Videos
|
Crime

Vigilance Raid / ମହିଳା RIଙ୍କ ପ୍ରବଳ ଲୋଭ; ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମହିଳା RIଙ୍କ ପ୍ରବଳ ଲୋଭ; ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ
Vigilance Raid

Key Points

କଟକ ଭିଜିଲାନ୍ସ ଟିମ୍ କଲା ଚଢ଼ାଉ
ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ
କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ । କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷିକା । ଡେରାବିଶ ତହସିଲ ଅଧୀନ କାଉପଡ଼ା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷିକା ସାଇ ଦର୍ଶିନୀ ଲେଙ୍କାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ୍ । ଜମି ମ୍ୟୁଟେସନ କରାଇବା ପାଇଁ କାଉପଡ଼ା ଗ୍ରାମର ସୁଶାନ୍ତ ମଲ୍ଲିକଙ୍କ ଠାରୁ ସାଢ଼େ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆର୍‌ଆଇ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ ।

  • ଭଡା ଘର ସହ ୨ଟି ସ୍ଥାନରେ ଚଢାଉ
ପରେ ସାଇ ଦର୍ଶିନୀ ଲେଙ୍କାଙ୍କୁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି । ଏହାସହ ଗରାପୁରସ୍ଥିତ ତାଙ୍କ ଭଡ଼ାଘର ଓ ଅନ୍ୟ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରଖିଛି । ତାଙ୍କର ଆୟବର୍ହିଭୂତ ସମ୍ପତ୍ତିର ଚିଠା ଖୋଲୁଛି ଭିଜିଲାନ୍ସ । କାଉପଡା ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ ସାଇ ଦର୍ଶିନୀ ଲେଙ୍କା ସୁଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିଲେ ।

  • ଗତକାଲି ଧରାପଡ଼ିଥିଲେ ପ୍ରିନ୍ସିପାଲ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ଙ୍କୁ ଲାଞ୍ଚ ଟଙ୍କା ସହ ଗତକାଲି କାବୁ କରିଥିଲା ଭିଜିଲାନ୍ସ ଟିମ । ସଫେଇ କାମର ବକେୟା ବିଲ୍ ପାସ୍ ଲାଗି ଲାଞ୍ଚ ନେଉଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍‌ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୀତାକାନ୍ତ ରଣା ଧରାପଡ଼ିଛନ୍ତି । ସୀତାକାନ୍ତଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିଛି । ଏକ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାଙ୍କ ଠାରୁ ୨୦୨୬-୨୭ ଆର୍ଥିକ ବର୍ଷର ୩ ମାସର ସଫେଇ କାମର ବକେୟା ବିଲ୍ ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ପ୍ରିନ୍ସିପାଲ୍ ।

ସେହିପରି ଗୋଟିଏ ସପ୍ତାହ ପୂର୍ବରୁ କୋରାପୁଟ ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସ୍‌ପଟ୍ଟା ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏବେ ଭୁବନେଶ୍ୱର ଓଡ଼ିଶା କନ୍‌ଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍‌ (OCC)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ । କୋରାପୁଟରେ ଥିବା ହୋଟେଲ ଓ ଭଡ଼ାଘରେ ଚଢ଼ାଉ ହୋଇଥିଲା । ପ୍ରାୟ ୨ କୋଟିର ହୋଟେଲ ଓ ଭଡ଼ାଘରେ ତଲାସି କରାଯାଇଥିଲା । ଚଢାଉ ବେଳେ ତାଙ୍କ ଘରୁ ଏକ ରାଣୀ ହାର, ଆଉ ଏକ ହାର, ଗୋଟିଏ ଯୋଡ଼ି ପୁରୁଣା ଚୁଡ଼ି, ଶିଶୁଙ୍କ ବାହୁଟି, ଛୋଟ ଆକାରର ହାର, ଚେନ୍, ମଙ୍ଗଳସୂତ୍ର, ଶଙ୍ଖା, କାନ ଟପ୍ସ, ନାକ ଫୁଲ ଏବଂ ସିଲଭର୍ ବ୍ରେସଲେଟ୍ ସହ ଅନ୍ୟାନ୍ୟ ଅଳଙ୍କାର ଜବତ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored