Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା ଭୋଟିଂ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର । ଗଣତନ୍ତ୍ରର ଏହି ମହାନ୍ ପର୍ବରେ ପ୍ରଥମ ଥର ପାଇଁ ସାମିଲ୍ ହୋଇଥିଲେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳବାସୀ ।  

ମତଦାନବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଅବ୍ୟବସ୍ଥାର ଚିତ୍ର । ଝରିଗାଁ ଦେଉଳକଣା ୨୦୪ନଂ ବୁଥରେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ହୋଇଛି ସଂଘବଦ୍ଧ ଆକ୍ରମଣ । ବିଜେଡି କର୍ମୀ ଚାରିଆଡୁ ଘେରି ତାଙ୍କ ଗାଡିର ହାୱା କାଢିଦେବା ସହ ଆଇଡି କାର୍ଡ ଛଡାଇ ନେଇଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ଚିକିଟି କେ.ନୁଆଁ ଗାଁ ବୁଥ ନଂ ୫୪ରେ କିଛି ଏଜେଣ୍ଟ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରବର୍ତ୍ତାଇବା ନେଇ ଦେଖାଦେଇଥିଲା ଉତ୍ତେଜନା । ଗୋପାଳପୁର ଲାଞ୍ଜିପଲୀ ୬୮ ନଂ ବୁଥ ନିକଟରେ ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ୍ ମୃଦୁ ଲାଠି ଚାଳନା କରିଥିଲା । ଲାଞ୍ଜିଗଡ ଥୁଆମୁଳରାମପୁର ବ୍ଳକ ଲୋହୋରାଜୋର୍ ଗାଁରେ ଅଧାରୁ ମତଦାନ ବନ୍ଦ କଲେ ଗ୍ରାମବାସୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କିଛି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ବରେ ଆରମ୍ଭ ହେଲା ଭୋଟିଂ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ବୌଦ୍ଧ ଚାରିଛକରେ ବିଜେଡ଼ି ନେତ୍ରୀ ଅପୂର୍ବା ଅପରୂପାଙ୍କ ଟଙ୍କା ଭର୍ତ୍ତି ଗାଡ଼ି ଜବତ କରିଛି ପୁରୁଣା କଟକ ଥାନା ପୋଲିସ । ଗାଡ଼ି ନଂ OD-02BM1517 । ଏହି ଗାଡିର ଇନସ୍ୟୁରାନ୍ସ  କି ପଲ୍ୟୁସନ୍ ସାର୍ଟିଫିକେଟ୍ କିଛି ନାହିଁ । ଗାଡିରେ ଥିଲେ ନିଜେ ବିଜେଡି ନେତ୍ରୀ ଅପୂର୍ବା ଅପରୂପା । ଟଙ୍କା କୁଆଡେ ନେଇ ଯାଉଥିଲେ ପଚାରିବାରୁ ସେ ମୁହଁ ଖୋଲିଲେନି । ଇଏ ବିଜେଡିର କଳା ଟଙ୍କା କି । ନିର୍ବାଚନରେ ଏହି ଟଙ୍କା ବାଣ୍ଟିବା ପାଇଁ ହୋଇଥିଲା କି ଯୋଜନା ? ତାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟରେ ଆସନ୍ତା 20 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ୨୫ ଓ ଜୁନ ୧ରେ ହେବ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ।

Sponsored
Odisha Elections 2024 | Argus News