Videos
|
Odisha

Early Jail Release / ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଜେଲରୁ ଆଗୁଆ ମୁକୁଳିବେ ବୟସ୍କ ଓ ରୋଗାଗ୍ରସ୍ତ କଏଦୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଜେଲରୁ ଆଗୁଆ ମୁକୁଳିବେ ବୟସ୍କ ଓ ରୋଗାଗ୍ରସ୍ତ କଏଦୀ
Early Jail Release Odisha

Key Points

ବୟସ୍କ କଏଦୀଙ୍କ ମୁକ୍ତି ପ୍ରକ୍ରିୟା ହେବ ସରଳ
ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
ରୋଗାଗ୍ରସ୍ତ କଏଦୀ ବି ଆଗୁଆ ମୁକୁଳିବେ
ଭୁବନେଶ୍ଵର: ଜେଲରୁ ଆଗୁଆ ମୁକୁଳିବେ ବୟସ୍କ ଏବଂ ରୋଗାଗ୍ରସ୍ତ କଏଦୀ । ଆଗୁଆ ମୁକ୍ତି ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରିବାକୁ ସ୍ୱତନ୍ତ୍ର କମିଟି ଗଠନ କଲେ ରାଜ୍ୟ ସରକାର । ରାଜ୍ୟରେ ପ୍ରଚଳିତ ୨୦୨୨ ମସିହାର ଆଗୁଆ ମୁକ୍ତି ମାର୍ଗଦର୍ଶିକାର ସମୀକ୍ଷା କରାଯିବା ସହ ଏହାର ସଂଶୋଧନ ଓ ନୂଆ ନୀତି ପ୍ରସ୍ତୁତି ପାଇଁ ଗୃହ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି ।

  • ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସୁପାରିସ
କମିଟିର ଅଧ୍ୟକ୍ଷ ରହିବେ ଗୃହ ବିଭାଗ ସଚିବ କିମ୍ବା ତାଙ୍କ ପ୍ରତିନିଧି । ସଦସ୍ୟ ରହିବେ ଆଇନ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗ ସଚିବ, ସାମାଜିକ ସଶକ୍ତିକରଣ ବିଭାଗ ସଚିବ, ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ । ରାଜ୍ୟ ଲିଗାଲ ସର୍ଭିସ ଅଥୋରିଟିର ସଦସ୍ୟ ସଚିବ ଏବଂ କମିଟିର ଆବାହକ ରହିବେ ଜେଲ ବିଭାଗର ଅତିରିକ୍ତ ଡିଜି । ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କମିଟି ସୁପାରିସ ଦାଖଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

  • କମିଟିର ଦାୟିତ୍ଵ କଣ ରହିବ ?
କମିଟି ମରଣାସନ୍ନ ରୋଗୀ ଓ ବୟସ୍କ କଏଦୀଙ୍କ ମୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡ, ଡାକ୍ତରୀ ବୋର୍ଡ ଗଠନ, ଚିକିତ୍ସା ମୂଲ୍ୟାଙ୍କନ ଏବଂ ମୁକ୍ତି ପରବର୍ତ୍ତୀ ଚିକିତ୍ସା ଓ ପୁନର୍ବାସ ବ୍ୟବସ୍ଥା ନିର୍ଦ୍ଧାରଣ କରିବ । ଏଥିସହ ଇ-ପ୍ରିଜନ୍ସ ପୋର୍ଟାଲ୍‌ରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ ବ୍ୟବସ୍ଥା ସହ ଯୋଡ଼ିବା, ଯୋଗ୍ୟ କଏଦୀଙ୍କ ତଥ୍ୟ ସଂଗ୍ରହ ଓ ନିୟମିତ ଅପଡେଟ୍ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । 

ପଢନ୍ତୁ ଏହି ଖବର: ସରକାରଙ୍କ ବଡ଼ ନିଷ୍ପତ୍ତି; '୧୨ ଘଣ୍ଟା ଜେଲ୍‌ରୁ ବାହାରେ ରହିବେ କଏଦୀ'

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ନିଷ୍ପତ୍ତି ପଛରେ ସୁପ୍ରିମକୋର୍ଟଙ୍କ ଜୁଲାଇ ୧୬, ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ରହିଛି । ସର୍ବୋଚ୍ଚ ଅଦାଲତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବୟସ୍କ ଏବଂ ମରଣାସନ୍ନ ରୋଗୀ କଏଦୀଙ୍କ ଆଗୁଆ ମୁକ୍ତି ପାଇଁ ତିନି ମାସ ମଧ୍ୟରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ କହିଥିଲେ । ଏନଏଏଲଏସଏ (NALSA)ର ତଥ୍ୟ ଅନୁସାରେ, ଦେଶରେ ଏଭଳି ୫,୩୯୩ ଜଣ କଏଦୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ୧,୮୮୬ ଜଣ ବିଚାରାଧୀନ ବନ୍ଦୀ ଏବଂ ୩,୫୦୭ ଜଣ ଦୋଷୀ ସାବ୍ୟସ୍ତ କଏଦୀ ଅଛନ୍ତି ।

  • ଇ-ପ୍ରିଜନ୍ସ ପୋର୍ଟାଲ୍‌ରେ ହେବ ଡିଜିଟାଲ୍ ମନିଟରିଂ
ନୂଆ ନୀତିରେ କଏଦୀଙ୍କ ବୟସ, ରୋଗର ଗମ୍ଭୀରତା, ଡାକ୍ତରୀ ବୋର୍ଡର ମୂଲ୍ୟାଙ୍କନ ଏବଂ ମୁକ୍ତି ପରବର୍ତ୍ତୀ ଚିକିତ୍ସା ଓ ପୁନର୍ବାସକୁ ଗୁରୁତ୍ୱ ଦିଆଯିବ ଏଥିସହ ଇ-ପ୍ରିଜନ୍ସ ପୋର୍ଟାଲ୍‌ରେ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ୍ କରାଯିବ । ଯୋଗ୍ୟ କଏଦୀଙ୍କ ତଥ୍ୟ ସଂଗ୍ରହ, ଆବେଦନର ସ୍ଥିତି ଏବଂ ନିଷ୍ପତ୍ତିର ସମୟସୀମା ଉପରେ ନଜର ରଖାଯିବ । କେବଳ ଦଣ୍ଡ ନୁହେଁ, ମାନବିକତା ଓ ନ୍ୟାୟକୁ ଆଧାର କରି ଅସହାୟ କଏଦୀଙ୍କୁ ନୂଆ ଜୀବନର ସୁଯୋଗ ଦେବା ଏହି ପଦକ୍ଷେପର ଲକ୍ଷ୍ୟ।