Videos
|
Odisha

Thar Purchase Audit / ଥାର୍ କିଣାରେ ଦୁର୍ନୀତି; ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଥାର୍ କିଣାରେ ଦୁର୍ନୀତି; ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ
Minister Orders Action Against Officials

Key Points

ଥାର୍ କିଣାରେ ଅନିୟମିତତା ଅଭିଯୋଗ । ଆକାଉଣ୍ଟାଣ୍ଟ ଜେନେରାଲ୍ (AG)ଙ୍କ ଅଡିଟ୍‌ରୁ ଧରାପଡ଼ିଲା ଦୁର୍ନୀତି । ଏବେ ଅଧିକାରୀଙ୍କ ଉପରେ ଆକ୍ସନ୍ ନେବ ଜଙ୍ଗଲ ଓ ପରିବେଶ ବିଭାଗ ।
ଭୁବନେଶ୍ଵର: ଆକାଉଣ୍ଟାଣ୍ଟ ଜେନେରାଲ୍ (AG)ଙ୍କ ଅଡିଟ୍‌ରୁ ଧରାପଡ଼ିଲା ଦୁର୍ନୀତି । ଏବେ ଅଧିକାରୀଙ୍କ ଉପରେ ଆକ୍ସନ୍ ନେବ ଜଙ୍ଗଲ ଓ ପରିବେଶ ବିଭାଗ । ଜଙ୍ଗଲ ବିଭାଗ ଲାଗି ମାର୍କେଟ୍ ଦରଠାରୁ ଅଧିକ ଟଙ୍କାରେ ଥାର୍ ଗାଡ଼ି କିଣାଯିବା ଓ ତାର ମୋଡିଫିକେସନ୍ ପାଇଁ କୋଟି କୋଟି ଖର୍ଚ୍ଚ ଲହୋଇଥିଲା ।

ଜଙ୍ଗଲ ବିଭାଗ ପକ୍ଷରୁ 'ଥାର୍' ଗାଡ଼ି କିଣା ଓ ସାଜସଜ୍ଜା ପ୍ରସଙ୍ଗ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ମହିଳା RIଙ୍କ ପ୍ରବଳ ଲୋଭ; ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ 

ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ଏବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି । ମନ୍ତ୍ରୀ ଖୁଣ୍ଟିଆ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ସମୀକ୍ଷା ଲାଗି ସିଏଜିଙ୍କୁ ୨୦୨୫ ଡିସେମ୍ବର ୧୮ରେ ପତ୍ର ଲେଖ୍ ଅନୁରୋଧ କରିଥିଲେ ।

ଏହାକୁ ନେଇ ସିଏଜିଙ୍କ ପକ୍ଷରୁ ଘଣ୍ଟାଚକଟା ପରେ ଜଙ୍ଗଲ ବିଭାଗକୁ ବିଶେଷ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି । ସେଥିରେ ପ୍ରାୟ ୮ କୋଟି ଟଙ୍କାର ଅନାବଶ୍ୟକ ଖର୍ଚ୍ଚ ହୋଇଥିବା ସିଏଜିଙ୍କ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଥିଲା । ଏହାକୁନେଇ ମନ୍ତ୍ରୀ ଖୁଣ୍ଟିଆ ଜୁଲାଇ ୭ରେ ବିଭାଗୀୟ ସଚିବଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ସମ୍ପୃକ୍ତ ୩ଜଣ ଅଧିକାକାରୀଙ୍କ ବିରୋଧରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ସବୁ ଥାର୍ ଗାଡ଼ି କିଣାଯାଇଥିଲା ।

ସୂଚନା ଅନୁସାରେ, ଜଙ୍ଗଲ ବିଭାଗ ୫୧ଟି ମହିନ୍ଦ୍ରା ଥାର୍ ଏସୟୁଭି କିଣିଥିଲା । ଯେଉଁଥିପାଇଁ ୭ କୋଟି ଖର୍ଚ୍ଚ ହୋଇଥିବା ବେଳେ ଗାଡ଼ିର ମୋଡିଫେକେସନ୍ ପାଇଁ ଖର୍ଚ୍ଚ ହୋଇଥିଲା ଅତିରିକ୍ତ ୫ କୋଟି । ଏଭଳି ଭାବେ ମୋଟ ୧୨ କୋଟି ଖର୍ଚ୍ଚ ହୋଇଥିବା ଅଭିଯୋ ହୋଇଥିଲା । ବିଭାଗ ଅନୁସାରେ, ଗୋଟିଏ ଥାର୍ ପିଛା ୧୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ।

ଏଥିସହ ପଢ଼ନ୍ତୁ: ହେଲିକପ୍ଟର ଉଡ଼ାଇ କାଠଗଡ଼ାରେ ନବୀନ ଓ ପାଣ୍ଡିଆନ, କୋର୍ଟରେ ଉଭୟ ରଖିଲେ ପକ୍ଷ 

ଯାହାପରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ମାମଲାର ସ୍ଵତନ୍ତ୍ର ଅଡିଟ୍ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଗାଡ଼ି କିଣା ଓ ମୋଡିଫିକେସନ୍ ଆଦିର ଅଡିଟ୍ କରି ଏବେ ବିଭାଗକୁ ରିପୋର୍ଟ ଦେଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored