Odisha Flood Alert / ବାଲେଶ୍ଵର, ଭଦ୍ରକ ଓ ଯାଜପୁର ପାଇଁ ଗୁରୁତ୍ଵପୂର୍ଣ୍ଣ ଆଗାମୀ ୨୪ ଘଣ୍ଟା: ସୁରେଶ ପୂଜାରୀ
·1 month ago·2 min read

Key Points
ଆଗାମୀ ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ଗୁରୁତ୍ଵପୂର୍ଣ୍ଣ । ୩ ଜଣ ସିନିୟର IASଙ୍କୁ ପ୍ରଭାବିତ ୩ ଜିଲ୍ଲାକୁ ପଠାଯାଇଛି । ସିନିୟର ଇଞ୍ଜିନିୟର ମଧ୍ୟ ଗ୍ରାଉଣ୍ଡକୁ ଯାଇଛନ୍ତି ।
ଭୁବନେଶ୍ଵର: ଗଭୀର ଅବପାତ ଯୋଗୁଁ ଲଗାଣ ବର୍ଷାରେ ବେହାଲ୍ ଓଡ଼ିଶା । ୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ନଦୀର ଜଳସ୍ତର ବଢ଼ିବା ସହ ବଢ଼ିବାରେ ଲାଗିଛି ବଢ଼ି ପାଣି । ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ସମୀକ୍ଷା ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଆଗାମୀ ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ଗୁରୁତ୍ଵପୂର୍ଣ୍ଣ । ୩ ଜଣ ସିନିୟର IASଙ୍କୁ ପ୍ରଭାବିତ ଜିଲ୍ଲାକୁ ପଠାଯାଇଛି । ସିନିୟର ଇଞ୍ଜିନିୟର ମଧ୍ୟ ଗ୍ରାଉଣ୍ଡକୁ ଯାଇଛନ୍ତି ।"
ଏଥିସହ ପଢ଼ନ୍ତୁ: ବନ୍ୟା ବିପଦ ଭିତରେ କୁମ୍ଭୀର ଆତଙ୍କ; ଗାଧୋଇବା ବେଳେ ଜଣଙ୍କୁ ଟାଣିନେଲା
ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରଭାହିତ ହେଉଛି । ଜଳକା, ବୁଢ଼ାବଳଙ୍ଗ, ଶାଳନ୍ଦୀ ନଦୀରେ ମଧ୍ୟ ଜଳ ସ୍ତର ବିପଦ ସଂକେତ ଉପରେ ରହିଛି । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର ପାଇଁ ମଧ୍ୟ ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ୨୪ ଘଣ୍ଟା ସକ୍ରିୟ ରହିଛି । ବିପଦରେ ପଡ଼ିଥିବା ଲୋକେ ଟୋଲ୍ ଫ୍ରି ନମ୍ବର ୧୨୨କୁ କଲ୍ କରି ଜଣାଇ ପାରିବେ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଏସବୁ ଅଞ୍ଚଳରେ ବୟସ୍କ, ଗର୍ଭବତୀ ମହିଳା, ଶିଶୁମାନଙ୍କ ସହ ପଶୁସମ୍ପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
କେଉଁ ଜିଲ୍ଲାରେ କ'ଣ ବ୍ୟବସ୍ଥା ?
ପ୍ରତି ଜିଲ୍ଲାକୁ ଓଡ୍ରାଫ୍ ଟିମ୍ ପଠା ଯାଇଛି । ପ୍ରତି ହସ୍ପିଟାଲରେ ସାପ କାମୁଡ଼ା ଔଷଧ ମହଜୁଦ ଅଛି । ବାଲେଶ୍ୱର ଜିଲ୍ଲାରେ ୧୦ ହଜାର ୬ ଶହ ଲୋକ ସ୍ଥାନାନରିତ ହୋଇଛନ୍ତି । ୫୬ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଛି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ମଧ୍ୟ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ଯାଜପୁର ଜିଲ୍ଲାର ୪ଟି ବ୍ଲକ ୨୧ ପଞ୍ଚାୟତର ୮ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଜାଗ୍ରତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ଉତ୍ତର ଓଡ଼ିଶାକୁ ବଡ଼ ବନ୍ୟା ଆଶଙ୍କା, ଜାଣନ୍ତୁ କେଉଁ ଜିଲ୍ଲାରେ ରହିବ ସର୍ବାଧିକ ପ୍ରଭାବ ?
ଉଚ୍ଚ ସ୍ତରୀୟ ବୈଠକରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ ଡିଜି ୱାଇ. ବି. ଖୁରାନିଆ ଏବଂ ସ୍ୱତନ୍ତ୍ର ରିଲିଫ କମିଶନ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

Related Topics
Explore more stories