Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବଦୂତ ସାଜିଲେ ଡାକ୍ତର, ମଝି ଆକାଶରେ CPR ଦେଇ ବଞ୍ଚାଇଲେ ରୋଗୀଙ୍କ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ଦେବଦୂତ ସାଜିଲେ ଡାକ୍ତର, ମଝି ଆକାଶରେ CPR ଦେଇ ବଞ୍ଚାଇଲେ ରୋଗୀଙ୍କ ଜୀବନ

Key Points

ଉଡନ୍ତା ବିମାନରେ ଡାକ୍ତରଙ୍କ ମହାନତା। ସିପିଆର ଯୋଗାଇ ବଞ୍ଚାଇଲେ ରୋଗୀଙ୍କ ଜୀବନ। ସୋସିଆଲ୍ ମିଡ଼ିଆରେ ଭିଡିଓ ଭାଇରାଲ୍ ।

ମଝି ଆକାଶରେ ଦେବଦୂତ ସାଜିଲେ ଡାକ୍ତର । ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ । କଟକ ଏସସିବି ମେଡିକାଲର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ ଏକ କନଫରେନ୍ସରେ ଯୋଗ ଦେବାକୁ ବିମାନରେ ଭୁବନେଶ୍ବରରୁ ରାୟପୁର ଯାତ୍ରା କରୁଥିଲେ । ତେବେ ମଝି ଆକାଶରେ ବିମାନ ଭିତରେ ଜଣେ ମହିଳା ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପରେ ସେହି ବିମାନରେ ଟ୍ରାଭେଲ କରୁଥିବା ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଡାକ୍ତର ଜ୍ୟୋତିମୟ ନାୟକ ମହିଳା ଯାତ୍ରୀଙ୍କୁ ସିପିଆର ଦେଇ ବଞ୍ଚାଇଥିଲେ ।


ଅଧିକ ପଢ଼ନ୍ତୁ: ହ୍ୟୁଜ୍ ଆପ୍ ଠକେଇ ପଛରେ ପୂର୍ବତନ ସେନା କର୍ମଚାରୀ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାର କିଛି ସମୟ ପରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା। ପରେ ବିମାନ ବନ୍ଦରରୁ ଅବତରଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଡାକ୍ତରଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

Sponsored
Odisha Doctor Saves Passenger’s Life Mid-Air with CPR on Raipur Flight | Argus News