Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha News / ଜବରଦଖଲରେ ଥିବା ୩୪୧୧୪.୫୦ ହେକ୍ଟର ଜଙ୍ଗଲ ଜମି ପାଇଁ ୧୫, ୭୦୦ ମାମଲା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଜବରଦଖଲରେ ଥିବା ୩୪୧୧୪.୫୦ ହେକ୍ଟର ଜଙ୍ଗଲ ଜମି ପାଇଁ ୧୫, ୭୦୦ ମାମଲା
Big Reveal in Odisha Assembly

Key Points

ମନ୍ତ୍ରୀ କହିଛନ୍ତି, ରାଜ୍ୟର ୩୦ ଜିଲ୍ଲାରେ ୩୪୧୧୪.୫୦ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି । ଏହାକୁ ଜବରଦଖଲ ମୁକ୍ତ କରିବାକୁ ୧୫ ହଜାର ୭୦୦ଟି ମାମଲା ରୁଜୁ କରାଯାଇଛି ।
ଭୁବନେଶ୍ଵର: ରାଜ୍ୟର ୩୦ ଜିଲ୍ଲାରେ ୩୪ ହଜାର ୧୧୪ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି । ବିଧାନସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଛନ୍ତି, ୩୪୧୧୪.୫୦ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି । ଏହାକୁ ଜବରଦଖଲ ମୁକ୍ତ କରିବାକୁ ୧୫ ହଜାର ୭୦୦ଟି ମାମଲା ରୁଜୁ କରାଯାଇଛି । ୨୬୩୬.୬୧ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ମୁକ୍ତ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ଜଙ୍ଗଲ ନିଆଁ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ

କେଉଁ ଜିଲ୍ଲାରେ କେତେ ଜବରଦଖଲ ?

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଅନୁଗୋଳ ଜିଲ୍ଲାର ଅନୁଗୋଳ ବନଖଣ୍ଡରେ ୧୦୦.୧୪ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି । ସେହିଭଳି ଅନୁଗୋଳର ଆଠମଲ୍ଲିକ ବନାଞ୍ଚଳରେ ୬୦.୯୨ ହେକ୍ଟର, କଟକର ଆଠଗଡ଼ରେ ୧୫.୨୭ ହେକ୍ଟର, ବାଲେଶ୍ଵରରେ ୨୧୮.୯୩ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି । ବାଲେଶ୍ଵରରେ ଏନେଇ ୨୭୭ଟି ମାମଲା ରୁଜୁ ହୋଇଛି ।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ୪୬.୩୪ ହେକ୍ଟର, ସମ୍ବଲପୁରର ସମ୍ବଲପୁର ବନଖଣ୍ଡରେ ୧୭୧.୬୬ ହେକ୍ଟର, ବରଗଡ଼ରେ ୧୪.୯୭ ହେକ୍ଟର, ମୟୂରଭଞ୍ଜର କରଞ୍ଜିଆରେ ୧୪.୫୨ ହେକ୍ଟର, ଗଞ୍ଜାମର ଉତ୍ତର ଘୁମୁସରରେ ୩୪୬.୫୩ ହେକ୍ଟର ଜମି ଜବରଦଖଲରେ ରହିଛି । ଏନେଇ ରୁଜୁ ହୋଇଛି ୨୨୭ଟି ମାମଲା ।

ବଲାଙ୍ଗିରରେ ୫୬୨.୮୬ ହେକ୍ଟର, ସୁନ୍ଦରଗଡ଼ ବନଖଣ୍ଡରେ ୨୭୬୦.୭୭ ହେକ୍ଟର, ଖୋର୍ଦ୍ଧାର ଚନ୍ଦକାରେ ୧୧୧.୧୬ ହେକ୍ଟର, ଖୋର୍ଦ୍ଧା ବନାଞ୍ଚଳରେ ୭୭.୫୫ ହେକ୍ଟର, ପୁରୀ ବନାଞ୍ଚଳରେ ୪୨୫.୭୦ ହେକ୍ଟର, ଜଗତସିଂହପୁରର ରାଜନଗର ବନାଞ୍ଚଳରେ ୮୧୧.୦୨ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରହିଛି ।

ଏଥିସହ ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଜଙ୍ଗଲରେ ନିଆଁ,୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡରେ ୨୧୯.୬୬ ହେକ୍ଟର, ଢେଙ୍କାନାଳରେ ୩୦୩.୫୫ ହେକ୍ଟର, କୋରାପୁଟର ଜୟପୁରରେ ୫୧୩.୮୨ ହେକ୍ଟର, କୋରାପୁଟରେ ୨୯୭.୩୪ ହେକ୍ଟର, ଝାରସୁଗୁ଼ଡ଼ାରେ ୧୨୩.୩୩ ହେକ୍ଟର, ଉତ୍ତର କଳାହାଣ୍ଡି ବନାଞ୍ଚଳରେ ୨୦୫୪.୯୬ ହେକ୍ଟର, ଦକ୍ଷିଣ କଳାହାଣ୍ଡିରେ ବନାଞ୍ଚଳରେ ୨୮୪.୧୫ ହେକ୍ଟର ଜମି ଜବରଦଖଲରେ ଅଛି ।

ନବରଙ୍ଗପୁରରେ ସର୍ବାଧିକ

କେନ୍ଦୁଝରରେ ୩୬୨.୫୯ ହେକ୍ଟର, କେନ୍ଦୁଝର ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲରେ ୧୪୧୯.୩୪ ହେକ୍ଟର, ନୟାଗଡ଼ ସଂରକ୍ଷିତ ଜଙ୍ଗଲରେ ୧୦୮.୨୮ ହେକ୍ଟର, ମାଲକାନଗିରିରେ ୪୦୦ ହେକ୍ଟରରୁ ଅଧିକ, ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୨୦୨୨୯.୨୦ ହେକ୍ଟର ଜମି ଜବରଦଖଲରେ ରହିଛି । ଏନେଇ ୫୫୨୫ଟି ମାମଲା ରୁଜୁ କରାଯାଇଛି । ଏଭଳି ଭାବେ ରାଜ୍ୟରେ ମୋଟ ୩୪୧୧୪.୫୦ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ଥିବାବେଳେ ରୁଜୁ ହୋଇଛି ୧୫ ହଜାର ୭୦୦ ମାମଲା । ଏବେ ସୁଦ୍ଧା ୨୬୩୬.୬୧ ହେକ୍ଟର ଜମି ଜବରଦଖଲ ମୁକ୍ତ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
34,114 Hectares Forest Land Encroached in Odisha, 15,700 Cases Filed | Argus News | Argus News