Videos
|
Odisha

School Closed / ବନ୍ୟା ପରେ ପିଛା ଛାଡ଼ୁନି ଲଘୁଚାପ; କାଲି ୩ ଜିଲ୍ଲାରେ ବିଦ୍ୟାଳୟ ବନ୍ଦ ଘୋଷଣା

Sushanta Sahoo
Browse all articles by Sushanta Sahoo
·43 mins ago·2 min read
ବନ୍ୟା ପରେ ପିଛା ଛାଡ଼ୁନି ଲଘୁଚାପ; କାଲି ୩ ଜିଲ୍ଲାରେ ବିଦ୍ୟାଳୟ ବନ୍ଦ ଘୋଷଣା
3 Districts Shut Schools Due to Flood & Heavy Rain

Key Points

ବର୍ଷା, ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢାଇଥିବା ବେଳେ ପିଲାଙ୍କ ପାଠପଢ଼ାରେ ଏକ ପ୍ରକାର ଡୋରି ବନ୍ଧା ହୋଇଛି । ବର୍ଷା ଓ ବନ୍ୟା ପାଇଁ ଆସନ୍ତାକାଲି ସୋମବାର ୩ ଜିଲ୍ଲାରେ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ।
ଭୁବନେଶ୍ଵର: ବନ୍ୟା ପରେ ଛାଡ଼ୁନି ବର୍ଷା । ପଛକୁ ପଛ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ଟିକିଏ ପାଣି ଛାଡ଼ିଲା ବେଳକୁ ପୁଣି ବର୍ଷୁଛି । ଫଳରେ ବନ୍ୟାଞ୍ଚଳରୁ ପାଣି ଛାଡ଼ୁନି । ବର୍ଷା, ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢାଇଥିବା ବେଳେ ପିଲାଙ୍କ ପାଠପଢ଼ାରେ ଏକ ପ୍ରକାର ଡୋରି ବନ୍ଧା ହୋଇଛି ।

ବର୍ଷା ଓ ବନ୍ୟା ପାଇଁ ଆସନ୍ତାକାଲି ସୋମବାର ୩ ଜିଲ୍ଲାରେ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ସମସ୍ତ ସ୍କୁଲ୍ ସହ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ସେହିଭଳି ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାରେ ୧୬୨ଟି ସ୍କୁଲ୍ ଏବଂ ଭଦ୍ରକରେ ସୋମବାର ୮୯ଟି ସ୍କୁଲ୍ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: କାଲି ପୁଣି ପ୍ରବଳ ବର୍ଷା: ଏହି ଜିଲ୍ଲାରେ ୮୯ଟି ସ୍କୁଲ ବନ୍ଦ 

ଯାଜପୁର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ବରୀ, ଦଶରଥପୁର, ବିଞ୍ଝାରପୁର, ରସୁଲପୁର, କୋରେଇ, ଧର୍ମଶାଳା, ଯାଜପୁର, ବଡ଼ଚଣା ଆଦି ୮ଟି ବ୍ଲକର ୧୬୨ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ସେହିଭଳି ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ୩ଟି ବ୍ଲକରେ ବନ୍ଦ ରହିବ ବିଦ୍ୟାଳୟ । ଭଦ୍ରକ, ତିହିଡି ଓ ଚାନ୍ଦବାଲି ବ୍ଲକର ୮୯ଟି ସ୍କୁଲ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି ।

ସୋମବାର ଅଗଷ୍ଟ ୨୪ରେ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶଶାନାମା ଜାରି କରିଛନ୍ତି ।

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ମଧ୍ୟ ବଜ୍ରପାତ ଆଶଙ୍କା ରହିଛି । ଅନ୍ୟ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଲଘୁଚାପ; ୪୮ ଘଣ୍ଟା ଭୀଷଣ ବର୍ଷା ଚେତାବନୀ 

ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ବାରଣ କରାଯାଇଛି । ଜୁନ ୧ରୁ ଏଯାବତ ୧୦୪୪.୮ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୬ ପ୍ରତିଶତ ଅଧିକ । କେବଳ ନବରଙ୍ଗପୁରରେ ବର୍ଷା ନିଅଣ୍ଟିଆ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: