Govt Consultant Rules / କନସଲଟାଣ୍ଟ ନିଯୁକ୍ତି ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ; ସର୍ବାଧିକ ୫ ବର୍ଷ...
·1 hour ago·2 min read

Key Points
କୌଣସି ବିଭାଗରେ ୫ ବର୍ଷରୁ ଅଧିକ ରହି ପାରିବେନି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU) ଓ ଟେକ୍ନିକାଲ ସପୋର୍ଟ ୟୁନିଟ୍ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କନସଲଟାଣ୍ଟ ଭାବେ ସେବା ଯୋଗାଉଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ଲାଗି ଆସିଛି ନୂଆ ନିୟମ ।
ଭୁବନେଶ୍ଵର: ସ୍ଥାୟୀ କାମ ପାଇଁ ସୃଷ୍ଟି ହେବ ନିୟମିତ ପଦବୀ । ଅର୍ଥ ବିଭାଗ ଆଣିଲା ନୂଆ ନିର୍ଦ୍ଦେଶନାମା । କୌଣସି ବିଭାଗରେ ୫ ବର୍ଷରୁ ଅଧିକ ରହି ପାରିବେନି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU) ଓ ଟେକ୍ନିକାଲ ସପୋର୍ଟ ୟୁନିଟ୍ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କନସଲଟାଣ୍ଟ ଭାବେ ସେବା ଯୋଗାଉଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ଲାଗି ଆସିଛି ନୂଆ ନିୟମ ।
ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଏଣିକି କୌଣସି ବି ଭଡ଼ାଟିଆ ସଂସ୍ଥା ବା କନସଲଟାଣ୍ଟ ଗୋଟିଏ ବିଭାଗରେ ସ୍ଥାୟୀ ଭାବେ ଡେରା ପକାଇ ରହିପାରିବେ ନାହିଁ । ପ୍ରତ୍ୟେକ ଚୁକ୍ତିନାମାରେ 'ସନସେଟ୍ କ୍ଲଜ୍' ରହିବା ବାଧ୍ୟତାମୂଳକ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ,ଆଜି ୨୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଯାହାଫଳରେ କୌଣସି ପିଏମଓୟୁ ବା ଟିଏସୟୁ କିମ୍ବା କନସଲଟାଣ୍ଟଙ୍କ ଚୁକ୍ତିର ସର୍ବାଧିକ ଅବଧି ୫ ବର୍ଷରୁ ଅଧିକ ହୋଇପାରିବ ନାହିଁ । ସେହିପରି କୌଣସି ବ୍ୟକ୍ତିଗତ ପରାମର୍ଶଦାତା ମଧ୍ୟ ଲଗାତାର ୫ ବର୍ଷରୁ ଅଧିକ ସମୟ ଗୋଟିଏ ଦାୟିତ୍ୱ କିମ୍ବା ବିଭାଗରେ ରହିପାରିବେ ନାହିଁ ।
ରାଜ୍ୟ ସରକାର ନିଜସ୍ୱ କର୍ମଚାରୀଙ୍କୁ ଦକ୍ଷ, ପ୍ରଶିକ୍ଷିତ ସହ ସେମାନଙ୍କ ଜ୍ଞାନ ବୃଦ୍ଧି କରାଇବା ଉପରେ ଗୁରୁତ୍ୱ ଦେବାକୁ ବିଭାଗଗୁଡ଼ିକୁ କହିବା ସହ ନିଜ ଅଫିସରମାନଙ୍କ ଦକ୍ଷତାର ପୁନଃ ଆକଳନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଓ ଗ୍ରୁମିଂ ଦେଇ ବିଭାଗଗୁଡ଼ିକ ଏଭଳି ପ୍ରସ୍ତୁତ କରିବେ । ଯାହାଫଳରେ ସେମାନେ ଭବିଷ୍ୟତରେ ଏହି ବାହ୍ୟ କନ୍ସଲଟାଣ୍ଟମାନଙ୍କ ସ୍ଥାନ ନେଇପାରିବେ ।
କନସଲଟାଣ୍ଟଙ୍କ ସହ ସରକାରୀ କର୍ମଚାରୀଙ୍କୁ ମୁତୟନ
ଏଥିପାଇଁ ପ୍ରତ୍ୟେକ ପିଏମଓୟୁ ବା ଟିଏସୟୁରେ କନସଲଟାଣ୍ଟମାନଙ୍କ ସହ ନିୟମିତ ସରକାରୀ କର୍ମଚାରୀଙ୍କୁ ମୁତୟନ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବିଭାଗରେ ୫ ଜଣ କନ୍ସଲଟାଣ୍ଟ ଅଛନ୍ତି, ସେଠାରେ ଅତିକମରେ ୨ ଜଣ ସରକାରୀ କର୍ମଚାରୀ, ୫ରୁ ୧୦ ଜଣ କନସଲଟାଣ୍ଟଥିଲେ ୪ ଜଣ ଓ ୧୦ରୁ ୧୫ ଜଣ ଥିଲେ ୬ ଜଣ ନିୟମିତ ସରକାରୀ କର୍ମଚାରୀ ସେମାନଙ୍କ ସହ ମିଶି କାର୍ଯ୍ୟ କରିବେ ।
ଏହି ଅଧିକାରୀମାନଙ୍କୁ କୌଣସି ରୁଟିନ୍ କାର୍ଯ୍ୟ ଦିଆନଯାଇ କେବଳ ପ୍ରୋଜେକ୍ଟ କାମରେ ହିଁ ନିୟୋଜିତ ରଖାଯିବ । ପ୍ରଶାସନିକ ଉତ୍ତର ଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ରାଜ୍ୟସ୍ତରରେ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ଓ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ବିଡିଓ ଏହାର ପ୍ରତ୍ୟକ୍ଷ ତଦାରଖ କରିବେ ।
ପ୍ରତି ମାସରେ ପ୍ରଦର୍ଶନର ମୂଲ୍ୟାୟନ ସହିତ ପ୍ରତି ତିନି ମାସରେ ବିଭାଗୀୟ ସଚିବଙ୍କ ଦ୍ୱାରା କାର୍ଯ୍ୟର ତ୍ରୈମାସିକ ସମୀକ୍ଷା ହେବ ଓ ମୁଖ୍ୟ ସଚିବ ଏହି ସମଗ୍ର ବ୍ୟବସ୍ଥାର ଅନୁପାଳନର ତଦାରଖ ମଧ୍ୟ କରିବେ ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ଅଗ୍ନିକାଣ୍ଡ; ୧ ନମ୍ବର ହାଟରେ ପୁଣି ଥରେ ନିଆଁ
ପୂର୍ବରୁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବିନା କୌଣସି ପିଏମୟୁକୁ ପାରିଶ୍ରମିକ ନଦେବା ପାଇଁ ଯେଉଁ ଏସଓପି ଜାରି ହୋଇଥିଲା । ତାକୁ ଆଧାର କରି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିସର ସୁପାରିସ୍ ଓ ଓଡ଼ିଶା ସାଧାରଣ ଆର୍ଥିକ ନିୟମାବଳୀ (ଓଜିଏଫଆର-୨୦୨୩) ଅନୁଯାୟୀ ଏହି ନୂଆ ନିୟମ ଲାଗୁ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories