Videos
|
Odisha

Odisha DA hike / ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢିଲା ମହଙ୍ଗା ଭତ୍ତା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢିଲା ମହଙ୍ଗା ଭତ୍ତା
Odisha DA hike 2026

Key Points

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କଲେ ସରକାର
ସମୁଦାୟ ମହଙ୍ଗା ଭତ୍ତା ୬୦ରୁ ୬୩ ପ୍ରତିଶତକୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବା ଡିଅରନେସ୍‌ ଆଲାଉନ୍ସ (DA)ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ DA ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଛି। ମୁଦ୍ରାସ୍ଫୀତି ଓ ଦରଦାମ୍‌ ବୃଦ୍ଧି ମଧ୍ୟରେ ଏହି ନିଷ୍ପତ୍ତି କର୍ମଚାରୀଙ୍କୁ କିଛିଟା ଆଶ୍ୱସ୍ତି ଦେବ

  • ଜୁଲାଇରୁ ଲାଗୁ ହେବ ନୂଆ DA
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ବର୍ଦ୍ଧିତ ୩ ପ୍ରତିଶତ ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ଭତ୍ତା ପାଇବା ପାଇଁ କର୍ମଚାରୀଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବନି । ଚଳିତ ନଭେମ୍ବର ମାସର ଦରମା ସହିତ ସେମାନଙ୍କୁ ବର୍ଦ୍ଧିତ DA ନଗଦ ଆକାରରେ ମିଳିବ।

  • ପେନ୍‌ସନଭୋଗୀଙ୍କୁ ମଧ୍ୟ ମିଳିବ ଲାଭ
କେବଳ କାର୍ଯ୍ୟରତ ସରକାରୀ କର୍ମଚାରୀ ନୁହନ୍ତି, ପେନ୍‌ସନଭୋଗୀଙ୍କ ପାଇଁ ମଧ୍ୟ ଆସିଛି ଖୁସି ଖବର । ସେମାନଙ୍କ ଟି.ଆଇ. ବା ଟିଅରନେସ୍‌ ରିଲିଫ୍‌ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ପେନ୍‌ସନଭୋଗୀମାନେ ନଭେମ୍ବର ମାସର ପେନ୍‌ସନ ସହିତ ବର୍ଦ୍ଧିତ ଟି.ଆଇ. ପାଇବେ ।

ପଢନ୍ତୁ ଏହି ଖବର: କର୍ମଚାରୀଙ୍କ PF ଟଙ୍କା ଅଟକାଇଲେ ହେବ ଅସୁବିଧା; EPFOର ଆଲର୍ଟ, ଲାଗିବ ୧୨% ସୁଧ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସାଢ଼େ ୮ ଲକ୍ଷ ଲୋକ ହେବେ ଉପକୃତ
ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ । ଦୀର୍ଘଦିନ ଧରି DA ବୃଦ୍ଧିକୁ ଅପେକ୍ଷା କରିଥିବା କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ବକେୟା ରାଶି କିପରି ହିସାବ କରାଯିବ ଏବଂ ଦରମାରେ କେତେ ଅଧିକ ଟଙ୍କା ମିଳିବ, ତାହା କର୍ମଚାରୀଙ୍କ ମୂଳ ଦରମା ଓ ପେନ୍‌ସନ୍‌ ଉପରେ ନିର୍ଭର କରିବ । ତେବେ ମୋହନ ସରକାରଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ରାଜ୍ୟର ସାଢ଼େ ୮ ଲକ୍ଷ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ଏକ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିଛି ।