Rain Damage / ଅବପାତ ବର୍ଷା ଜନିତ କ୍ଷୟକ୍ଷତି ପାଇଁ SRC ମଞ୍ଜୁର କଲେ ଅର୍ଥ; ୪ ଜିଲ୍ଲାକୁ ମିଳିଲା ୧୦ କୋଟି
·2 hours ago·2 min read

Key Points
ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲା ପାଇଁ SRCଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ଗଞ୍ଜାମ, ଗଜପତି, ନବରଙ୍ଗପୁର ସହ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାକୁ ଅର୍ଥ ପ୍ରଦାନ କରିଛନ୍ତି SRC ।
ଭୁବନେଶ୍ଵର: ଅବପାତ ଜନିତ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଦକ୍ଷିଣ ଓଡ଼ିଶା । ବର୍ଷା ଛାଡ଼ିବା ପରେ ସ୍ଵରନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲା ପାଇଁ SRCଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ଗଞ୍ଜାମ, ଗଜପତି, ନବରଙ୍ଗପୁର ସହ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାକୁ ଅର୍ଥ ପ୍ରଦାନ କରିଛନ୍ତି SRC । ପ୍ରଦାନ କରାଯାଇଥିବା ଅର୍ଥରେ ଭାଙ୍ଗି ଯାଇଥିବା ଗୃହ ନିର୍ମାଣ, ଫସଲ କ୍ଷତି ଭରଣା ସହ ରିଲିଫ୍ କ୍ୟାମ୍ପ ଖର୍ଚ୍ଚ ତୁଲାଯିବ ।
ଏଥିସହ ପଢ଼ନ୍ତୁ: ଓଏମ୍ସିର ଉଲ୍ଲେଖନୀୟ ସଫଳତା; CCQC-୨୦୨୬ରେ ଅଂଶଗ୍ରହଣକାରୀ ୧୭ଟି ଟିମ୍କୁ ଗୋଲ୍ଡ ଆୱାର୍ଡ
କେଉଁ ଜିଲ୍ଲାକୁ କେତେ ସହାୟତା ?
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ରାଜ୍ୟର ୪ ଜିଲ୍ଲା ପାଇଁ ମୋଟ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାକୁ ସର୍ବାଧିକ ୫ କୋଟି ଟଙ୍କା ଦିଆଯାଇଛି । ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୨ କୋଟି ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି SRC । ଝାରସୁଗୁଡ଼ା ଜିଲ୍ଲାକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ବିପଦ ସାଜିଲା ମୁକୁଳା ଡ୍ରେନ୍... ଭଦ୍ରକ ବାଇପାସ୍ରେ ଅଘଟଣ
ସହାୟତା ପ୍ରଦାନ ସହ ସମ୍ପୃକ୍ତ ଜିଲ୍ଲାପାଳଙ୍କ ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଦାନ କରାଯାଇଥିବା ଅର୍ଥକୁ ସଠିକ୍ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ କୁହାଯାଇଛି । ସହାୟତା ପ୍ରଦାନ ବେଳେ ସରକାରୀ ନିୟମର ଅନୁପାଳନ କଡ଼ାକଡ଼ି ଭାବେ କରିବାକୁ ହେବ । କେଉଁ ଆଧାରରେ କେତେ ଟଙ୍କା ଖର୍ଚ୍ଚ କରାଗଲା ତାର ରିପୋର୍ଟ ଜିଲ୍ଲାପାଳମାନେ SRCଙ୍କୁ ପ୍ରଦାନ କରିବେ ।

#୪_ଜିଲ୍ଲାକୁ_୧୦କୋଟିର_ରିଲିଫ୍_ସହାୟତା
— Argus News (@ArgusNews_in) September 29, 2026
ରାଜ୍ୟର ୪ ଜିଲ୍ଲାକୁ ମିଳିଲା ୧୦କୋଟିର ରିଲିଫ୍ ସହାୟତା
ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ଝାରସୁଗୁଡ଼ା ପାଇଁ ସହାୟତା
ସହାୟତା ରାଶି ଅନୁମୋଦନ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
ଘରଭଙ୍ଗା, ଫସଲ ନଷ୍ଟ ଓ ରିଲିଫ୍ କ୍ୟାମ୍ପ୍ ପାଇଁ ସହାୟତା#OdishaGovernment #SRC #ReliefFund #Nabarangpur… pic.twitter.com/Ut8L131SRJ
କେଉଁ ଜିଲ୍ଲାକୁ କେତେ ସହାୟତା ?
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ରାଜ୍ୟର ୪ ଜିଲ୍ଲା ପାଇଁ ମୋଟ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାକୁ ସର୍ବାଧିକ ୫ କୋଟି ଟଙ୍କା ଦିଆଯାଇଛି । ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୨ କୋଟି ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି SRC । ଝାରସୁଗୁଡ଼ା ଜିଲ୍ଲାକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ବିପଦ ସାଜିଲା ମୁକୁଳା ଡ୍ରେନ୍... ଭଦ୍ରକ ବାଇପାସ୍ରେ ଅଘଟଣ
ସହାୟତା ପ୍ରଦାନ ସହ ସମ୍ପୃକ୍ତ ଜିଲ୍ଲାପାଳଙ୍କ ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଦାନ କରାଯାଇଥିବା ଅର୍ଥକୁ ସଠିକ୍ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ କୁହାଯାଇଛି । ସହାୟତା ପ୍ରଦାନ ବେଳେ ସରକାରୀ ନିୟମର ଅନୁପାଳନ କଡ଼ାକଡ଼ି ଭାବେ କରିବାକୁ ହେବ । କେଉଁ ଆଧାରରେ କେତେ ଟଙ୍କା ଖର୍ଚ୍ଚ କରାଗଲା ତାର ରିପୋର୍ଟ ଜିଲ୍ଲାପାଳମାନେ SRCଙ୍କୁ ପ୍ରଦାନ କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories