Odisha Flood / ବୈତରଣୀ ଓ ବ୍ରାହ୍ମଣୀ ଉପରେ ନଜର; ଆଗକୁ ବର୍ଷା ନହେଲେ କମିବ ବନ୍ୟା ଜଳ
·50 mins ago·2 min read

Key Points
ବୈତରଣୀରେ ବନ୍ୟା ଜଳ ଆସ୍ତେ ଆସ୍ତେ ଖସୁଛି । ପାଣି ଖସିବାକୁ ତିନିରୁ ଚାରି ଦିନ ସମୟ ଲାଗିବ ।
ଭୁବନେଶ୍ଵର: ରାଜ୍ୟରେ ବର୍ଷା ଓ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଜଳକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ବୈତରଣୀରେ ବନ୍ୟା ଜଳ ଆସ୍ତେ ଆସ୍ତେ ଖସୁଛି । ପାଣି ଖସିବାକୁ ତିନିରୁ ଚାରି ଦିନ ସମୟ ଲାଗିବ ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି, "ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବାହଲଦାରେ ସର୍ବୋଚ୍ଚ ୨୭୩ ମିଲିମଟର ବର୍ଷା ହୋଇଛି । ୧୦ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଲଘୁଚାପଟି ଝାଡ଼ଖଣ୍ଡ ଅତିକ୍ରମ କରୁଛି । ଫଳରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରେ ଅଧିକ ବର୍ଷା ହୋଇଛି ।"
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ମାଡ଼ି ଆସୁଛି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବୈତରଣୀର ଜଳ ସ୍ତର ଆଖୁଆପଦାରେ ହ୍ରାସ ପାଉଛି । ଉପର ମୁଣ୍ଡରେ ଥିବା ଆନନ୍ଦପୁର ବ୍ୟାରେଜରେ ଜଳ ପ୍ରବାହ କମିବା ଆରମ୍ଭ କରିଛି । ବୈତରଣୀ ବେସିନ୍ ଅପେକ୍ଷା ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ବେସିନରେ ଗତ ୨୪ ଘଣ୍ଟାରେ ଅଧିକ ବର୍ଷା ହୋଇଛି ।
ବନ୍ୟା ଜଳ ଧିରେ ଧିରେ ହ୍ରାସ ପାଉଛି । ତଳିଆ ଅଞ୍ଚଳରେ ପଶିଥିବା ବଢ଼ି ପାଣି ଛାଡ଼ିବାକୁ ଆଉ ୩ରୁ ୪ ଦିନ ସମୟ ଲାଗିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବ୍ରାହ୍ମଣୀରେ ଏବେ ରେଙ୍ଗାଲି ଡ୍ୟାମ୍ର ୨ଟି ଗେଟ୍ ଖୋଲା ଅଛି ।
ବ୍ରାହ୍ମଣୀରେ ଜଳ ପ୍ରବାହ କମିଛି । ପୂର୍ବରୁ ବନ୍ୟା ଜଳ ଆସି ତଳିଆ ଅଞ୍ଚଳ ବରୀ, ଆଳି ଓ ରାଜନଗରରେ ବନ୍ୟା ଆସିଛି । ସେ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ସମୟ ଲାଗିବ । ବ୍ରାହ୍ମଣୀରେ ବନ୍ୟାର ପ୍ରଭାବ ହ୍ରାସ୍ ପାଇବ ।
ଜଳକାରେ ମଧ୍ୟ ବନ୍ୟା ଜଳ ହ୍ରାସ ପାଉଛି । ଆଗକୁ ଯଦି ଲଘୁଚାପ ସୃଷ୍ଟି ନ ହୁଏ, ତାହେଲେ ୩ରୁ ୪ ଦିନ ମଧ୍ୟରେ ବନ୍ୟା ଜଳ କମିଯିବ । ସୁବର୍ଣ୍ଣରେଖାରେ ଜଳ ସ୍ତର କମିଛି । ଝାଡ଼ଖଣ୍ଡରେ ବର୍ଷା ହୋଇଥିବାରୁ ତାର ପ୍ରଭାବ ଆସନ୍ତାକାଲି ସୁବର୍ଣ୍ଣରେଖାରେ ଦେଖାଯିବ ।
ଏଥିସହ ପଢ଼ନ୍ତୁ: ଲଗାଣ ବର୍ଷାରୁ ଅଘଟଣ; ଶୋଇଥିବା ବେଳେ ଦମ୍ପତିଙ୍କ ଉପରେ ଭୁଶୁଡ଼ିଲା କାନ୍ଥ
ବୁଢ଼ାବଳଙ୍ଗରେ ଜଳ ସ୍ତର ବିପଦ ସଂକେତ ତଳେ ରହିଛି । ହୀରାକୁଦରେ ଏବେ ୧୦ଟି ଗେଟ୍ ଖୋଲା ରହିଛି । ମହାନଦୀରେ ବନ୍ୟା ଆସିବାର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories