|
logo
Live

Argus News - ଦିଲ୍ଲୀରେ ଓଡ଼ିଶା ଗଞ୍ଜେଇ କ୍ରେଜ

Odisha

ଦିଲ୍ଲୀରେ ଓଡ଼ିଶା ଗଞ୍ଜେଇ କ୍ରେଜ

Jitendra Dash
Browse all articles by Jitendra Dash
·1 year ago·1 min read
ଦିଲ୍ଲୀରେ ଓଡ଼ିଶା ଗଞ୍ଜେଇ କ୍ରେଜ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ଓଡ଼ିଶା ଗଞ୍ଜେଇ କ୍ରେଜ । ଡ୍ୟାନ୍ସବାର ଓ ରେଭ ପାର୍ଟିକୁ ସପ୍ଲାଏ ହେଉଛି ସବୁଜ ଜହର । ଗଞ୍ଜେଇ ମାଫିଆ ରାହୁଲ ସେଠୀକୁ ଜେରାବେଳେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ଦିଲ୍ଲୀ, ବିହାର, ୟୁପି ଓ ଝାରଖଣ୍ଡକୁ ଲମ୍ବିଛି ନେଟୱାର୍କ ।  କୋଲକାତାରେ ପୁରୁଣା ଗାଡିକୁ ମୋଡିଫାଏ କରି କରୁଥିଲା ଗଞ୍ଜେଇ ଚାଲାଣ । ଦିଲ୍ଲୀର ଡ୍ୟାନ୍ସବାର ଓ ରେଭ ପାର୍ଟିକୁ ହେଉଥିଲା ଗଞ୍ଜେଇ ସପ୍ଲାଏ । 

ଦିଲ୍ଲୀ, ବିହାର, ୟୁପି ଓ ଝାରଖଣ୍ଡର ଜଣେ ଜଣେ ଲୋକଙ୍କ ସହ ରହିଛି ଟ୍ରାନଜେକ୍ସନ । ଫୋନ ପେ, ପେଟିଏମରେ ଟଙ୍କା କାରବାର ହେଉଥିବାବେଳେ ବିଭିନ୍ନ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଟ୍ରାନଜେକ୍ସନ ହୋଇଥିବା ସୂଚନା ମିଳିଛି । ବହୁ ଚତୁରତାର ସହ ଗଞ୍ଜେଇ ଚାଲାଣ କରୁଥିଲା ରାହୁଲ । ଗଞ୍ଜେଇ ଚାଲାଣ ପାଇଁ ପୁରୁଣା ଗାଡି କିଣି କୋଲକାତାରେ ମୋଡିଫାଏ କରୁଥିଲା ଅଭିଯୁକ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭଡାରେ ମଧ୍ୟ ଗାଡି ଆଣି ଗଞ୍ଜେଇ ଚାଲାଣ କରୁଥିଲା ରାହୁଲ୍ । ମାମଲାର ତଦନ୍ତ ପାଇଁ ଗଠନ ହେଲା ସ୍ଵତନ୍ତ୍ର ଟିମ । ଏନସିବି ସହ ଦିଲ୍ଲୀ, ବିହାର, ଝାରଖଣ୍ଡ ଓ ୟୁପି ପୋଲିସର ସହାୟତା ଲୋଡ଼ିଲା କମିଶନରେଟ ପୋଲିସ । ଗତ ୧୮ ତାରିଖରେ ରାହୁଲକୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ସେପଟେ ମାୟାନଗରୀ ମୁମ୍ବାଇର ଲିଙ୍କ ଖୋଜୁଛି ସ୍ପେଶାଲ କ୍ରାଇମ ୟୁନିଟ ।

Sponsored
ଦିଲ୍ଲୀରେ ଓଡ଼ିଶା ଗଞ୍ଜେଇ କ୍ରେଜ | Argus News