Odisha Gold Reserves / ସୁନା, ରୁପା ସହ କେଉଁ ଜିଲ୍ଲାରେ ଅଛି କେତେ ଖଣିଜ ସମ୍ପଦ ? ବିଧାନସଭାରେ ତଥ୍ୟ ଦେଲେ ମନ୍ତ୍ରୀ
·25 mins ago·2 min read

Key Points
ଲୁହାପଥର, ବକ୍ସାଇଟ୍, କୋଇଲା, ମାଙ୍ଗାନିଜ୍, ସୁନା, ଚୂନପଥର ଆଦି ବିଭିନ୍ନ ଖଣିଜ ପଦାର୍ଥ ଓଡ଼ିଶାର ମାଟି ତଳେ ରହିଛି । ରାଜ୍ୟର ୩ ଜିଲ୍ଲାରେ ଅଛି ସୁନା ଖଣି ।
ଭୁବନେଶ୍ଵର: ଓଡ଼ିଶାର ମାଟି ତଳେ ରହିଛି ଦୁର୍ଲଭ ଖଣିଜ ସମ୍ପଦ । ଲୁହାପଥର, ବକ୍ସାଇଟ୍, କୋଇଲା, ମାଙ୍ଗାନିଜ୍, ସୁନା, ଚୂନପଥର ଆଦି ବିଭିନ୍ନ ଖଣିଜ ପଦାର୍ଥ ରହିଛି । ବିଧାୟକ ସୌଭିକ ବିଶ୍ଵାଳଙ୍କ ଅଣତାରକା ପ୍ରଶ୍ନରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଖଣିଜ ସମ୍ପଦର ତଥ୍ୟ ଦେଇଛନ୍ତି ।
ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥା ଅନୁସନ୍ଧାନ କରିଛନ୍ତି । ୨୦୨୬ ଏପ୍ରିଲ୍ ୧ ସୁଦ୍ଧା ମିଳିଥିବା ବିଭିନ୍ନ ଖଣିଜ ପଦାର୍ଥର ପରିମାଣ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି
ମନ୍ତ୍ରୀ କହିଛନ୍ତି, "ବିଭିନ୍ନ ଖଣିଜ ପଦାର୍ଥର ଅନୁସନ୍ଧାନ କାର୍ଯ୍ୟ ସମାପ୍ତ ହେଲା ପରେ ଖଣିଜ ସମ୍ପଦର ଉପସ୍ଥିତି, ଗୁଣବତ୍ତା ଓ ଉପଲବ୍ଧ ପରିମାଣ ଆକଳନ କରି ବୈଷୟିକ ଦୃଷ୍ଟିକୋଣକୁ ଅନୁଧ୍ୟାନ କରାଯାଇ ଖଣିଜ ପଦାର୍ଥ ଉତ୍ତୋଳନ ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ।"
୩ ଜିଲ୍ଲାରେ ସୁନା ଖଣି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟର ୩ ଜିଲ୍ଲାରେ ସୁନା ଖଣି ରହିଛି । କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜର ମାଟି ତଳେ ସୁନା ଅଛି । କେନ୍ଦୁଝର ଜିଲ୍ଲାର ଗୋପୁର -ଜଳଡିହାରେ ୧୯୧.୦୬ କେଜି ସୁନା ଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ମଦନ ସାହି-କଞ୍ଜିଆରେ ୧୪୬୨.୭୩ କେଜି ଓ ଦେବଗଡ଼ର ଅଡ଼ଶ ଠାରେ ୧୬୮୫ କେଜି ସୁନା ମହଜୁଦ୍ ଅଛି । ଏଭଳି ଭାବେ ୩ଟି ଜିଲ୍ଲାରେ ମୋଟ ୩,୩୩୮.୭୯ କେଜି ସୁନା ମାଟି ତଳେ ଅଛି ।
ଦେବଗଡ଼ ଓ ସୁନ୍ଦରଗଡ଼ରେ କେତେ ରୂପା ?
ସେହିଭଳି ସୁନ୍ଦରଗଡ଼ ଓ ଦେବଗଡ଼ରେ ରୁପାର ସନ୍ଧାନ ମିଳିଛି । ଦେବଗଡ଼ ଜିଲ୍ଲାର ଅଡ଼ଶ ଠାରେ ୦.୬୩୮ ମେଟ୍ରିକ୍ ଟନ୍ ରୂପା ରହିଥିବା ବେଳେ ସୁନ୍ଦରଗଡ଼ର ସରଗିପାଲି ଠାରେ ୧.୭୪୯ ମେଟ୍ରିକ୍ ଟନ୍ ରୂପା ମହଜୁଦ୍ ଅଛି । ଦୁଇଟି ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୂପ ମହଜୁଦ୍ ରହିଛି ।
ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ଆଁରେ ଦକ୍ଷିଣ ଓଡ଼ିଶା; ବାତ୍ୟା 'ଅର୍ଣ୍ଣବ'ରେ ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ
କଳାହାଣ୍ଡିରେ ମିଳିଛି ମୂଲ୍ୟବାନ ମାଣିକ୍ୟ (RUBY) ଖଣିର ସନ୍ଧାନ । କଳାହାଣ୍ଡି ଜିଲ୍ଲାର ଜିଲିଙ୍ଗଧର-ହିଞ୍ଜିଲିବାହାଲ ଠାରେ ୫ ହଜାର ୩୪୯ କେଜି ମାଣିକ୍ୟ ପଥର ଗଚ୍ଛିତ ଅଛି ।