Videos
|
Odisha

Doctors Protest / ସ୍ଵାଭାବିକ ହେବ ରୋଗୀ ସେବା, ଆଜିଠୁ କାର୍ଯ୍ୟରେ ଯୋଗଦେବେ ଡାକ୍ତର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ସ୍ଵାଭାବିକ ହେବ ରୋଗୀ ସେବା, ଆଜିଠୁ କାର୍ଯ୍ୟରେ ଯୋଗଦେବେ ଡାକ୍ତର
OMSA Calls Off Doctors' Protest

Key Points

ସ୍ଥଗିତ ରହିଲା ଡାକ୍ତରଙ୍କ ଆନ୍ଦୋଳନ । OMSA ସହ ବୈଠକ ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଭୁବନେଶ୍ଵର: ୪ ଦିନର କାର୍ଯ୍ୟବନ୍ଦ ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର । ସ୍ଥଗିତ ରହିଲା ଡାକ୍ତରଙ୍କ ଆନ୍ଦୋଳନ । OMSA ସହ ବୈଠକ ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତା ୨୨ ତାରିଖରେ ବସିବ OMSA ସହ ପରବର୍ତ୍ତୀ ବୈଠକ ।

ବୈଠକ ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "OMSA ସହ ସ୍ଵାସ୍ଥ୍ୟ ବିଭାଗର ଆଲୋଚନା ଫଳପ୍ରଦ ହୋଇଛି । ସେମାନେ ରଖିଥିବା ୧୦ ଦଫା ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ସେମାନଙ୍କ ଦାବିକୁ ପୁଣି ଥରେ ତର୍ଜମା କରାଯିବ । ଦାବିକୁ କିଭଳି ଆଗାମୀ ଦିନରେ ସମୟ ଅନୁସାରେ କାର୍ଯ୍ୟକାରୀ କରାଯିବ । ସେଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କମିଟି ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । କମିଟି OMSA ଦାବି ଉପରେ ଆଲୋଚନା କରିବ ।"

ଏଥିସହ ପଢ଼ନ୍ତୁ: ଭୁବନେଶ୍ୱରରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ 

ଆଗାମୀ ଦିନରେ ରାଜ୍ୟର ସ୍ଵାସ୍ଥ୍ୟସେବା କୌଣସି ଭାବେ ପ୍ରଭାବିତ ହେବ ନାହିଁ । OMSA ଏନେଇ ଆଶ୍ଵାସନା ଦେଇଛି । ସେମାନେ ରୋଗୀ ସେବାକୁ ପ୍ରାଥମିକତା ଦେବେ । ଲୋକଙ୍କ ସେବାରେ ନିୟୋଜିତ ହେବେ । ସରକାର ସେମାନଙ୍କ ଦାବିକୁ ସମ୍ମାନ ଦେବେ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଵାସ୍ଥ୍ୟ ବିଭାଗ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି OMSA ସଭାପତି ଡକ୍ଟର କିଶୋର ଚନ୍ଦ୍ର ମିଶ୍ର । ସେ କହିଛନ୍ତି, "ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା ଫଳପ୍ରଦ ରହିଛି । ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଆମ ସମସ୍ୟାର ତର୍ଜମା କରାଯିବ । କମିଟି ଆଗରେ ଆମେ ଯୁକ୍ତି ରଖିବୁ । ଆଶା କରୁଛୁ, ଗୁରୁତ୍ଵପୂର୍ଣ୍ଣ ଦାବି ଗୁଡ଼ିକର ସମାଧାନ ହୋଇ ପାରିବ ।"

ଏଥିସହ ପଢ଼ନ୍ତୁ: ରାଜଧାନୀରେ ମୁକୁଳା ଡ୍ରେନ୍‌ରେ ଭାସିଗଲେ ଯୁବକ; ୧୧ ବର୍ଷରେ ଗଲାଣି ୭ ଜୀବନ 

ସେହିଭଳି ଚିକିତ୍ସା ସେବାକୁ ନେଇ ଥିବା ସମସ୍ୟାର ସମାଧାନ ବିଭାଗ ଖୁବ୍‌ଶୀଘ୍ର କରିବେ । ଆନ୍ଦୋଳନରତ ଡାକ୍ତର ଆଜିଠୁ କାର୍ଯ୍ୟରେ ଯୋଗ ଦେବେ । ଆନ୍ଦୋଳନ ସ୍ଥଗିତ ରହିଥିବା ନିଶ୍ଚିତ କରିଛନ୍ତି OMSA ସଭାପତି ଡକ୍ଟର କିଶୋର ଚନ୍ଦ୍ର ମିଶ୍ର । ଆସନ୍ତା ୨୨ ତାରିଖରେ ଉଚ୍ଚସ୍ତରୀୟ କମିଟି ସହ ବୈଠକ ବସିବ । ଯେଉଁଥିରେ OMSA ପ୍ରେଜେଣ୍ଟେସନ୍ ରଖିବ ବୋଲି ସୂଚନା ଦେଇଛନ୍ତି ଡକ୍ଟର କିଶୋର ଚନ୍ଦ୍ର ମିଶ୍ର ।
Odisha Doctors Suspend Strike, Patient Services Resume from Today | Argus News | Argus News