାନ୍ତରଣ, ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଔଷଧ ମହଜୁଦ ରଖିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରିବା ଉପରେ ସମୀକ୍ଷାରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି ।