Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କ୍ରିକେଟ ପିଚ୍‌ରେ ସ୍ମୃତି ମନ୍ଧାନା ଏକ ନୂଆ ଇନିଂସ ଆରମ୍ଭ କଲେ: ଟିମ ଇଣ୍ଡିଆ ଷ୍ଟାର ଖେଳାଳୀଙ୍କ ବଡ଼ ଘୋଷଣା

Sports

Smriti Mandhana Engagement / କ୍ରିକେଟ ପିଚ୍‌ରେ ସ୍ମୃତି ମନ୍ଧାନା ଏକ ନୂଆ ଇନିଂସ ଆରମ୍ଭ କଲେ: ଟିମ ଇଣ୍ଡିଆ ଷ୍ଟାର ଖେଳାଳୀଙ୍କ ବଡ଼ ଘୋଷଣା

Ritu Das
Browse all articles by Ritu Das
·5 months ago·2 min read
କ୍ରିକେଟ ପିଚ୍‌ରେ ସ୍ମୃତି ମନ୍ଧାନା ଏକ ନୂଆ ଇନିଂସ ଆରମ୍ଭ କଲେ: ଟିମ ଇଣ୍ଡିଆ ଷ୍ଟାର ଖେଳାଳୀଙ୍କ ବଡ଼ ଘୋଷଣା

Key Points

ବିବାହ ପୂର୍ବରୁ ପଲାଶ ଏକ ରୋମାଣ୍ଟିକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନିଆରା ଢଙ୍ଗରେ ସ୍ମୃତିଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି।
ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଖୁବ ଶୀଘ୍ର ସିଙ୍ଗର ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ବର୍ଷ ହେଲା ଦୁହେଁ ରିଲେଶନସିପରେ ଥିଲେ। ଉଭୟ ରିଲେଶନସିପରେ ଥିବାବେଳେ ଅନେକଥର ଦୁହିଁଙ୍କ ଫଟୋ ସାମ୍ନାକୁ ଆସିଛି। ଆଉ କିଛି ଦିନରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ଧାନା ନଭେମ୍ବର ୨୩ରେ ବିବାହ କରିବେ। ବିବାହ ପୂର୍ବରୁ ପଲାଶ ଏକ ରୋମାଣ୍ଟିକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନିଆରା ଢଙ୍ଗରେ ସ୍ମୃତିଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି।



ପଲାଶ ବିବାହ ପୂର୍ବରୁ ମନ୍ଧାନାଙ୍କୁ ଏକ ବଡ଼ ସର୍‌ପ୍ରାଇଜ୍‌ ଦେଇଥିଲେ। ସେ ତାଙ୍କୁ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ନିର୍ବନ୍ଧ କରିଥିଲେ। ଏଠାରେ ଭାରତୀୟ ମହିଳା ଦଳ ୨୦୨୫ ବିଶ୍ୱକପ ଜିତିଥିଲା। ପଲାଶ ମୁଛଲ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ବିଶେଷ ମୁହୂର୍ତ୍ତର ଏକ ଭିଡିଓ ଶେୟାର କରିଛନ୍ତି।

ଏହାସହ ପଢ଼ନ୍ତୁ: ଇଣ୍ଡିଆ ଟିମର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏହି ଦିନ କରିବେ ବିବାହ : ଓ୍ବେଡିଂ କାର୍ଡ ଭାଇରାଲ


ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ, ପଲାଶ ତାଙ୍କ ପ୍ରେମିକା ସ୍ମୃତି ମନ୍ଧାନାଙ୍କୁ ପ୍ରସ୍ତାବ ଦେଉଥିବାର ଦେଖାଯାଉଛି। ଭିଡିଓଟି ପଲାଶ ଏବଂ ସ୍ମୃତିଙ୍କ ଡିୱାଇ ପାଟିଲ ଷ୍ଟାଡିୟମରେ ପ୍ରବେଶ ସହିତ ଆରମ୍ଭ ହୁଏ। ସ୍ମୃତି ଆଖିରେ ପଟି ବାନ୍ଧିଛନ୍ତି। ସେ ଆଖିରେ ପଟି କାଢିବା ମାତ୍ରେ, ପଲାଶ ଆଣ୍ଠୁମାଡ଼ି ବସି ତାଙ୍କୁ ଗୋଲାପ ଫୁଲର ଗୁଚ୍ଛ ଏବଂ ଏକ ମୁଦି ସହିତ ପ୍ରସ୍ତାବ ଦେଇଛନ୍ତି। ସ୍ମୃତି ମନ୍ଧାନା ଆଶ୍ଚର୍ଯ୍ୟ ହୋଇ ହଁ ବୋଲି କୁହନ୍ତି। ତା’ପରେ ମନ୍ଧାନା ମଧ୍ୟ ପଲାଶଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାନ୍ତି। ଦୁହିଙ୍କର ସ୍ପେଶାଲ ମୋମେଣ୍ଟ ବହୁତ ଖାସ ଥିଲା। 

ଏହାସହ ପଢ଼ନ୍ତୁ: କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ


ଏହାପରେ ଉଭୟ ଉଭୟଙ୍କୁ ହଗ୍‌ କରିଥିଲେ। ଫ୍ୟାନ୍ସମାନେ ଏହି ପୋଷ୍ଟ ଦେଖିବାପରେ ଦୁହିଁଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଏହାପରେ ସ୍ମୃତି ଏବଂ ପଲାଶ ଦୁହେଁ ଇମୋସନାଲ ହେବାର ନଜର ଆସିଥିଲେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ପଲାଶ ମୁଚ୍ଛଲ ଏବଂ ସ୍ମୃତି ମନ୍ଧାନା ୨୦୧୯ରୁ ଡେଟ କରୁଛନ୍ତି। ସେମାନଙ୍କୁ ଅନେକ ଥର ଏକାଠି ଦେଖାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smriti Mandhana Begins a New Innings with Major Announcement | Argus News