Schools Closed / ବନ୍ୟା ପାଇଁ ବଡ଼ ଘୋଷଣା...ଭଦ୍ରକର ୩୪୧ ଓ ଯାଜପୁରର ୯୧ ସ୍କୁଲ ଛୁଟି
·2 hours ago·2 min read

Key Points
ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ବନ୍ଦ
ଭଦ୍ରକ-ଯାଜପୁରରେ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି
ଭଦ୍ରକର ୩୪୧, ଯାଜପୁରର ୯୧ ସ୍କୁଲ ରହିବ ବନ୍ଦ

ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ବଡ଼ ଘୋଷଣା । ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଜିଲ୍ଲାର ୬ ବ୍ଲକରେ ୩୪୧ ସ୍କୁଲ ଆସନ୍ତାକାଲି ଛୁଟି । ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ବନ୍ୟା ପ୍ରଭାବିତ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।
ସେହପରି ଆସନ୍ତାକାଲି ଯାଜପୁର ଜିଲ୍ଲାରେ ୯୧ଟି ସ୍କୁଲ ଛୁଟି ଘୋଷଣା । ବନ୍ୟା ପ୍ରଭାବିତ ଅଞ୍ଚଳ ଦଶରଥପୁର, ଯାଜପୁର, ବିଂଝାରପୁର ବ୍ଲକର ୯୧ଟି ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି ହୋଇଛି ।
ଅଧିକ ପଢ଼ନ୍ତୁ: ଗଭୀର ଅବପାତ ଆଣିଲା ପ୍ରଳୟ...ବୁଡ଼ିଲା ହଜାର ହଜାର ଏକର ଜମି, ସର୍ବସ୍ୱାନ୍ତ ଚାଷୀ
ସେପଟେ ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ଓଡ଼ିଶାରେ ପୁଣି ବନ୍ୟା ବଢ଼ାଇଛି ନାହିଁନଥିବା ଦୁର୍ଦ୍ଦଶା । ଗୋଟିଏ ପଟେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଉଫାନ୍ରେ ଶତାଧିକ ଗାଁ ଜଳମଗ୍ନ ହୋଇଛି । ଧାମନଗରରେ ବନ୍ୟା ପାଣିରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବରରେ ରିଲ୍ସ ନିଶାରେ ଭାସିଯାଇ ଗଛରେ ଅଟକିଛନ୍ତି ୩ ଯୁବକ । ଅନ୍ୟପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ରୁ ଜଳ ନିଷ୍କାସନ ବୃଦ୍ଧି ପାଇଛି, ଫଳରେ ମହାନଦୀ ଅବବାହିକାରେ ପୁଣି ଏକ ଛୋଟ ବନ୍ୟା ହେବାକୁ ଯାଉଛି । କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ନେଇ ଜଳସମ୍ପଦ ବିଭାଗ ସଜାଗ ରହିଛି ।
ସେହିପରି ଉପରମୁଣ୍ଡ ଓ ଛତିଶଗଡ଼ରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୨୮ ଫୁଟ୍ ଡେଇଁଛି । ଫଳରେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏହାଯୋଗୁଁ ମହାନଦୀରେ ଚଳିତ ବର୍ଷର ଚତୁର୍ଥ ତଥା ଏକ ଛୋଟ ବନ୍ୟା ଆସୁଛି । ମୁଣ୍ଡଳୀ ଠାରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆକଳନ କରାଯାଇଛି, ଯାହା ଫଳରେ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ବାଙ୍କୀ, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା ଆଦି ଅଞ୍ଚଳରେ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜଳବନ୍ଦୀ ସ୍ଥିତି ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories