Videos
|
Odisha

dead man returns / ହାଣ୍ଡିପକା ସହ ସରିଥିଲା ଏକାଦଶାହ; ହଠାତ୍‌ ଦୁଆର ମୁହଁରେ ଆସି ଛିଡ଼ା ହେଲା ନିଖୋଜ ପୁଅ

Debashree Debasmita Sahoo
Browse all articles by Debashree Debasmita Sahoo
·40 mins ago·2 min read
ହାଣ୍ଡିପକା ସହ ସରିଥିଲା ଏକାଦଶାହ; ହଠାତ୍‌ ଦୁଆର ମୁହଁରେ ଆସି ଛିଡ଼ା ହେଲା ନିଖୋଜ ପୁଅ
Dead Man Returns

Key Points

ମୃତ୍ୟୁର ମାସେ ପରେ ଘରକୁ ଫେରିଲେ ସନାତନ
ଜୀବିତ ଦେଖି 'ଭୂତ' ଭାବି ଭୟଭୀତ ଗ୍ରାମବାସୀ
ଢେଙ୍କାନାଳ: ମୃତ୍ୟୁର ମାସେ ପରେ ଘରକୁ ଫେରିଲେ ପୁଅ । ପୁଅ ଆଉ ନାହିଁ ଭାବି ହିନ୍ଦୁ ରୀତିନୀତି ଅନୁଯାୟୀ ହାଣ୍ଡିପକାରୁ ଆରମ୍ଭ କରି ଏକାଦଶାହ କାର୍ଯ୍ୟ ଓ ବନ୍ଧୁବାନ୍ଧବଙ୍କ ପାଇଁ ଭୋଜିଭାତ ସବୁକିଛି ସରିଥିଲା । ହେଲେ ମାସେ ପରେ ହଠାତ୍ ସେହି ପୁଅ ଜୀବିତ ଅବସ୍ଥାରେ ଘର ଦୁଆରମୁହଁରେ ପହଞ୍ଚିବା ପରେ ସମସ୍ତଙ୍କ ଆଖିରେ ଖୁସି ସହ ଆଶ୍ଚର୍ଯ୍ୟ ଦେଖିବାକୁ ମିଳିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଲିମୀ ଥାନା ଅନ୍ତର୍ଗତ ବାରୀସିଙ୍ଗା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାରୀସିଙ୍ଗା ଗାଁର ଲିଙ୍ଗରାଜ ନାଏକ ଓ ମଞ୍ଜୁ ନାଏକଙ୍କ ମାନସିକ ବିକାରଗ୍ରସ୍ତ ପୁଅ ସନାତନ ନାଏକ ପ୍ରାୟ ମାସେ ତଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ଏହି ସମୟରେ ଗତ ଜୁଲାଇ ୨୭ ତାରିଖରେ ରାସୋଳ ଥାନା କୁନୁଆଁ ଗାଁ ଚାଷ ଜମିରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ରାସୋଳ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ସତ୍କାର କରିଥିଲା ।

  • ହାଣ୍ଡିପକା ସହ ସରିଥିଲା ଏକାଦଶାହ
ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଶବର ପୋଷାକକୁ ଚିହ୍ନଟ କରି ପରିବାର ଲୋକେ ଥାନାରେ ପହଞ୍ଚି ମୃତଦେହଟି ସନାତନଙ୍କର ବୋଲି ଦାବି କରିଥିଲେ । ପରିବାରର ଦାବି ଅନୁଯାୟୀ ପୋଲିସ ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ପଠାଇ ଶୁଦ୍ଧିକ୍ରିୟା ପାଇଁ ଅନୁମତି ଦେଇଥିଲା । ପରିବାର ଲୋକେ ମଧ୍ୟ ଗାଁ ଲୋକଙ୍କୁ ନେଇ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥିଲେ । ତେବେ ହଠାତ୍ ମାସେ ପରେ ସନାତନ ଜୀବିତ ଅବସ୍ଥାରେ ଘରକୁ ଫେରିଆସିଥିଲେ ।

ପଢନ୍ତୁ ଏହି ଖବର: ରାଜଧାନୀରେ ସୁନ୍ଦରୀଙ୍କ ସୈତାନୀ ଦିମାଗ୍; ସେବିକା ସାଜି ଲୁଟିନେଲେ ଦାମି ଅଳଙ୍କାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • 'ଭୂତ' କହି ଛାନିଆ ଗାଁଲୋକେ
ସନାତନଙ୍କୁ ହଠାତ୍ ସାମ୍ନାରେ ଦେଖି ଗାଁର କିଛି ଲୋକ ଭୟଭୀତ ହୋଇ "ଭୂତ ଆସିଛି" ବୋଲି ଭାବିଥିଲେ । ତେବେ ସନାତନ ସୁସ୍ଥ ଅଛନ୍ତି ବୋଲି ସ୍ପଷ୍ଟ ହେବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ, ସନାତନ ଫେରିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ଜୁଲାଇ ୨୭ ତାରିଖରେ ଉଦ୍ଧାର ହୋଇଥିବା ସେହି ଗଳିତ ମୃତଦେହଟି କାହାର ? ଏହି ଘଟଣାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି ।