Egg Price Hike / ଆକାଶଛୁଆଁ ହେଲାଣି ଅଣ୍ଡା ଦର; କାହିଁକି ବଢ଼ୁଛି ମୂଲ୍ୟ ?
·16 hours ago·2 min read

Key Points
ବଜାରରେ ଗୋଟିକୁ ଦେବାକୁ ପଡୁଛି ୮ରୁ ୯ ଟଙ୍କା
ଗ୍ରୀଷ୍ମ ପ୍ରବାହ ଯୋଗୁଁ କୁକୁଡ଼ା ମଡ଼କ ଓ ବାହାରକୁ ରପ୍ତାନି ବୃଦ୍ଧି
ବଜାରରେ ଉତ୍ପାଦନ ଓ ଚାହିଦା ମଧ୍ୟରେ ବଢ଼ିଲା ବ୍ୟବଧାନ
ମନ୍ତ୍ରୀ କହିଲେ, ଉତ୍ପାଦନ ବଢ଼ିଲେ ଧୀରେ ଧୀରେ କମିବ ମୂଲ୍ୟ

ଭୁବନେଶ୍ଵର: ରାଜ୍ୟରେ ଏବେ ସାଧାରଣ ଗ୍ରାହକଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି । ବଜାରରେ ଏବେ ଆକାଶଛୁଆଁ ହୋଇଛି ଅଣ୍ଡା ଦର । ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ କୁହାଯାଉଥିବା ଅଣ୍ଡା ଏବେ ଥାଳିରୁ ଦୂରେଇବାକୁ ବସିଲାଣି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ଅଣ୍ଡାର ମୂଲ୍ୟ ୮ରୁ ୯ ଟଙ୍କା ଛୁଇଁଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଉତ୍ପାଦନକାରୀଙ୍କଠାରୁ ଅଧିକ ଦରରେ ଅଣ୍ଡା କିଣୁଥିବାରୁ ଗ୍ରାହକଙ୍କୁ ଚଢ଼ା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ । ଅନ୍ୟପଟେ ଏହି ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ । ସେ କହିଛନ୍ତି, "ଉତ୍ପାଦନ ବଢ଼ିଲେ ଧୀରେ ଧୀରେ ମୂଲ୍ୟ ଖସିବ ।"
ଏଥିସହ ପଢ଼ନ୍ତୁ: ଦାଦାବଟି ନମିଳିବାରୁ ଅଣ୍ଡା ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ, ଭଙ୍ଗାରୁଜା
ସାଧାରଣ ଜନତାଙ୍କ ପକେଟ୍କୁ ବାଧିଲାଣି ଅଣ୍ଡା । କେନ୍ଦ୍ରାପଡ଼ା ବଜାରରେ ଏବେ ଗୋଟିଏ ଅଣ୍ଡାର ମୂଲ୍ୟ ୯ ଟଙ୍କାରେ ପହଞ୍ଚିଛି । ସେହିପରି ଟ୍ରେ ପ୍ରତି ଅଣ୍ଡା ମୂଲ୍ୟ ୨୪୫ ଟଙ୍କା ଏବଂ ପେଟି ପ୍ରତି ୧୨୨୦ ଟଙ୍କା ରହିଛି ।
ପୂର୍ବ ଅପେକ୍ଷା ହଠାତ୍ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ କିଣିବା ଶୈଳୀ ବଦଳିଯାଇଛି । ଯେଉଁ ଗ୍ରାହକ ସପ୍ତାହକୁ ୩ରୁ ୪ ଥର ଅଣ୍ଡା କିଣୁଥିଲେ, ସେମାନେ ଏବେ ମାତ୍ର ଥରେ କିଣିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ବ୍ୟବସାୟ ମଧ୍ୟ ମାନ୍ଦା ହେବାରେ ଲାଗିଛି ।
ସେହିପରି ବାଲେଶ୍ୱର ସହରରେ ମଧ୍ୟ ସମାନ ସ୍ଥିତି । ପୂର୍ବରୁ ସହରରେ ଅଣ୍ଡା ଗୋଟା ପିଛା ୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୮ ଟଙ୍କାରେ ପହଞ୍ଚିଛି । ବ୍ୟବସାୟୀଙ୍କ ଅନୁସାରେ, ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବହୁ ସଂଖ୍ୟାରେ କୁକୁଡ଼ା ମଡ଼କ ହୋଇଛି ।
ଫଳରେ ଅଣ୍ଡା ଉତ୍ପାଦନ ହ୍ରାସ ପାଇଛି ଓ ଦର ବୃଦ୍ଧି ଘଟିଛି । ଏ ନେଇ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, "ଗ୍ରୀଷ୍ମ ପ୍ରବାହ କାରଣରୁ କୁକୁଡ଼ା ମଡ଼କ ଏବଂ ବିଦେଶକୁ ଅଣ୍ଡା ରପ୍ତାନି ବଢ଼ିବା ଏବଂ ସ୍କୁଲ ଓ ଅଙ୍ଗନୱାଡ଼ି ଖୋଲିବା ଯୋଗୁଁ ଅଣ୍ଡାର ଚାହିଦା ବହୁତ ବଢ଼ିଯାଇଛି । ଧୀରେ ଧୀରେ ଉତ୍ପାଦନ ବଢ଼ିଲେ ଦର ନିୟନ୍ତ୍ରଣକୁ ଆସିବ ।"
ଏଥିସହ ପଢ଼ନ୍ତୁ: RBIର ବଡ଼ ଯୋଜନା: ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ଖୁବଶୀଘ୍ର ଆରମ୍ଭ
ଚାହିଦା ଅଧିକ କିନ୍ତୁ ଆବଶ୍ୟକତା ମୁତାବକ ଉତ୍ପାଦନ କମ୍ ଥିବାରୁ ଓଡ଼ିଶା ବଜାରରେ ଏବେ ଅଣ୍ଡା ଦର ଖୁବ୍ ବଢ଼ିଯାଇଛି । ସରକାରଙ୍କ ଆଶ୍ୱାସନା ପରେ ଗ୍ରାହକ କେବେ ଏହି ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଉଛନ୍ତି, ତାହା ଦେଖିବାର କଥା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories