Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫିର୍ ଏକ ବାର୍ ଡବଲ ଇଞ୍ଜୀନ ସରକାର

Dimpal Swain
Browse all articles by Dimpal Swain
·2 years ago·1 min read
ଫିର୍ ଏକ ବାର୍ ଡବଲ ଇଞ୍ଜୀନ ସରକାର

ଅର୍ଗସ ବ୍ୟୁରୋ : ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରଙ୍ଗପୁର ଚିକିଲି ପଡିଆରୁ ଅଭିଭାଷଣ । ଆପଣ ମାନଙ୍କର ଆଶୀର୍ବାଦ ଦ୍ଵାରା ଏଠାରେ ବିକାଶ ହେବ । ଭାଷଣ ଆରମ୍ଭରୁ  ଭାରତ ମାତା କି ଜୟ ନାରା ଦେଇଥିଲେ । ଓଡିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜନ ସରକାର । ଭାଜପାକୁ ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାର ପୁଅ ,ଝିଅ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବ । ବାହାର ଲୋକ ମୁଖ୍ୟମନ୍ତ୍ରୀ ହେବେନି । ଓଡିଶାର ମାଟି, ସଂସ୍କୃତିକୁ ଜାଣିବା ଲୋକ ହିଁ ସିଏମ ହେବ । ଏଠାକାର ସମସ୍ୟା ସମାଦାନ କରୁଥିବା ଲୋକ ହିଁ ମୁଖ୍ୟମନ୍ତ୍ରୀ ହେବ । ଏହା ମୋଦି ଗ୍ୟାରେଣ୍ଟି । ଓଡ଼ିଶା ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ। ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ ।

ଅଧିକ ପଢନ୍ତୁ ରାଜନୀତି ଖବର 
ଲୋକସଭାର ସବୁ ୨୧ଟି ସିଟ୍ ରେ ପଦ୍ମ ଫୁଟିବ । ବିଧାନସଭାରେ ବମ୍ପର ବିଜୟ ହେବା ଦରକାର । ଜୁନ ୪ରେ ବିଜେଡି ସରକାରର ଏକ୍ସପାଏରୀ ହେବ । ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ହେବ । ସୁଭଦ୍ରା ଯୋଜନାରେ ଓଡିଶା ମା, ଭଉଣୀଙ୍କ ଭାଗ୍ୟ ପରିବର୍ତ୍ତନ ହେବ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନୋସ, ବୟସ୍କଙ୍କୁ ପେନସନ, ରୋଜଗାର, ମିଳିବ ଏହା ମୋଦି ଗ୍ୟାରେଣ୍ଟି । 
ବିଜେଡି ସରକାର କିଛି ଦେଇନି । କେନ୍ଦ୍ର ଯୋଜନା ଲାଗୁ ହେବାକୁ ଦିଆଯଉନି । ଆୟୁଷ୍ମାନ ଯୋଜନାରେ ଦେଶର କୋଣ ଅନୁକୋଣରେ ୫ଲକ୍ଷ ମିଳିବ କିନ୍ତୁ ବିଜେଡି ସରକାର କରିନି ।  କ୍ଷମତାକୁ ଆସିଲେ ୩୧୦୦ଟଙ୍କା ଧାନର ଏମଏସପି ହେବ । ବିଜେପି ୫ବର୍ଷ ଭିତରେ ଓଡିଶାକୁ ନମ୍ବର ୧ କରିବ ଏହା ମୋଦି ଗ୍ୟାରେଣ୍ଟି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha will have a double engine government for the first time | Argus News